ଭୁବନେଶ୍ବର: ଭୁବନେଶ୍ବରରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଉଡିଲା ଛାତ, ଭାଙ୍ଗିଲା କାନ୍ଥ । ତେବେ ଲକ୍ଷ୍ମୀସାଗର ଝାରପଡ଼ା ଷ୍ଟେଜ 3ରେ ଏହି ଘଟଣା ଘଟିଛି । ବିସ୍ଫୋରଣରେ ଆହତ ହୋଇଛନ୍ତି ଝାରପଡା ଅଞ୍ଚଳର କବିରାଜ ସ୍ବାଇଁ । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଆଶଙ୍କା କରାଯାଉଛି ।
ଗତକାଲି ରାତିରେ ଏଭଳି ଘଟଣା ଘଟିଛି । ଅନ୍ୟପଟେ ବୋମାମାଡ଼ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ ଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ପାରିପାର୍ଶ୍ବିକ ପରିସ୍ଥିତି ଓ ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି । ବିଲ୍ଡିଂଟି ବିପଦଜନକ ସ୍ଥିତିରେ ଥିବା ଯୋଗୁଁ ସେଠାକୁ ଯିବା ବିପଦ ରହିଛି । ଏନେଇ ପୋଲିସ ଦୂରରୁ ରହି ତନାଘନା ଚଳାଇଛି ।
ଏନେଇ ଘର ପାଖ ପଡୋଶୀ କହିଛନ୍ତି, "ଗତକାଲି ରାତିଠାରୁ ଭୟରେ ଓ ଆଶଙ୍କାରେ ରହିଛନ୍ତି। ହଠାତ୍ ବାଣ ଫୁଟୁଥିବା ଭାବିଥିଲେ । ହେଲେ ପାଖରେ ଜୋରରେ ଲୋକଙ୍କ ଶବ୍ଦ ଶୁଣି ବାହାରକୁ ଦେଖିବା ବେଳକୁ ନିଆଁ ହୁତୁ ହୁତୁ ହୋଇ ଜଳୁଥିଲା। ଘର ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଜିନିଷ ଘରର କବାଟ ସବୁ ଉଡ଼ି ବାହାରେ ପଡ଼ିଥିଲା ।" ସେପଟେ ଏନେଇ ବ୍ୟବସାୟୀ କବିରାଜ ସ୍ବାଇଁ କହିଛନ୍ତି , "ବର୍ଷକ ଶେଷରେ ବ୍ୟବସାୟର କ୍ଲୋଜି ଥିଲା । କ୍ୟାସ ପାଖାପାଖି ଦେଢରୁ ଦୁଇ ଲକ୍ଷ ପର୍ଯନ୍ତ ଥିଲା । ରାତି 11ଟା 3 ସମୟ ବ୍ୟବସାୟ ସାରି ବାହାରିବାର ଥିଲା। ଏହି ସମୟରେ କେହି ଆସି ହଠାତ୍ ଘର ବାହାର ପଟୁ ବିସ୍ଫୋରଣ କରିଥିଲା । ଭିତର ପଟକୁ ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଲା। ନିଆଁ ହଠାତ୍ ବ୍ୟାପିଗଲା। ଚାହୁଁ ଚାହୁଁ ଭିତରେ ଥିବା ଜିନିଷ ମଧ୍ୟ ନିଆଁ ଲାଗିଗଲା।ଏପରିକି ସେ ମଧ୍ୟ ନିଆଁରେ ବର୍ତ୍ତିବାକୁ ଚେଷ୍ଟା କଲା ବେଳକୁ ଜଣେ କେହି ଦୌଡ଼ି ପଳାଇବାକୁ ଚେଷ୍ଟା କଲେ। ତେବେ ସେ ଆହାତ ଅବସ୍ଥାରେ ସେଠାରୁ ବାହାରି ଆସିଥିଲେ ।"
ଏହା ମଧ୍ୟ ପଢନ୍ତୁ- ହସ୍ପିଟାଲ ବିସ୍ଫୋରଣରେ ସ୍ବାମୀ ହରାଇଥିଲେ, ବିଚ୍ଛେଦ ସହିନପାରି ପତ୍ନୀଙ୍କ ଆତ୍ମହତ୍ୟା
ସେ ଆହୁରି ମଧ୍ୟ କହିଛନ୍ତି , ଝାରପଡ଼ା ଅଞ୍ଚଳରେ ବୋମାମାଡ କିଛି ନୂଆ ନୁହେଁ। କେହି ଲୁଟିବା ପାଇଁ ଏପରି କରିଥାଏ ପାରେ । ପୋଲିସ ତଦନ୍ତ କରୁଛି। ଅନ୍ୟପଟେ ପୋଲିସର ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେବିପଦଜନକ ସ୍ଥିତିରେ ଥିବାରୁ ଘର ଭିତରୁ ନମୁନା ସଂଗ୍ରହ ସମସ୍ୟା ହୋଇଛି। ହେଲେ ପୋଲିସ ସର୍ଟସର୍କିଟ ଯୋଗୁଁ ନିଆଁ ବ୍ୟାପିଥିବା ସନ୍ଦେହ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର