ETV Bharat / state

ଜୋରସୋରରେ ଚାଲିଛି ବରମୁଣ୍ଡା ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ, ପ୍ରବେଶ ଓ ପ୍ରସ୍ଥାନ ପଥରୁ ହଟିଲା ଜବରଦଖଲ - ବରମୁଣ୍ଡ ବସଷ୍ଟାଣ୍ଡ ଅଞ୍ଚଳରେ ଜବରଦଖଲକାରୀଙ୍କୁ ଉଚ୍ଛେଦ

ବରମୁଣ୍ଡ ବସଷ୍ଟାଣ୍ଡ ଅଞ୍ଚଳରେ ଜବରଦଖଲକାରୀଙ୍କୁ ଉଚ୍ଛେଦ । ବେଆଇନ ଭାବେ ତିଆରି ହୋଇଥିବା ଘର ଉପରେ ଚାଲିଲା ବୁଲଡୋଜର । ଅଧିକ ପଢ଼ନ୍ତୁ

eviction drive at baramunda bus stand
ବରମୁଣ୍ଡ ବସଷ୍ଟାଣ୍ଡ ଅଞ୍ଚଳରେ ଜବରଦଖଲକାରୀଙ୍କୁ ଉଚ୍ଛେଦ
author img

By

Published : Apr 7, 2023, 9:51 PM IST

ବରମୁଣ୍ଡ ବସଷ୍ଟାଣ୍ଡ ଅଞ୍ଚଳରେ ଜବରଦଖଲକାରୀଙ୍କୁ ଉଚ୍ଛେଦ

ଭୁବନେଶ୍ବର: ବହୁ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି । ଖୁବଶୀଘ୍ର ବରମୁଣ୍ଡା ଆନ୍ତଃରାଜ୍ଯ ବସ ଟର୍ମିନାଲ ନିର୍ମାଣ କାର୍ଯ୍ଯ ଶେଷ ହେବ । ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ଯାୟରେ ରହିଥିବା ସୂଚନା ମିଳିଛି । ବରମୁଣ୍ଡାରେ ଥିବା କିଛି ଜବରଦଖଲକାରୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ବେଆଇନ ଭାବେ ରହିଥିବା କୋଠା ଓ ଦୋକନକୁ ଭଙ୍ଗାଯାଇଛି ।

ବରମୁଣ୍ଡାରେ ଆନ୍ତଃରାଜ୍ଯ ବସ ଟର୍ମିନାଲ ନିର୍ମାଣ କାର୍ଯ୍ଯ ଜୋରସୋରରେ ଚାଲିଛି । ହେଲେ ଟର୍ମିନାଲରେ ବାଧକ ସାଜିଛି ଜବରଦଖଲ । କିଛି ଜବରଦଖଲକାରୀଙ୍କୁ ବିଡିଏ ପକ୍ଷରୁ ହଟାଇ ଦିଆଯାଇଛି । ସେଠାରେ ଥିବା ପ୍ରବେଶ ଓ ପ୍ରସ୍ଥାନ ପଥରେ କିଛି ଜବରଦଖଲାକରୀ ଦୋକାନ ଓ ହୋଟେଲ ବେଆଇନ ଭାବରେ ଚଳାଇଥିଲେ । ଏମିତି କି କେତେକ ଘର ମଧ୍ୟ ନିର୍ମାଣ କରି ରହୁଥିଲେ ଏବଂ ଅନ୍ୟମାନଙ୍କୁ ଭଡା ଦେଇଥିଲେ । ଫଳରେ ଟର୍ମିନାଲ ନିର୍ମାଣ କାର୍ଯ୍ଯରେ ଅସୁବିଧା ଦେଖା ଦେଉଥିଲା । ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିବାକୁ ବାଧା ସୃଷ୍ଟି ହେଉଥିଲା । ଏନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏନଫୋର୍ସମେଣ୍ଟ ଟିମ ବରମୁଣ୍ଡା ବସଷ୍ଟାଣ୍ଡର ଜବରଦଖଲକାରୀଙ୍କୁ ଉଚ୍ଛେଦ ଆରମ୍ଭ କରିଛି । ତେବେ ବସଷ୍ଟାଣ୍ଡର ପ୍ରବେଶ ଓ ପ୍ରସ୍ଥାନ ପଥରେ ବେଆଇନ ଭାବେ ତିଆରି ହୋଇଥିବା ଦୋକାନ ଓ ଘରଗୁଡ଼ିକୁ ଭାଙ୍ଗିବା ବେଳେ ଜବରଦଖଲକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଉଚ୍ଛେଦକୁ ଲୋକେ ବିରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଜୁନ 15 ସୁଦ୍ଧା ଲୋକାର୍ପିତ ହେବ ନେତାଜୀ ବସ ଟର୍ମିନାଲ

ତେବେ ପୋଲିସର ହସ୍ତକ୍ଷେପ ପରେ ଦୋକାନ ଓ ଘରଗୁଡ଼ିକୁ ଭାଙ୍ଗାଯାଇଥିଲା । ଏଥିରେ 29ଟି ଆଜବେଷ୍ଟର ଘର, 3ଟି ଚାଳ ଘର, 4ଟି ଲୁହା ଗେଟ, 5ଟି ପଲିଥିନ ନିର୍ମିତ ଘର, 4ଟି କ୍ଯାବିନ ଓ 250 ଫୁଟର ପାଚେରୀକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ଏନଫୋର୍ସମେଣ୍ଟ ଟିମ । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଘଟଣାସ୍ଥଳରେ ଏକ ପ୍ଲାଟୁନ ରଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ ହୋଇଥିଲେ । ଜବରଦଖଲ ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ଡ. ଶ୍ୱେତ କୁମାର ଦାଶ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଡିଭିଜନ-1ର ସହକାରୀ ଯନ୍ତ୍ରୀ ଜ୍ଯୋତିରଞ୍ଜନ ସାହୁ, ଭରତପୁର ଆଇଆଇସି ବିଭୁଦତ୍ତ ରାଉତରାୟ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.