ଖୋର୍ଦ୍ଧା: ଜିଲ୍ଲାର ବୋଲଗଡ଼ ବ୍ଲକ ସଂପୁର ସେବା ସମବାୟ ସମିତିରେ ଗତବର୍ଷ ମଣ୍ଡିରେ ଧାନ ବିକ୍ରିକୁ ନେଇ ପାତରଅନ୍ତର ନୀତି ଓ ଫସଲ ବୀମା ଟଙ୍କା ନପାଇବା ପ୍ରତିବାଦରେ ସ୍ଥାନୀୟ ଚାଷୀ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ।
ଧାରଣା ବେଳେ ଚାଷୀ ନାରାବାଜି କରିବାରୁ ସମିତି ସମ୍ପାଦକ ଜଣେ ଚାଷୀଙ୍କୁ ମାଡ଼ ମାରିଥିବା ନେଇ ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି। ସମିତି ସମ୍ପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବାଧ୍ୟ ହୋଇ ଶୁକ୍ରବାର ଚାଷୀ ସେବା ସମବାୟ ସମିତିରେ ତାଲା ପକାଇ ଧାରଣାରେ ବସିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ