ETV Bharat / state

'ଫନି' ଉଜାଡ଼ିଛି ଶିକ୍ଷାର ଭିତ୍ତିଭୂମି

ବାତ୍ୟା 'ଫନି' ଯିବାର ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଏଯାଏଁ ସୁଧୁରିନି ଶିକ୍ଷାର ଭିତ୍ତିଭୂମି । ରଜ ଛୁଟି ସରିଲେ ସ୍କୁଲ ଖୋଲିବା ପରେ ପିଲା କେଉଁଠି ବସି ପାଠ ପଢିବେ ତାହା ଏବେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 11, 2019, 4:43 AM IST

ଖୋର୍ଦ୍ଧା: ବାତ୍ୟା 'ଫନି' ଉଜାଡ଼ି ଦେଇଛି ଶିକ୍ଷାର ଭିତ୍ତିଭୂମି । ଖୋର୍ଦ୍ଧା ଜିଲ୍ଲାର ମୋଟ ୯୧୦ଟି ସରକାରୀ ସ୍କୁଲ 'ଫନି' ତାଣ୍ଡବରେ ବେହାଲ ହୋଇଥିବା ବେଳେ ତନ୍ମଧ୍ୟରୁ ୧୩୨ଟି ହାଇସ୍କୁଲ ଏବଂ ୭୭୮ଟି ପ୍ରାଥମିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେହିପରି ମୋଟ ୧୩୪ଟି ଶ୍ରେଣୀ ଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୨୦୯ଟି ଶ୍ରେଣୀ ଗୃହ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ 'ଫନି' ଯିବାର ମାସେରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଏଯାଏଁ ବିଦ୍ୟାଳୟ ମରାମତି କାମ ଆରମ୍ଭ ହୋଇନାହିଁ । ସେପଟେ ରଜ ଛୁଟି ସରିଲେ ସ୍କୁଲ ଖୋଲିବା ପରେ ପିଲା କେଉଁଠି ବସି ପାଠ ପଢିବେ ତାହା ଏବେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ଅପରପକ୍ଷେ ବିଦ୍ୟାଳୟର ଏଭଳି ସ୍ଥିତିରେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେବ ବୋଲି ଏକପ୍ରକାରର ନିଶ୍ଚିତ ହୋଇସାରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug , Temple affidavit issue , pkg, Puri , 300419

Anchor- ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋଟ ରେ ସେବାୟତ ହ୍ରାସ ପାଇଁ  ଦାଖଲ କରିଥିବା ସତ୍ୟପାଠ କୁ ନେଇ ବିବାଦ ବଢ଼ିବାରେ   | ଏଭଳି ସତ୍ୟପାଠକୁ  ବିରୋଧ କରି ଆଜି ର ଛତିଶାନିଯୋଗ ବୈଠକ କୁ  ବର୍ଜନ କରିଛନ୍ତି ସେବାୟତ |ତେବେ ଏଭଳି ସତ୍ୟପାଠ  ଘଟଣା କୁ ନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ  ଦେଇଛନ୍ତି ସ୍ପଷ୍ଟୀକରଣ | ଅନ୍ୟପଟେ  ଶ୍ରୀମନ୍ଦିର ପ୍ରଶାସନ ର ସେବାୟତ ମାରଣ ନୀତିକୁ ନେଇ ବରିଷ୍ଠ ସେବୟତ  ଅସନ୍ତୋଷ ବ୍ୟକ୍ତ କରିବା ସହ ପରିଚାଳନା କମିଟି କି ଛତିଶା ନିଯୋଗ ସହ କିଭଳି ବିଚାର ବିମର୍ଷ ନକରି କେଉଁ ଆଧାରରେ ଏଭଳି ସତ୍ୟପାଠ ଦାଖଲ କଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ |

Vo1-  ଶ୍ରୀମନ୍ଦିର ସଂସ୍କାର ପ୍ରସଂଗ କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବକ ସଂଖ୍ୟା ହ୍ରାସ  ନେଇ ସୁପ୍ରୀମକୋଟ ରେ ହୋଇଥିବା ସତ୍ୟପାଠ ପ୍ରସଙ୍ଗ କୁ ନେଇ ବିବାଦ ଉପୁଜିଥିବା  ବେଳେ ଏହାର ସ୍ପଷ୍ଟୀକରଣ  ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ| ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 36 ଜଣ ସେବକ ଶ୍ରୀମନ୍ଦିର ରେ ସେବାପୂଜା କରିବା ନେଇ କୌଣସି ସତ୍ୟପାଠ ଦାଖଲ କରାଯାଇନଥିବା  କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ |  ଏହା ସମ୍ପୂର୍ଣ ବିଭ୍ରାନ୍ତି କର ତଥ୍ୟ ।ଶ୍ରୀମନ୍ଦିର ରେ ସେବକ ସଂଖ୍ୟା ସୀମିତ ନେଇ ତତ୍କାଳୀନ କମିଟି ବି. ଡି .ଶର୍ମାଙ୍କ  ରିପୋର୍ଟ କୁ ସୁପ୍ରିମ କୋଟ ରେ ଏକ ଉଦାହରଣ  ରୂପେ ଉପସ୍ଥାପନା  କରାଯାଇଛି |  ଯାହାକି ଶ୍ରୀମନ୍ଦିର ପ୍ରଶାସନ ର ପ୍ରସ୍ତାବ ନୁହେ |  ଦୈନିକ ସେବାପୂଜା ପାଇଁ 90 ରୁ ଉର୍ଧ  ସେବକ ଆବଶ୍ୟକ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏନେଇ କୌଣସି ପ୍ରସ୍ତାବ ରଖିନଥିବା  କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | ସେବାୟତଙ୍କ ବଂଶଗତ  ସେବା ଉଛେଦ  ନେଇ ଶ୍ରୀମନ୍ଦିର ପ୍ରଶାସନ କେବେବି ନକରାତ୍ମକ ମତ ଦେଇନଥିବା  କୁହାଯାଇଛି |  ଯଦି ସୁପ୍ରିମ କୋଟ  ନିଷ୍ପତି ଦିଅନ୍ତି ତେବେ  ସେବକଙ୍କ  ସଂଖ୍ୟା ହ୍ରାସ ସମ୍ପର୍କ ରେ ବିଚାର କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଖିଛନ୍ତି  ପ୍ରତିକ୍ରିୟା | 

Byte- ପ୍ରଦୀପ୍ତ ମହାପାତ୍ର (ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ )

Vo2-  ଅନ୍ୟପଟେ ମୁଖ୍ୟପ୍ରଶାସକ ଙ୍କ ଏଭଳି ପ୍ରତିକ୍ରିୟା କୁ ନେଇ ଏବେବି ଅସନ୍ତୋଷ ରହିଛି ସେବାୟତ ଙ୍କ ଭିତରେ   |ପରିଚାଳନା କମିଟିରେ କୌଣସି ନିଷ୍ପତି ନ ନିଆଯାଇ  କିଭଳି ବି ଡି ଶର୍ମାଙ୍କ ରିପୋର୍ଟ କୁ ମୁଖ୍ୟପ୍ରଶାସକ ସୁପ୍ରୀମକୋଟ ରେ ଦାଖଲ କଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି | ତେବେ ସେବାୟତ ମାରଣ ନୀତି ଶ୍ରୀମନ୍ଦିର ପ୍ରଶାସନ ଅବଲମ୍ବନ କରୁଥିବା ସେବାୟତ ଅଭିଯୋଗ କରିଛନ୍ତି। ଯାହାକି ଜଗନ୍ନାଥ ସଂସ୍କୃତି ପରମ୍ପରା କୁ ଅବମାନନା କରୁଛି ପ୍ରଶାସନ। ଏହା ଦ୍ୱାରା ସୁସ୍ଥ ପରମ୍ପରା ରହିବା ରେ ବାଧା ଉପୁଜୀବ।  ସେବୟତ ଓ ପ୍ରଶାସନ ଭିତରେ ସହଯୋଗ ନ ରହିଲେ ଶ୍ରୀମନ୍ଦିର ପରିଚାଳନା ରେ ବିଭ୍ରାଟ ହେବା ର ମଧ୍ୟ ଆଶଙ୍କା କରିଛନ୍ତି ବରିଷ୍ଠ ସେବୟତ। 
Byte- ବିନାୟକ ଦାସ ମହାପାତ୍ର (  ବରିଷ୍ଠ ସେବାୟତ )

Fvo- ଆଗକୁ ଚନ୍ଦନ ଯାତ୍ରା , ଅକ୍ଷୟ ତୃତୀୟା ଓ ଘୋଷଯାତ୍ରା ଥିବାରୁ ଏଭଳି ଅସନ୍ତୋଷ  ନିହାତି ଆଗକୁ ଏକ ବଡ ସମସ୍ୟା ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି |

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି। whats ଆପ ରେ ସେବୟତ ଙ୍କ ଭିଯୁଆଲ ଯାଇଛି। ଶ୍ରୀମନ୍ଦିର file ଭିଯୁଆଲ ଏଥିରେ ଲାଗିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.