ଖୋର୍ଦ୍ଧା: 3ଜଣ ଭିନ୍ନକ୍ଷମ ଭାଇଙ୍କ ଦୁଃଖର ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ରାସ୍ତାରେ ତିନି ଭିନ୍ନକ୍ଷମ ଭାଇ ଡହଡହ ଖରାରେ ଭିକ୍ଷାବୃତ୍ତି କରୁଥିବା ଖବର ପ୍ରସାରଣ କରାଯାଇଥିଲା । ଖବର ବାଜିବା ପରେ ତତ୍ପରତା ଦେଖାଇଛନ୍ତି ଉପଜିଲ୍ଲାପାଳ । ଗୁରୁଜଙ୍ଗ ସ୍ଥିତ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟରକୁ ନିଆଯାଇ ଦୁଇଜଣ ଭିନ୍ନକ୍ଷମଙ୍କୁ କୁତ୍ରିମ ଗୋଡ଼ ଲଗାଯାଇଥିବା ବେଳେ ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି ।
ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ୩ ଭାଇଙ୍କୁ ସହୟତା ମିଳିଛି । ଡହ ଡହ ଖରାରେ ଦୁଇ ଗୋଡ଼ ହରାଇଥିବା ଜଣେ ଗଡି ଗଡି ଓ ଅନ୍ୟଜଣେ ଗୋଟିଏ ଗୋଡ଼ ସହାୟତାରେ ଆଉ ଜଣେ ହ୍ବିଲ ଚେୟାରରେ ବସି ଭିକ୍ଷାବୃତ୍ତି କରୁଥିଲେ । ସେହି ସମୟର ଚିତ୍ର ଅତ୍ୟନ୍ତ ଦୁଃଖଦାୟକ ଥିଲା । ସମସ୍ତଙ୍କୁ ବିଚଳିତ କରିଥିଲା ସେହି ଦୃଶ୍ୟ । ତିନି ଜଣ ଦିବ୍ୟାଙ୍ଗ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରାଜ ରାସ୍ତାରେ ଗଡ଼ି ଗଡ଼ି ଭିକ୍ଷା ମାଗୁଥିବା ଖବର ପ୍ରସାରଣ ପରେ ସେମାନଙ୍କୁ ସହାୟତା କରିଛି ଜିଲ୍ଲା ପ୍ରଶାସନ ।
ଏହା ବି ପଢନ୍ତୁ...ବଞ୍ଚିବା ପାଇଁ ସଂଘର୍ଷ କରୁଛି 3 ଜୀବନ, ଭିକ୍ଷାବୃତ୍ତି କରୁଛନ୍ତି ଭିନ୍ନକ୍ଷମ ଭାଇ
ଖୋର୍ଦ୍ଧା ଉପଜିଲ୍ଲାପାଳ ଭିକ୍ଷାବୃତ୍ତି କରୁଥିବା ତିନି ଦିବ୍ୟାଙ୍ଗଙ୍କୁ ଗୁରୁଜଙ୍ଗ ସ୍ଥିତ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟରକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଦୁଇଜଣଙ୍କର କୁତ୍ରିମ ଗୋଡ଼ ଲଗାଯାଇଥିବାବେଲେ ଜଣଙ୍କୁ ଏକ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳଙ୍କ ପ୍ରଚେଷ୍ଟା ଫଳରେ ତିନି ଦିବ୍ୟାଙ୍ଗ ଦୁଃଖ ଦୂର ହୋଇଛି । ଜିଲ୍ଲାବାସୀ ଉକ୍ତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ...ETV Bharat Impact: ଦୂର ହେଲା ମାଆ ଦୁଃଖ, ପାହାଡରୁ ଉଦ୍ଧାର ହେଲା ମାନସିକ ବିକାରଗସ୍ତ ପୁଅ
ପ୍ରକଶ ଥାଉ କି, ଏହି ୩ ଭାଇଙ୍କ ଦୁଃଖକୁ ନେଇ ଖବର ପ୍ରକାଶ କରାଯାଇଥିଲା । ଖୋର୍ଦ୍ଧା ରାଜରାସ୍ତାରେ ଡହଡହ ଖରାରେ 3 ଭାଇ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳିଥିଲା । ଦୁଇ ଜଣଙ୍କର ଗୋଡ ନଥିବା ବେଳେ ଜଣେ ହ୍ବିଲ ଚେୟାର ସହାୟତାରେ ଥିଲେ । ଡହ ଡହ ଖରାରେ ପେଟକୁ ମୁଠାଏ ଦାନା ଯୋଗାଡ଼ କରିବାକୁ 3ଜଣ ଭିନ୍ନକ୍ଷମ ଭିକ୍ଷାବୃତ୍ତି କରୁଥିବାର ଦେଖିବାକୁ ମିଳିଥିଲା । ଏହି ଚିତ୍ର ସମସ୍ତଙ୍କୁ ବିଚଳିତ କରିଥିଲା । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସହାୟତା କରିଛି ।
ଇଟିଭି ଭାରତ, ଖୋର୍ଦ୍ଧା