ETV Bharat / state

ଅବକାରୀ ବିଭାଗର ଚଢାଉ; ୫୦୦୦ ଲିଟର ପୋଚ ନଷ୍ଟ, ୧୪୦ ଲିଟର ଦେଶୀମଦ ଜବତ

author img

By

Published : Aug 24, 2021, 12:51 PM IST

ବେଗୁନିଆ ଥାନା ଅନ୍ତର୍ଗତ ବଡପଦର ଜଙ୍ଗଲ ଭିତରେ ଏକ ମଦ ଭାଟି ଉପରେ ଚଢାଉ କରି ୫ହଜାର ଲିଟର ପୋଚ ନଷ୍ଟ କରିବା ସହ ୧୪୦ ଲିଟର ଦେଶୀ ମଦ ଜବତ କରିଛି । ଅଧିକ ପଢନ୍ତୁ...

ଅବକାରୀ ବିଭାଗ ଚଢାଉ, ୫୦୦୦ଲିଟର ପୋଚ ନଷ୍ଟ
ଅବକାରୀ ବିଭାଗ ଚଢାଉ, ୫୦୦୦ଲିଟର ପୋଚ ନଷ୍ଟ

ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । କେଉଁଠି ଦେଶୀ ମଦ ତ କେଉଁଠି ଗଞ୍ଜେଇ ଚୋରା ଚାଲାଣ କରି ମାଫିଆମାନେ ମାଲାମାଲ ହେଉଛନ୍ତି । ଏହାକୁ ନଜରରେ ରଖି ସକ୍ରିୟ ହୋଇଛି ଅବକାରୀ ବିଭାଗ । ବେଗୁନିଆ ଥାନା ଅନ୍ତର୍ଗତ ବଡପଦର ଜଙ୍ଗଲ ଭିତରେ ଏକ ମଦ ଭାଟି ଉପରେ ଚଢାଉ କରି ୫୦୦୦ ଲିଟର ପୋଚ ନଷ୍ଟ କରିବା ସହ ୧୪୦ ଲିଟର ଦେଶୀ ମଦ ଜବତ କରିଛି ।

ଅବକାରୀ ବିଭାଗ ଚଢାଉ, ୫୦୦୦ଲିଟର ପୋଚ ନଷ୍ଟ

ଚୋରାରେ ମଦ କାରବାର ଚାଲୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । କାରବାର ପଣ୍ଡ କରିବାକୁ ଯୋଜନା କରିଥିଲା ବିଭାଗ । ଏହା ପରେ ଖୋର୍ଦ୍ଧା ଅବକାରୀ ବିଭାଗ, ଟାଙ୍ଗୀ ଅବକାରୀ ବିଭାଗ , ବେଗୁନିଆ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଦ ଭାଟି ଉପରେ ଅଚାନକ ଚଢାଉ ହୋଇଥିଲା ।

ଚଢ଼ାଉ ସମ୍ପର୍କରେ ଖବର ପାଇ ପୂର୍ବରୁ ମଦ ମାଫିଆମାନେ ଫେରାର ହୋଇଯାଇଛନ୍ତି । ତେବେ ଏହି ଅଞ୍ଚଳରେ ପୂର୍ବରୁ ବହୁବାର ଏହି ଭାଟି ଚାଲୁଥିବା ଅବକାରୀ ବିଭାଗ ପାଖରେ ତଥ୍ୟ ଥିବା ସତ୍ତ୍ୱେ ଚଢାଉ ନକରିବା ଅବକାରୀ ବିଭାଗ ଓ ପୋଲିସ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.