ETV Bharat / state

ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ୪ଜି ସେବା: ବିଜୟ କୁମାର ନାୟକ - Odisha telecommunication chief

ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ପହଞ୍ଚିବ ୪ଜି ସେବା । ଏନେଇ ଓଡ଼ିଶା ଟେଲି କମ୍ୟୁନିକେସନ ବିଭାଗ ମୁଖ୍ୟ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ୪ଜି ସେବା
୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ୪ଜି ସେବା
author img

By

Published : Feb 11, 2023, 9:44 AM IST

୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ୪ଜି ସେବା

ଭୁବନେଶ୍ବର: ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ପହଞ୍ଚିବ ୪ଜି ସେବା । ୨୦୨୧ ଜନଗଣନା ଅନୁସାରେ, ଓଡ଼ିଶାରେ ମୋଟ ୫୧୩୧୩ ଗାଁ ରହିଛି । ସେଥିମଧ୍ୟରୁ ୪୬ହଜାର ୬୭୭ ଗାଁରେ ମୋବାଇଲ ସେବା ରହିଛି । ତେବେ ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ୪ଜି ସେବା ପହଞ୍ଚିବା ନେଇ ଓଡ଼ିଶା ଟେଲି କମ୍ୟୁନିକେସନ ବିଭାଗ ମୁଖ୍ୟ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି ।

ବିଜୟ କୁମାର ନାୟକ କହିଛନ୍ତି,"ବର୍ତ୍ତମାନ ବି ୫ ହଜାରରୁ ଊର୍ଦ୍ଧ୍ବ ଗାଁରେ ମୋବାଇଲ ସେବା ପହଞ୍ଚିପାରିନି। ରାଜ୍ୟର ସମସ୍ତ ଜିଲ୍ଲାରେ ୨୫ହଜାର ୧୧୫ଟି ମୋବାଇଲ ଟାୱାର ଥିବା ବେଳେ ସେଥି ମଧ୍ୟରୁ ୭୪ ହଜାର ୭୨ ବେଶ୍ ଟର୍ମିନାଲ ଷ୍ଟେସନ ରହିଛି । ସେହିପରି ରାଜ୍ୟରେ ୩.୨୧କୋଟି ମୋବାଇଲ ଉପଭୋକ୍ତା ଅଛନ୍ତି । ସେଥିମଧ୍ୟରୁ ୨.୨୧କୋଟି ଉପଭୋକ୍ତା ଗ୍ରାମାଞ୍ଚଳର ହୋଇଥିବା ବେଳେ ବାକି ୧.୧କୋଟି ଉପଭୋକ୍ତା ସହରାଞ୍ଚଳରେ ଅଛନ୍ତି । ଟେଲି ଡେନ୍‌ସିଟିରେ ଜାତୀୟ ହାର ତୁଳନାରେ ଓଡ଼ିଶାରେ କମ ରହିଛି। ଜାତୀୟ ହାର ୮୫ ପ୍ରତିଶତ ଥିବାବେଳେ ରାଜ୍ୟର ହାର ୮୦ ପ୍ରତିଶତ ରହିଛି । ସେହିପରି ମାଓ ଅଞ୍ଚଳରେ ମୋବାଇଲ ସେବା ଯୋଗାଇ ଦେବା ଲାଗି ଅଧିକ ଗୁରୁତ୍ବ ଦିଆଯିବ । ୫ଜି ସେବା ଯୋଗାଇ ଦେବା ଲାଗି ବର୍ତ୍ତମାନ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲୁ ରହିଛି । ୨୦୨୩ ଡିସେମ୍ବର ସୁଦ୍ଧାକାମ ସରିବ ।"

ଦୂରସଞ୍ଚାର ବିଭାଗର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ:- ଭାରତ ସରକାରଙ୍କ ପୂର୍ଣ୍ଣ ସହାୟତା ଓ ପାଣ୍ଠି ଯୋଗାଣ ଜରିଆରେ ବିଭିନ୍ନ USOF(ସାର୍ବଜନୀନ ସେବା ଉତ୍ତରଦାୟିତ୍ବ ପାଣ୍ଠି) ମାଧ୍ୟମରେ ଡିସେମ୍ବର ୨୦୨୩ ସୁଦ୍ଧା ଜନସଂଖ୍ୟା ନିର୍ବିଶେଷରେ ଦେଶର ପ୍ରତ୍ୟେକ ଗ୍ରାମକୁ ଅତିକମରେ 4ଜି ସେବା ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ଦେଶରେ ୭୧୧୩ଟି ୪ଜି ସେବା ଅପହଞ୍ଚ ଥିବା ଗ୍ରାମ ରହିଛି । ଓଡ଼ିଶାରେ ଥିବା ଏପରି ଗ୍ରାମରେ 4ଜି ସେବା ପହଞ୍ଚାଇବା ଲାଗି ନିମ୍ନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି । LWE ପର୍ଯ୍ୟାୟ- II ଅଧୀନରେ, ୪୮୩ଟି (ସବୁ 4ଜି) ଟାୱାର କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ନଅଟି ଜିଲ୍ଲାରେ ପ୍ରାୟ ୪୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏସବୁ ଟାୱାର ନିର୍ମାଣ କରାଯିବ। ମାର୍ଚ୍ଚ ୨୦୨୩ ସୁଦ୍ଧା ରିଲାଏନ୍ସ ଜିଓ ଦ୍ବାରା ଏହି ସେବାକୁ କାର୍ଯ୍ୟକାରୀ କରାଯିବ । ୫ ଜାନୁଆରୀ ୨୦୨୩ରେ ରାଜ୍ୟବାସୀଙ୍କ ପାଇଁ ୧୦୨ଟି ଟାୱାରକୁ କାର୍ଯ୍ୟକ୍ଷମ କରାଯାଇଥିଲା ।

ଆକାଂକ୍ଷୀ ଜିଲ୍ଲା ପ୍ରକଳ୍ପ :- ଏହି ଯୋଜନା ଅଧୀନରେ, ନଭେମ୍ବର ୨୦୨୩ ସୁଦ୍ଧା ୧୦ଟି ଜିଲ୍ଲାରେ ପ୍ରାୟ ୧୮୦୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୨୩୭୯ (ସବୁ 4ଜି) ଟାୱାର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଯାହାଦ୍ବାରା ୩୯୩୩ ଗ୍ରାମ ଉପକୃତ ହୋଇପାରିବେ। ଏହାକୁ ରିଲାଏନ୍ସ ଜିଓ ମଧ୍ୟ କାର୍ଯ୍ୟକାରୀ କରିବ। ବର୍ତ୍ତମାନ ସୁଦ୍ଧା ୩୫୬୪ଟି ଗ୍ରାମରେ ସର୍ବେକ୍ଷଣ ଶେଷ ହୋଇସାରିଛି ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ୩୫୬୪ଟି ଗାଁରେ ପାଇଁ ସର୍ବେକ୍ଷଣ ଶେଷ ହୋଇଛି ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ।

୪ଜି ସମ୍ପୂର୍ଣ୍ଣକରଣ ପ୍ରକଳ୍ପ :- ଏହି ଯୋଜନା ଅଧୀନରେ, ପ୍ରାୟ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ୧୬୨୯ ଟାୱାର ନିର୍ମାଣ କରାଯାଇଛି ୧୮୧୪ ଗ୍ରାମରେ ୪ଜି ସେବା ପହଞ୍ଚାଇବାକୁ ଯୋଜନା କରାଯାଇଛି । ବିଏସଏନଏଲ ଦ୍ବାରା ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ଏବଂ ଭାରତ ସରକାର ଏଥିପାଇଁ ପାଣ୍ଠି ଯୋଗାଇ ଦେବେ ତଥା ଯୋଜନାକୁ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

2G / 3G ଟାୱାର ସାଇଟଗୁଡିକର 4G କୁ ଉନ୍ନତିକରଣ:- ୟୁଏସଓ ପାଣ୍ଠି ପ୍ରକଳ୍ପ ଅଧୀନରେ ବର୍ତ୍ତମାନର ସବୁ 2G/3G ଟାୱାରକୁ ଉନ୍ନତିକରଣ କରାଯାଇ 4G କରାଯିବ । ଏହି ଯୋଜନାରେ ୧୦୦୦ ଗ୍ରାମରେ 4G ସେବା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆହୁରି, LWE ପର୍ଯ୍ୟାୟ-୧ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ୨୫୬ଟି ଟାୱାରକୁ 4Gକୁ ଉନ୍ନତିକରଣ କରାଯିବ ଯାହାକୁ BSNL ଦ୍ବାରା କାର୍ଯ୍ୟକାରୀ କରାଯିବ। ଏହା ବ୍ୟତୀତ, ଅନ୍ୟ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ଦ୍ବାରା 2G/3G ସେବା ଯୋଗାଇ ଦିଆଯାଉଥିବା ୫୮୨ଟି ଗ୍ରାମରେ 4G ସେବାକୁ ଉନ୍ନତିକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ମଧ୍ୟ USOF ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ କରାଯିବ ଓ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ନୂଆଦିଲ୍ଲୀସ୍ଥିତ ଦୂରସଞ୍ଚାର ବିଭାଗ ମୁଖ୍ୟାଳୟକୁ ପଠାଇ ଦିଆଯାଇଛି ।

ଭାରତ ନେଟ୍‌ ପ୍ରକଳ୍ପ:- ସମସ୍ତଙ୍କୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଗ୍ରାମ ପଞ୍ଚାୟତ/ଗ୍ରାମ ସ୍ତରରେ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ଯୋଗାଇ ଦେବା ପାଇଁ ଅପ୍ଟିକାଲ ଫାଇବର କେବୁଲ(ଓଏଫସି) ଦ୍ବାରା ଦେଶର ସମସ୍ତ ୨ ଲକ୍ଷ ୫୦ ହଜାର ଗ୍ରାମକୁ ଯୋଡ଼ିବା ପାଇଁ ଭାରତ ସରକାର ଯୋଜନା କରିଛନ୍ତି । ଓଡ଼ିଶାରେ ଥିବା ମୋଟ ୬୭୯୮ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଭାରତ ନେଟ୍ ପ୍ରକଳ୍ପ ପର୍ଯ୍ୟାୟ-୧ ଅଧୀନରେ ୬୭୫୬ଟି ଗ୍ରାମ ପଞ୍ଚାୟତକୁ ଓଏଫସି ଦ୍ବାରା ସଂଯୋଗ କରାଯାଇଛି । ଅନ୍ୟ ୪୨ଟି ଗ୍ରାମ ପଞ୍ଚାୟତ ସାଟେଲାଇଟ୍‌ ଜରିଆରେ ଯୋଡ଼ି ହୋଇଛି ଫଳରେ ବ୍ରଡବ୍ୟାଣ୍ଡ ପହଞ୍ଚିଥିବା ପଞ୍ଚାୟତ ସଂଖ୍ୟା ୬୭୮୮ରେ ପହଞ୍ଚିଛି । ରାଜ୍ୟରେ ସବୁ ଦୂରସଞ୍ଚାର ପରିଚାଳନାକାରୀଙ୍କ ସମେତ ମୋଟ୍‌ ୧ ଲକ୍ଷ ୨୧ ହଜାର ୬୭୩ କିଲୋମିଟର ଲମ୍ବ ଓଏଫସି କେବୁଲ ବିଛା ଯାଇଛି ।

ରାଜ୍ୟରେ 5ଜି ସେବା:- ୫ ଜାନୁଆରୀ ୨୦୨୩ରେ ୫୧୦ ବିଟିଏସ ସହିତ କଟକ ଓ ଭୁବନେଶ୍ବର ଦୁଇ ସହରକୁ ନେଇ ପ୍ରଥମ ଥର ପାଇଁ ରାଜ୍ୟରେ 5ଜି ସେବା ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୧୧୪୭ ବିଟିଏସ ସହିତ ରିଲାଏନ୍ସ ଜିଓ ଦ୍ବାରା ରାଜ୍ୟର ୧୩ଟି ଜିଲ୍ଲା ଏବଂ ଏୟାରଟେଲ ଦ୍ବାରା ୯ଟି ଜିଲ୍ଲାରେ 5ଜି ସେବା ଆରମ୍ଭ କରାଯାଇଛି । ମାର୍ଚ୍ଚ ୨୦୨୩ ସୁଦ୍ଧା ସବୁ ବଡ଼ ସହର ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ସବୁ ସହର ଓ ନଗରକୁ ଏହି ସେବା ପହଞ୍ଚାଇବା ଲାଗି ବର୍ତ୍ତମାନ ଏହା କାର୍ଯ୍ୟକାରୀ ପ୍ରକ୍ରିୟାରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.