ETV Bharat / state

ନକଲି ଶିକ୍ଷକ ପ୍ରସଙ୍ଗ: ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ DEO ଓ BEOଙ୍କୁ ନିର୍ଦ୍ଦେଶ

author img

By

Published : Apr 11, 2023, 9:59 AM IST

ରାଜ୍ୟରେ କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ସେନେଇ ରିପୋର୍ଟ ଦେବେ BEO ଓ DEO । ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ନକଲି ଶିକ୍ଷକ ପ୍ରସଙ୍ଗ
ନକଲି ଶିକ୍ଷକ ପ୍ରସଙ୍ଗ

ଭୁବନେଶ୍ବର: ନକଲି ଶିକ୍ଷକ ଚିହ୍ନଟ ପ୍ରସଙ୍ଗ । ଦୁଇ ଦିନ ଭିତରେ ରିପୋର୍ଟ ଦେବେ BEO ଓ DEO । ରାଜ୍ୟରେ କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ଏବଂ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ରିପୋର୍ଟ ପ୍ରଦାନ କରିବେ । ରିପୋର୍ଟ ମିଳିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରାଥମିକ ଶିକ୍ଷା ବିଭାଗ ନିଦ୍ଦେର୍ଶକ ଜ୍ୟୋତି ରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, କିଛି ଦିନ ହେଲା ନକଲି ଶିକ୍ଷକ ନେଇ ଅଭିଯୋଗ ଆସିଥିଲା । ଜାତି, ଜନ୍ମ ଓ ଶିକ୍ଷାଗତ ଯୋଗ୍ୟତା ଜାଲିଆତି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ 300 ଶିକ୍ଷକ ଚିହ୍ନଟ ହୋଇଥିଲେ । ସମସ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏଫଆଇଆର କରାଯାଇଛି । ସରକାର BEO ଓ DEOମାନଙ୍କୁ SOP ଜାରି କରିଛନ୍ତି ଯେ, ନକଲି ଶିକ୍ଷକଙ୍କୁ ଧରିବାକୁ କେଉଁ ଉପାୟ ଅବଲମ୍ବନ କରିବେ ।

କିଛି ନକଲି ଶିକ୍ଷକ ଚାକିରିରୁ ବହିଷ୍କାର ହୋଇଛନ୍ତି । ଏହାସହିତ କିଛି ଶିକ୍ଷକ ଗିରଫ ମଧ୍ୟ ହୋଇଛନ୍ତି । ଆଉ କେତେକ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ପରେ ପୁଣି ଚାକିରିରେ ଯୋଗଦାନ କରିଛନ୍ତି । ନକଲି ଯୋଗ୍ୟତା ପ୍ରମାଣପତ୍ର ଅଭିଯୋଗ ସବୁ ଜିଲ୍ଲାରୁ ଆସୁଛି । ବଲାଙ୍ଗୀରରୁ ବି ନକଲି ଶିକ୍ଷକ ଅଭିଯୋଗ ହୋଇଛି । ବଲାଙ୍ଗୀର ଲିଙ୍କ୍ ନକଲି ସାର୍ଟଫିକେଟ ସହ ରହିଛି । ଆମ ରାଜ୍ୟକୁ ଆସୁଥିବା ନକଲି ସାର୍ଟଫିକେଟ ବିଶେଷ ଭାବରେ ଆସାମ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ପରି ବାହାର ରାଜ୍ୟରୁ ଆସୁଛି । ସେଥିପାଇଁ ଏ ଦିଗରେ ଯାଞ୍ଚ ଲାଗି କଷ୍ଟ ହେଉଛି ଓ ସମୟ ଲାଗୁଛି ମଧ୍ୟ । ହେଲେ ଓଡ଼ିଶା ଭିତର ସାର୍ଟିଫିକେଟ ଶୀଘ୍ର ମିଳୁଛି ଓ ସହଜରେ କାର୍ଯ୍ୟାନୁଷ୍ଠାନ ନେଇଛୁ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅସହ୍ୟ ତାତି, ଆଜିଠୁ ସକାଳୁଆ ସ୍କୁଲ

ସୂଚନା ଅନୁଯାୟୀ, କିଛି ଦିନ ହେଲା ନକଲି ସାର୍ଟଫିକେଟକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଅନେକ ବିଭାଗରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ବେଳେ ଶିକ୍ଷା ବିଭାଗରେ ମଧ୍ୟ ତାହା ଦେଖାଦେଇଥିଲା । ଶିକ୍ଷା ବିଭାଗରେ ହଜାର ହଜାର ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବାର ନଜରକୁ ଆସିଛି । ଯାହାକୁ ନେଇ ବର୍ତ୍ତମାନ ସମୟରେ ଜୋରଦାର ଖୋଳତାଡ଼ ଚାଲିଛି । କେବଳ ଶିକ୍ଷା ବିଭାଗ ନୁହେଁ ଡାକ ସମବାୟ ବିଭାଗରେ ମଧ୍ୟ ନକଲି ସାର୍ଟିଫିକେଟ୍ ସାମ୍ନାକୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.