ETV Bharat / state

ପୈତୃକ ସମ୍ପତ୍ତି ଫେରି ପାଇବାକୁ ଧାରଣାରେ ପରିବାର - famaily protest in collector office

ନିଜ ପୈତୃକ ସମ୍ପତ୍ତି ଫେରି ପାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଗୋଟିଏ ପରିବାର । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
author img

By

Published : Jan 29, 2021, 2:57 PM IST

ଖୋର୍ଦ୍ଧା: ପୈତୃକ ସମ୍ପତ୍ତି ଫେରି ପାଇବା ପାଇଁ ଧାରଣାରେ ପରିବାର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା ଜଗନ୍ନାଥପୁର ଗ୍ରାମର ଯମୁନା ବେୱା ତାଙ୍କ ପୈତୃକ ସମ୍ପତ୍ତି ଫେରି ପାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସୂଚନାଅନୁସାରେ,ଗତ କିଛି ଦିନ ଧରି ଯମୁନା ବେୱା ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ଆସୁଛନ୍ତି । ଦଧିବାମନପୁର ମୌଜାରେ ଯମୁନାଙ୍କ ନାମରେ ୯୮ ଡେସିମିଲ ଜମି ରହିଛି । ମାତ୍ର ଗ୍ରାମବାସୀ ମାନେ ଜୋର ଜବରଦସ୍ତି ସେହି ଜମିରେ ଏକ ମନ୍ଦିର ତୋଳିବା ସହ ଅଧିକାଂଶ ଅଂଶକୁ ଜବରଦଖଲ କରି ତାଙ୍କ ଘରକୁ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଯମୁନା ବେୱାଙ୍କ ପରିବାର । ଖାଲି ସେତିକି ନୁହେଁ ପରିବାରକୁ ଏକଘରକିଆ କରି ନଳକୂପରୁ ପାଣି ଆଣିବାକୁ ବାରଣ କରିଛନ୍ତି ଗାଁ ଲୋକେ ।

ଏହା ସହିତ ଯମୁନାଙ୍କ ଦୁଇ ବୋହୂ କଳ୍ପନା ଓ ସୁକାନ୍ତିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସେମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆ ଯାଉଥିବା ଅଭିଯୋଗ କରିଛନ୍ତି ଧାରଣାଗତ ପରିବାର । ଏନେଇ ଟାଙ୍ଗୀ ଥାନାରେ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଆଜି ଯମୁନା ନିଜ ପରିବାର ସହ ନ୍ୟାୟ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ନ୍ୟାୟ ନପାଇଲେ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି ଧାରଣାଗତ ପରିବାର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.