ETV Bharat / state

ସମ୍ବଲପୁର ହିଂସା ପାଇଁ ବିଜେଡି ଦାୟୀ, ଦଙ୍ଗାକାରୀଙ୍କୁ ଘଣ୍ଟ ଘୋଡାଉଛି: ବିଜେପି

author img

By

Published : Apr 25, 2023, 6:38 PM IST

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ନେଇ ବାରମ୍ବାର ବିଜେଡି ସରକାରଙ୍କୁ ଟାର୍ଗେଟ କରୁଛି ବିଜେପି । ତେବେ ଆଜି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଣି ବିଜେଡି ସରକାର ଉପରେ ବର୍ଷିବା ସହ ରାଜ୍ୟ ସରକାର ଉଚ୍ଚାରଣ ଓ ଆଚରଣରେ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବିଭିନ୍ନ ସମୟରେ ବିରୋଧି ଅଭିଯୋଗ କରୁଛନ୍ତି । ଏନେଇ ବିଭିନ୍ନ ସମୟରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି । ତେବେ ନିକଟରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି । ନିକଟରେ ବିଜେଡିର ଦୁଇ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ଏନେଇ ବିଜେପିକୁ ଟାର୍ଗେଟ କରିଥିଲେ । ସମ୍ବଲପୁରର ଲୋକମାନେ ଶୀଘ୍ର ସ୍ଥିତି ସ୍ବାଭାବିକ ହେଉ ଚାହୁଁଥିବା ବେଳେ ବିଜେପି ନେତା ଶାନ୍ତିଭଙ୍ଗ ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଥିଲେ ଏହି ଦୁଇ ବରିଷ୍ଠ ବିଜେଡି ନେତା । ତେବେ ଆଜି ବିଜେଡି ସରକାରକୁ ପୁଣି ଟାର୍ଗେଟ କରିଛି ବିଜେପି । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାର ଉଚ୍ଚାରଣ ଓ ଆଚରଣରେ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, "ବିଗତ କିଛି ମାସ ଧରି ରାଜ୍ୟବାସୀଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟରେ ଲ ଲେସନେସ ବଢିଛି । ରାମ ନବମୀ ଓ ହନୁମାନ ଜୟନ୍ତୀରେ ହିଂସା ହେବା, ଆଉ ଏଥିପାଇଁ ଆୟୋଜନକାରୀଙ୍କୁ ଦାୟୀ କରାଯିବା କଣ ଦର୍ଶାଉଛି ? ଏହାର ଅର୍ଥ ହିଂସା ହିନ୍ଦୁମାନେ କରୁଛନ୍ତି । ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଟେକା ପଥର ମାଡ ତାପରେ ଠେଙ୍ଗାରେ ମାଡ଼, ବିଭିନ୍ନ ମାରଣାସ୍ତ୍ର ଧରି ତାଣ୍ଡବ କଲେ, ସେମାନଙ୍କର କଣ କିଛି ଦୋଷ ନାହିଁ ? ମନ୍ତ୍ରୀ ପ୍ରତାପ ଦେବଙ୍କର ଗତକାଲି ଯେଉଁ ଭାଷା, ତାହା ସ୍ପଷ୍ଟ କରୁଛି ଦଙ୍ଗାକାରୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାର । ପୋଲିସ ଏତଲାରେ ଯାହା ଲେଖିଛି ଆମେ ସେଇ କଥା କହୁଛୁ । ସେ ଲେଖିଛନ୍ତି ୧୬୦ରୁ ଊର୍ଦ୍ଧ୍ବ ଦଙ୍ଗାକାରୀ ଥିଲେ । ତେବେ କାହିଁକି ସେମାନଙ୍କୁ ଗିରଫ ନକରି ବସିଛନ୍ତି ସରକାର ? କିଏ ଚାପ ସୃଷ୍ଟି କରୁଛି ତାଙ୍କୁ ଗିରଫ ନକରିବା ପାଇଁ ? ସେହିପରି ଉତ୍ତର ପ୍ରଦେଶର ଗୁଳିକାଣ୍ଡ ଘଟଣାରେ ଗୁଡୁ ମୁସଲିମ ଶ୍ରୀକ୍ଷେତ୍ର ପୁରୀକୁ ଆସି ଅପବିତ୍ର କରି ବରଗଡ଼ ଗଲା । ଆଉ ସେଠି କାହା ସହ ମିଶିଲା ? ସେ କାହାର ବନ୍ଧୁ ? ସେ କଣ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବନ୍ଧୁ କି ? ବିଜୁ ଜନତା ଦଳ ସବୁବେଳେ ହିନ୍ଦୁ ବିରୋଧୀ ମାନସିକତା ପ୍ରତିପୋଷଣ କରିଛି । ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ଯୋଜନା କରିଥିଲେ, ରତ୍ନ ଭଣ୍ଡାର ଲୁଟିବା ଆଉ ଚାବି ହଜିବା, ରତ୍ନ ଭଣ୍ଡାର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନନେବା, ରଘୁବର ଦାସଙ୍କ କମିଶନ ରିପୋର୍ଟ ସାର୍ବଜନୀନ ନହେବା, ଗୋଟେ ଘରୋଇ କମ୍ପାନୀକୁ ଜଗନ୍ନାଥଙ୍କ ଜମି ଦେବା ପାଇଁ ମସୁଧା କରି ସୁପ୍ରିମକୋର୍ଟରୁ ଭର୍ତ୍ସନା ଶୁଣିବା, ଜଗନ୍ନାଥଙ୍କ ପ୍ରତି ଏପରି ପ୍ରତିପୋଷଣ ସରକାରଙ୍କ ହିନ୍ଦୁ ବିରୋଧୀ ମାନସିକତା ।" ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାର ରିପୋର୍ଟ ନଆସିବା କଣ ସରକାରଙ୍କ ହିନ୍ଦୁ ବିରୋଧୀ ମନୋଭାବ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିଭଳି ରାଜ୍ୟ ସରକାର ଉଚ୍ଚାରଣ ଓ ଆଚରଣରେ ଦୋ ମୁହାଁନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ସମୀର ମହାନ୍ତି । ସେ କହିଛନ୍ତି, "ଗତକାଲି ମନ୍ତ୍ରୀ ପ୍ରତାପ ଦେବ ଯାହା ମନ୍ତବ୍ୟ ଦେଇଥିଲେ ତାକୁ ଦୃଢ଼ ନିନ୍ଦା କରୁଛି ବିଜେପି । ଆଗାମୀ ଦିନରେ ଇତିହାସରେ ପ୍ରକାଶ ପାଇବ, କେଉଁଭଳି ଭାବେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରାଗଲା । ଇତିହାସ ଅନେକ କଥା କହିବ । ଏହା ଧୀରେ ଧୀରେ ସାର୍ବଜନୀନ ହୋଇସାରିଲାଣି । ଲୋକମାନେ ଯାହାକୁ ଦାୟିତ୍ବ ଦେଇଛନ୍ତି ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ତାଙ୍କର ଦାୟିତ୍ବ । ଯଦି ସେ ଦାୟିତ୍ବ ନେଇ ପାରୁନାହାନ୍ତି, ଗଣତନ୍ତ୍ରରେ ତାର ଅନେକ ବିକଳ୍ପ ଅଛି । ସେ ବିକଳ୍ପକୁ ଆଦରି ନେବାର ଆବଶ୍ୟକତା ରହିଛି । ଆଗାମୀ ଦିନରେ ଓଡିଶାବାସୀ ଏହାର ଉତ୍ତର ରଖିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.