ETV Bharat / state

ଫନିକୁ ପୁରିଲା ୨୭ ଦିନ, ଏବେବି ଅସଜଡ଼ା ସ୍ମାର୍ଟସିଟିର ସ୍କୁଲ

ବାତ୍ୟା ଉଜାଡ଼ି ଦେଇଛି ସ୍ମାର୍ଟସିଟିର ୨୫୫ଟି ସ୍କୁଲ । ପ୍ରାୟ ୮ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ବାତ୍ୟା ଫନିକୁ ୨୭ ଦିନ ପୁରିଲାଣି, ହେଲେ ଏବେବି ସ୍ମାର୍ଟସିଟି ଭୁବନେଶ୍ୱରର ସ୍କୁଲ ସବୁ ଅସଜଡ଼ା ହୋଇରହିଛି ।

author img

By

Published : May 29, 2019, 10:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା ଫନିକୁ ୨୭ ଦିନ ପୁରିଲାଣି, ହେଲେ ଏବେବି ସ୍ମାର୍ଟସିଟି ଭୁବନେଶ୍ୱରର ସ୍କୁଲ ସବୁ ଅସଜଡ଼ା । ବାତ୍ୟା ଉଜାଡ଼ି ଦେଇଛି ୨୫୫ଟି ସ୍କୁଲ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୪୨ଟି ସ୍କୁଲ ଓ ଭୁବନେଶ୍ୱର ବ୍ଲକରେ ୧୧୩ଟି ସ୍କୁଲ ବାତ୍ୟାରେ କ୍ଷୟକ୍ଷତି ହୋଇଛି । ପ୍ରାୟ ୮ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି ।

ବାତ୍ୟା ଫନି ସ୍ମାର୍ଟସିଟି ଭୁବନେଶ୍ୱରର ଶିକ୍ଷା ବ୍ୟବସ୍ଥାକୁ ଏକ ପ୍ରକାର ବିପର୍ଯ୍ୟସ୍ତ କରିଦେଇଛି । ଅଧିକାଂଶ ସ୍କୁଲରେ ପାଚେରୀ ଭୁଷୁଡି ପଡିବା ସହ କିଛି ସ୍କୁଲର ଶ୍ରେଣୀ ଗୃହ ମଧ୍ୟ ଭୁଷୁଡି ପଡିଛି । ଏ ହେଉଛି ଭୁବନେଶ୍ୱର ସାଲିଆସାହି ବସ୍ତି ୱାର୍ଡ ନଂ ୧୬ ଏକାମ୍ର ବିହାର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ଦୁଇଟି ଗୃହରେ ୧୪୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢା ଚାଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାତ୍ୟାରେ ସ୍କୁଲର ଛାତ ଉଡିଯାଇଛି । ମେଲା ଘରେ ଖରା ପଡିଥିବାରୁ ପାଠ ପଢିବା ବଡ କଷ୍ଟକର । ସ୍କୁଲ ଖୋଲିଲା ପରେ ଶ୍ରେଣୀ ଗୃହରେ ପାଠ ପଢି ହେବନି, ତେଣୁ ତୁରନ୍ତ ଆଜବେଷ୍ଟ ପଡ଼ିବା ଦରକାର ବୋଲି ୫ମ ଶ୍ରେଣୀର ଛାତ୍ର ଲଖିନାଥ ନାୟକ କହିଛନ୍ତି । ସେପଟେ ସ୍କୁଲ ଶିକ୍ଷୟିତ୍ରୀ ବୈଜୟନ୍ତୀ ବେହେରା ଖୁବ ଶୀଘ୍ର ସ୍ଥିତି ସୁଧୁରିବା ନେଇ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ।

ସେହିପରି ଭୁବନେଶ୍ୱର ବିଏମସି ଅଞ୍ଚଳରେ ମୋଟ ୧୬୬ଟି ସ୍କୁଲ ଥିବାବେଳେ ୭୯୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ପାଖାପାଖି ୪୭ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୪ଟି ହଷ୍ଟେଲ ମଧ୍ୟ ଅଛି । ପ୍ରାୟତଃ ମୋ ସ୍କୁଲ ଯୋଜନାରେ ସମସ୍ତ ସ୍କୁଲ ଗୁଡିକ ଅନ୍ତର୍ଭୁକ୍ତ । ବାତ୍ୟାରେ ଭାଙ୍ଗି ଯାଇଥିବା ସ୍କୁଲକୁ ନେଇ ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ସସ୍ମିତା ମାଳି କହିଛନ୍ତି, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୪୨ଟି ସ୍କୁଲ ଏବଂ ଭୁବନେଶ୍ୱର ବ୍ଲକରେ ୧୧୩ ଟି ସ୍କୁଲ ବାତ୍ୟାରେ ପ୍ରଭାବିତ ହୋଇଛି । ବାତ୍ୟା ପରେ ପରେ ପ୍ରାୟତଃ ସବୁ ସ୍କୁଲ ପରିସରରୁ ଗଛ ପତ୍ର ସଫା କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସହାୟତା ମିଳୁଛି । ଆସନ୍ତା ମାସ ୧୯ ତାରିଖରେ ସ୍କୁଲ ଖୋଲିବା ପୂର୍ବରୁ ମୋଟାମୋଟି ସମସ୍ତ ସ୍କୁଲର ମରାମତି ହୋଇଯିବ ବୋଲି ସେ କହିଛନ୍ତି ।

ଯଦି ସ୍ମାର୍ଟସିଟିରେ ଫନି ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସରକାରୀ ଉଦ୍ୟମର ସ୍ଥିତି ଯଦି ଏମିତି, ତା ହେଲେ ଗ୍ରାମାଞ୍ଚଳରେ ପୁନରୁଦ୍ଧାର କାମ କେତେ ତ୍ୱରାନ୍ୱିତ ହୋଇ ପାରୁଛି, ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ଆଗକୁ ସ୍କୁଲ ଖୋଲିବା ପରେ ଜଣାପଡିବ ବିଭାଗୀୟ କର୍ତ୍ତୃପକ୍ଷ ସ୍କୁଲର ପୁନଃସ୍ଥାପନ ନେଇ କେତେ ଗୁରୁତ୍ବ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.