ETV Bharat / state

ୟୁଟ୍ୟୁବର ସାଜିଥିଲା ନକଲି ପୋଲିସ, ଭୁବନେଶ୍ବରରୁ ଗିରଫ କଲା ଅସଲି ପୋଲିସ - କମିଶନରେଟ ପୋଲିସ ହାତରେ ଧରାପଡ଼ିଲା ନିକଲି ପୋଲିସ

ଭୁବନେଶ୍ବରରୁ କମିଶନରେଟ ପୋଲିସ ହାତରେ ଧରାପଡ଼ିଲା ନିକଲି ପୋଲିସ । ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଧିକ ପଢ଼ନ୍ତୁ

fake police arrested in bhubaneswar
ନକଲି ପୋଲିସକୁ ଗିରଫ କଲା ଅସଲି ପୋଲିସ
author img

By

Published : Jun 30, 2023, 7:30 PM IST

ନକଲି ପୋଲିସକୁ ଗିରଫ କଲା ଅସଲି ପୋଲିସ

ଭୁବନେଶ୍ବର: ନିଜକୁ ପୋଲିସ ଅଧିକାରୀର ପରିଚୟ ଦେଉଥିଲେ । ଥାନା ଆଇଆଇସି କହି ଯୁବକଙ୍କୁ ମାଡ଼ ଦେଉଥିଲେ । ଅସଲି ପୋଲିସ ପାଖରେ ଅଭିଯୋଗ ପହଞ୍ଚିବା ପରେ ଭୁବନଶ୍ବରରୁ ଧରାପଡ଼ିଲା ନକଲି 420 ପୋଲିସ । ନକଲି ପୋଲିସ ସାଜି ଲୋକଙ୍କୁ ବୋକା ବନାଉଥିବା ଯୁବକକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ରଞ୍ଜନ କୁମାର ଭୂୟାଁ । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ ହୋଇଥିବା ଜୋନ ୨ ଏସିପି ସୂଚନା ଦେଇଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଗତ ଗୁରୁବାର ରାତ୍ରିରେ ବୋତଣ୍ଡା ଅଞ୍ଚଳରେ ଏକ ଭଡ଼ା ଘରେ ଜଣେ ପୋଲିସ ୟୁନିଫର୍ମରେ ଥିବା ବ୍ୟକ୍ତି ନିଜକୁ ଅଫିସର ପରିଚୟ ଦେଇ ଜଣେ ଯୁବକକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏପରିକି ମିଛ କେସରେ ଜେଲରେ ଭର୍ତ୍ତି କରିବାକୁ ଧମକ ଦେଇଥିଲେ । କିଛି ଟଙ୍କା କାରବାର ନେଇ ପୋଲିସ ୟୁନିଫର୍ମରେ ଥିବା ପୋଲିସ ଉକ୍ତ ଯୁବକୁ ମାଡ଼ ମାରି ଲହୁଲୁହାଣ କରିଥିଲେ । ଏନେଇ ଯୁବକଙ୍କ ଭାଇ ରଞ୍ଜନ କୁମାର ଜେନା ନାମକ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ‌ । ପୋଲିସ ଅଭିଯୋଗ ପାଇବା ପରେ ଉକ୍ତ ଅଧିକାରୀକୁ ଧରିବାକୁ ତଦନ୍ତ ଆରମ୍ଭ କରିଥିଲା । ପରିଶେଷରେ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତକୁ ଧରିଥିଲା । ଜଣାପଡିଥିଲା ଯେ, ସେ ଅସଲି ନୁହେଁ ବରଂ ଜଣେ ନକଲି ପୋଲିସ । ଯେକି ନିଜକୁ ସୁବୋଧ କୁମାର ନାୟକ ପରିଚୟ ଦେଇ ପୋଲିସଗିରି ଦେଖାଉଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଅସଲି ପୋଲିସ ହାତରେ ନକଲି ପୋଲିସ, ଖାକି ପୋଷାକରେ ଖେଳାଇ ଥିଲେ ଆତଙ୍କ

ଏନେଇ ଜୋନ ୨ ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି, "ଅଭିଯୁକ୍ତ ରଞ୍ଜନ କୁମାର ଭୂୟାଁ ଘର କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡିଛି । ସେ ନିଜକୁ ଜଣେ ୟୁଟୁବର ବୋଲି କହୁଛନ୍ତି । ଓ୍ବେବ୍‌ ସିରିଜ କରିବା ପାଇଁ ପୋଲିସ ପୋଷାକ ଆଣି ଅଭିନୟ କରିଥାନ୍ତି । ହେଲେ ପରେ ପରେ ନିଜକୁ ଥାନା ଅଧିକାରୀର ପରିଚୟ ଦେଇ ଏପରି କଳା କାରନାମା କରିଛନ୍ତି । ଏଥିରେ ଆହୁରି କିଛି ଜଣଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇ କମିଶନରେଟ ପୋଲିସ ପରି ପିନ୍ଧୁଥିବା ପୋଲିସ ୟୁନିଫର୍ମ ଜବତ କରାଯାଇଛି ।" ସେ ଜଣେ ବିଏ ଛାତ୍ର ଥିବା ପୋଲିସ ଜାଣିବାକୁ ପାଇଛି । ଅଭିଯୁକ୍ତକୁ ଆଇପିସି ଧାରା 342/323/419/170/379ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.