ETV Bharat / state

୨୦୨୪ରେ ସାଧାରଣ ନିର୍ବାଚନ, ଖୋର୍ଦ୍ଧା ଷ୍ଟ୍ରଙ୍ଗରୁମରେ ପହଞ୍ଚିଲା EVM - ୨୦୨୪ରେ ହେବ ସାଧାରଣ ନିର୍ବାଚନ

୨୦୨୪ ପାଇଁ ଖୋର୍ଦ୍ଧା ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରଖାଯିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ
ଖୋର୍ଦ୍ଧା ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ
author img

By

Published : Apr 27, 2023, 2:48 PM IST

ଖୋର୍ଦ୍ଧା ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ

ଖୋର୍ଦ୍ଧା: ଆସନ୍ତା ୨୦୨୪ରେ ହେବ ସାଧାରଣ ନିର୍ବାଚନ । ଏବେଠୁ ବହିଲାଣି ନିର୍ବାଚନୀ ହାଓ୍ବା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ପହଞ୍ଚିଛି ଇଭିଏମ । ଖୋର୍ଦ୍ଧାରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଡରେ ଥିବା ଷ୍ଟ୍ରଙ୍ଗରୁମରେ ଏହାକୁ ରଖାଯାଇଛି । ଏହାର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ଦେଖାଯାଇଛି ।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ଟିମ୍‌ ହାଇଦ୍ରାବାଦରୁ 5ହଜାର 1ଶହ ବାଲାଟ ୟୁନିଟ ଏବଂ 5ହଜାର କଣ୍ଟ୍ରୋଲ ୟୁନିଟ ଇଭିଏମ ନେଇ ଖୋର୍ଦ୍ଧାରେ ପହଞ୍ଚିଥିଲେ । ଆସିଥିବା ଏହି ଇଭିଏମ ଗୁଡିକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇ ପ୍ରଥମେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଯାଞ୍ଚ କରିଥିଲେ । ଇଭିଏମ ମେସିନଗୁଡ଼ିକ ବାକ୍ସରୁ ବାହାର କରିବା ସହ ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଗଣତି କରାଯାଇଥିଲା । ଇଭିଏମ୍ ଅବସ୍ଥିତି ସମ୍ପର୍କରେ ଜାଣିବାକୁ ବାରକୋଡ଼ ଅନୁସାରେ ନିର୍ବାଚନ କମିଶନଙ୍କ ପୋର୍ଟାଲରେ କର୍ମଚାରୀମାନେ ଅପଲୋଡ କରୁଥିବା ନେଇ ଦେଖିବାକୁ ମିଳିଛି ।

ଛତିଶଗଡ଼ରୁ ଆସିଥିବା ନୋଡ଼ାଲ ଅଫିସରଙ୍କ ସହ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରମୁଖ ଇଭିଏମ ମେସିନ ଗୁଡ଼ିକୁ ଷ୍ଟ୍ରଙ୍ଗ୍‌ ରୁମରେ କିପରି ସୁରକ୍ଷା ବ୍ୟବସ୍ଥା ସହ ରଖାଯିବ ତାହାର ଯାଞ୍ଚ କରିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ କହିଛନ୍ତି, "ଖୋର୍ଦ୍ଧା ଜିଲ୍ଲାରେ ଆଠଗୋଟି ବିଧାନସଭା ଓ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି । ମତଦାନ ପାଇଁ ପ୍ରାୟ 1890 ବୁଥ୍‌ ଥିବା ବେଳେ ଏ ସମସ୍ତ ବୁଥରେ ମତଦାନ ନିମନ୍ତେ ଆବଶ୍ୟକ ଇଭିଏମ ଆସିବା ପରେ ତାର ସୁରକ୍ଷା ସହ ଗଣତି କରାଯାଇଛି । ସେହିପରି ଆସନ୍ତା 2ତାରିଖ ପରେ ସମସ୍ତ ଇଭିଏମଗୁଡ଼ିକ ଗୋଟିଗୋଟି କରି ଖୋଲାଯାଇ ଯାଞ୍ଚ ହେବ । ଏହି ସମସ୍ତ କାର୍ଯ୍ୟ ପ୍ରାୟ ଏକ ସପ୍ତାହ ଧରି ଚାଲିବ ।"

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ପ୍ରଥମ: ବିଦେଶୀ ସାଇବର ଠକ ଆକାଉଣ୍ଟରୁ ୯୮ ଲକ୍ଷ ଫେରାଇ ଆଣିଲା କ୍ରାଇମବ୍ରାଞ୍ଚ

ପ୍ରକାଶଥାଉକି, ଗତ ଏପ୍ରିଲ ୪ ତାରିଖରେ ସ୍ୱରାଷ୍ଟ୍ର ବିଭାଗର ନିର୍ଦ୍ଦେଶ କ୍ରମେ ପୁରୀରେ ୮୨୦୦ ଇଭିଏମ ମେସିନ ପହଞ୍ଚିଥିଲା । ଏଥିରେ ୪୧୦୦ ଗୋଟି ବାଲାଟ ୟୁନିଟ ଓ ୪୧୦୦ ଗୋଟି କଣ୍ଟ୍ରୋଲ ୟୁନିଟ ରହିଥିଲା । ଏଗୁଡ଼ିକ ପେଣ୍ଠକଟା ସ୍ଥିତ ଇଭିଏମ ଗୋଦାମ ନିକଟରେ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଇଭିଏମ ମେସିନଗୁଡିକର ତଦାରଖ କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.