ETV Bharat / state

ମାଟିରେ ମିଶିଲା ଚୋରା ମଦ ଭାଟି, ଅବକାରୀ ଭାଙ୍ଗିଲା ନିଶା ମାଫିଆଙ୍କ ଆଡ୍ଡା

author img

By ETV Bharat Odisha Team

Published : Oct 20, 2023, 4:15 PM IST

ପୂଜା ପାଇଁ ଏକକାଳୀନ ରେଡ କରିଥିଲା ଭୁବନେଶ୍ୱର ଅବକାରୀ ଟିମ୍ । ମାଟିରେ ମିଶିଲା ଲକ୍ଷାଧିକ ଟଙ୍କାର ଦେଶୀ ମଦ । ବେଆଇନ ମଦ କାରବାର କରୁଥିବା ୨୦ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଅଧିକ ପଢନ୍ତୁ

ପୂଜା ପାଇଁ ଏକକାଳୀନ ରେଡ କରିଥିଲା ଭୁବନେଶ୍ୱର ଅବକାରୀ ଟିମ୍

ଭୁବନେଶ୍ବର: ଭୁବନେଶ୍ୱର ମଦ ଭାଟି ଉପରେ ଅବକାରୀ ଟିମର ଚଢାଉ । ପୂଜା ପାଇ ଏକକାଳୀନ ରେଡ କରିଥିଲା ଭୁବନେଶ୍ୱର ଅବକାରୀ ଟିମ୍ । ସାଲିଆସାହିରେ ଚାଲିଥିବା ବେଆଇନ ମଦ ଭାଟି ଉପରେ ବିଭାର କଡା ଆକ୍ସନ । ଭାଙ୍ଗିଲେ ମଦ ଭାଟି, ମାଟିରେ ମିଶିଲା ଚୋରା ମଦ । ବେଆଇନ ମଦ କାରବାର କରୁଥିବା 15ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ ।

ସୂଚନା ଅନୁଯାୟୀ, ପାର୍ବଣ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ବେଆଇନ କାରବାର ନିଶା କାରବାର ସହ ମାର୍କେଟ, ଓ ଚୋରଙ୍କ ଉପରେ ବିଭିନ୍ନ ବିଭାଗ ଦୃଷ୍ଟି ରଖିଛନ୍ତି । ତେବେ ଏହାରି ଭିତରେ ସାଲିଆସାହିରେ ଚାଲିଥିବା ଦେଶୀ ମଦ ଭାଟି ଉପରେ ବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ମଦକୁ ନଷ୍ଟ କରିଥିବା ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ଏହି ଦେଶୀ ମଦ ସାଲିଆସାହିରୁ ଭୁବନେଶ୍ୱର ସାରା ବିକ୍ରି ହେଉଥିଲା । ଦେଶୀ ମଦ ପିଇ ଯୁବପିଢି ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ବିଭିନ୍ନ ସମୟରେ ଏହାର ପ୍ରଭାବରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି ।

ଏହା ମଧ୍ୟ ପଢନ୍ତୁ...ଅବକାରୀ ବିଭାଗ ଧରପଗଡ଼: ବିପୁଳ ପରିମାଣର ଦେଶୀମଦ ଜବତ

ଏହାକୁ ନେଇ ସାଲିଆସାହିରେ ଦେଶୀ ମଦ ଭାଟି କରି ମଦ ପ୍ରସ୍ତୁତ କରୁଥିବା ଜାଗାରେ ଛାପା ମାରିଥିଲା ଅବକାରୀ ଟିମ୍ । ଘର ଆଢ଼ୁଆଳରେ ବନ୍ଦ କୋଠରୀ ଭିତରେ ରନ୍ଧା ହେଉଥିଲା ଚାଉଳି ଓ ପୋଚ଼ । କାଠ ଚୁଲିରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ । ଲିଟର ଲିଟର କରି ହଜାର ହଜାର ଲିଟର ମଦ ପ୍ରସ୍ତୁତ କରି ପ୍ୟାକେଟ କରି ସପ୍ଲାୟ ହେଉଥିଲା ଚାରିଆଡ଼େ । ପ୍ରାୟ 15 ଜଣଙ୍କ ଘରେ ଏପରି ରନ୍ଧାମଦକୁ ନଷ୍ଟ କରିଥିଲା ବିଭାଗ । ଦେଶମଦ କାରବାର କରୁଥିବା 15 ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ 4 ଜଣ ମହିଳା ଥିବା ବେଳେ 4 ଜଣ ପୁରୁଷ ଥିବା ବେଳେ ଅଛନ୍ତି ।

ଏମାନେ ବିଶେଷ କରି ମଦ ପ୍ରସ୍ତୁତ କରି ଚାରିଆଡ଼େ ସପ୍ଲାୟ ଦେଉଥିବା ଜାଣିବାକୁ ପାଇଛନ୍ତି ଅବକାରୀ ଟିମ୍ । ଜବତ ହୋଇଥିବା ୧୦ହଜାର ଲିଟର ଦେଶୀ ମଦ ମାଟିରେ ଢ଼ାଳି ନଷ୍ଟ କରିବା ସହ ସମସ୍ତ ପ୍ରସ୍ତୁତ ହେଉଥିବା ହାଣ୍ଡି ଡ୍ରମ ଓ ବିଭିନ ସାମଗ୍ରୀ ଜବତ କରାଯାଇଛି ବିଭାଗ । ତେବେ ଏହି ଘଟଣାର ଚେର କେଉଁଠିକୁ ମାଡିଛି , ପ୍ରକୃତରେ କେଉଁମାନେ ଏହି ରନ୍ଧା ମଦ କାରବାରରେ ସାମିଲ ଅଛନ୍ତି । କେଉଁ କେଉଁ ସ୍ଥାନକୁ ଏହାର ସପ୍ଲାଏ କରାଯାଏ ଏହାକୁ ନେଇ ଖୋଳତାଡ ଆରମ୍ଭ କରିଛି ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.