ETV Bharat / state

Etv Bharat Impact: ସମବାୟ ସମିତି ସମ୍ପାଦକଙ୍କ ବିରୁଦ୍ଧରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ - khordha Cooperative Society secretary

ପୋଡାଡିହ ସେବା ସମବାୟ ସମିତି(Cooperative Society)ରେ କାର୍ଯ୍ୟରତ ସମ୍ପାଦକ ଧନେଶ୍ବର ମାଣିକ ଜାଲ୍‌ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ସମ୍ପାଦକ ଚାକିରୀ କରିଥିବା ଅଭିଯୋଗ ହୋଇଥିଲା । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat Impact: Lokayukta orderd investication against Cooperative Society secretary after news published on using False educational qualifications
Etv Bharat Impact: ସମବାୟ ସମିତି ସମ୍ପାଦକଙ୍କ ବିରୁଦ୍ଧରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ
author img

By

Published : Dec 19, 2021, 9:38 PM IST

Updated : Dec 19, 2021, 10:00 PM IST

ଖୋର୍ଦ୍ଧା: ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲେ ବିଭାଗୀୟ କର୍ତ୍ତୃପକ୍ଷ । ଜିଲ୍ଲାର ବେଗୁନିଆ ବ୍ଲକ ପୋଡାଡିହ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକ ଧନେଶ୍ବର ମାଣିକ ଜାଲ୍‌ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ସମ୍ପାଦକ ଚାକିରୀ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଇଟିଭି ଭାରତରେ ଗତ ନଭେମ୍ବର 23 ତାରିଖରେ ଖବର ପ୍ରସାରଣ ହୋଇଥିଲା ।

Etv Bharat Impact: Lokayukta orderd investication against Cooperative Society secretary after news published on using False educational qualifications
Etv Bharat Impact: ସମବାୟ ସମିତି ସମ୍ପାଦକଙ୍କ ବିରୁଦ୍ଧରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ

ଏନେଇ ପୋଡାଡିହ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଦର୍ଶନ ମାଣିକ ସମ୍ପାଦକଙ୍କ ଜାଲ ପ୍ରମାଣପତ୍ର ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ଉପଯୁକ୍ତ ପ୍ରମାଣ ପାଇଥିଲେ । ସ୍ଥାନୀୟ ସାମାଜିକ କର୍ମୀ ବିଭୁତି ଭୂଷଣ ଦାଶ ଏନେଇ ଭୁବନେଶ୍ବର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Egg Attack Politics: ସୁରଙ୍କ ପୁଅଙ୍କୁ ଅଣ୍ଡାମାଡ, ମୁହାଁମୁହିଁ କଂଗ୍ରେସ-ବିଜେଡି

ଘଟଣାରେ ଲୋକାୟୁକ୍ତ ସମବାୟ ସହ ନିବନ୍ଧକଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସମବାୟ ସହ ନିବନ୍ଧକଙ୍କ ରିପୋର୍ଟରେ ଲୋକାୟୁକ୍ତ ସନ୍ତୁଷ୍ଟ ନହୋଇ ନିର୍ଦେଶକଙ୍କୁ ଲୋକାୟୁକ୍ତ ଏହାର ଅଧିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହାର ପ୍ରାଥମିକ ତଦନ୍ତ କରି ତିନିମାସ ମଧ୍ୟରେ ତଥା ଆସନ୍ତା ମାର୍ଚ୍ଚ ମାସ ୧୪ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ତଦନ୍ତକାରୀ ନିର୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦେଶ ଦେଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 19, 2021, 10:00 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.