ETV Bharat / state

ଠକେଇର ନୂଆ ଫଣ୍ଡା, NCB-CBI-RBI ନାଁ ନେଇ ଲୁଟୁଛନ୍ତି ଟଙ୍କା

author img

By

Published : Jun 25, 2023, 5:58 PM IST

Updated : Jun 25, 2023, 8:50 PM IST

କୋରିୟର ସର୍ଭିସରୁ କହି ଠକେଇର ନୂଆ ଫଣ୍ଡା ଆପଣାଇଛନ୍ତି ଠକ । ଭୁବନେଶ୍ବରରୁ ଜଣେ ମହିଳାଙ୍କଠୁ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ଆସିଛି ଅଭିଯୋଗ । ଅଧିକ ପଢନ୍ତୁ

eow tracks new trend of crime
eow tracks new trend of crime
ଠକେଇର ନୂଆ ଫଣ୍ଡା

ଭୁବନେଶ୍ବର: ହୁସିଆର ! ଠକେଇର ନୂଆ ଟ୍ରିକ ଆପଣାଇଛନ୍ତି ଠକ । ଆପଣଙ୍କ ନାଁରେ କୋରିୟର ଆସିଥିବା କହି କଲ କରୁଛନ୍ତି । ଏହାପରେ ପାର୍ସଲରେ ଡ୍ରଗ୍ସ ଥିବା କହି ଧମକାଉଛନ୍ତି । ଏପରିକି ତୁରନ୍ତ ମୁମ୍ବାଇ ଆସନ୍ତୁ ନଚେତ ଆପଣଙ୍କ ନାଁରେ ଡ୍ରଗସ କେସ ସହ କ୍ରିପ୍ଟୋ ନର୍ମ୍ସ ଭାଓଲେସନ ବା ମନିଲଣ୍ଡରିଂ କେସ ଚାଲିବ କହି ଧମକାଉଛନ୍ତି । ଏପରି ଢଙ୍ଗରେ ଏବେ କିଛି ଠକ ଲୋକଙ୍କୁ ଭୂଆଁ ଭୁଲାଉଥିବା ଜାଣିବାକୁ ପାଇଛି ଇଓଡବ୍ଲୁ । ଏମିତି କିଛି କଲ୍‌ ଆସିଲେ ସହଜରେ ବିଶ୍ବାସ ନ କରିବାକୁ ଇଓଡବ୍ଲୁ ପକ୍ଷରୁ ପରାମର୍ଶ ଦିଆଯାଇଛି ।

କେମିତି ଲୁଟୁଛନ୍ତି ଟଙ୍କା: ନୟାପଲ୍ଲୀର ସୁଶ୍ରୀ ରତ୍ନା ତ୍ରିପାଠୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଏକ ଇଣ୍ଟରନେଟ ଜରିଆରେ କଲ ଆସିଲା । ଉଠାଇବା ପରେ ସେ ନିଜକୁ FEDEx କୋରିୟରରରୁ ହାଇଦ୍ରାବାଦର ଜଣେ କର୍ମଚାରୀ ପରିଚୟ ଦେଇ କହିଥିଲା ତାଙ୍କର ଏକ ପାର୍ସଲ ଆସିଛି । ଯେଉଁଥିରେ 6ଟି ପାସପୋର୍ଟ, ଲାପଟପ, 5 ଏଟିଏମ କାର୍ଡ, 150 ଗ୍ରାମ ଡ୍ରଗ୍ସ ଥିବା କହିଥିଲେ । ଏହାକୁ ଏନସିବି ଅଧିକାରୀ ମୁମ୍ବାଇରେ ଏସବୁ ଠାବ କରିଛନ୍ତି । ଯାହାକି ଜଣେ ଗ୍ୟାଙ୍ଗଷ୍ଟାର ଇସଲାମ ମଲିକ ପଠାଇଛନ୍ତି । ତେଣୁ ପାର୍ସଲ ଯାହାର ତୁରନ୍ତ ତାକୁ ଏନସିବିକୁ ଯୋଗାଯୋଗ ପାଇଁ କହିଥିଲେ । ତୁରନ୍ତ ମୁମ୍ବାଇ ଆସିବାକୁ ପଡ଼ିବ ନଚେତ ସ୍କାଇପ କଲ ଜରିଆରେ ଏନସିବି ଅଧିକାରୀଙ୍କ ସହ କଥା ହେବାକୁ ପଡିବ ବୋଲି ତାଙ୍କୁ କହିଥିଲେ ଠକ ।

ପରେ ସେହି ସ୍କାଇପ ଜରିଆରେ ଯୋଗାଯୋଗ ପରେ ଭିଡିଓରେ ଥିବା ବ୍ୟକ୍ତି ନିଜକୁ ଏନସିବି ଅଧିକାରୀ ପରେ RBI ଅଧିକାରୀଙ୍କ ସହ କଥା ହୁଅନ୍ତୁ କହି ଆଉ ଜଣକ ସହ ପରେ ଡିସିପି କ୍ରାଇମ୍ ସହ କଥା ହୁଅନ୍ତୁ କହି କଲ୍‌ ଟ୍ରାନ୍ସଫର କରାଇ ଭିନ୍ନ ଭିନ୍ନ‌ ଲୋକଙ୍କ ସହ କଥା କରାଇଥିଲେ । ଯଦି ଆପଣଙ୍କର ଦୋଷ ନାହିଁ ତେବେ ପ୍ରଥମେ ଆକାଉଣ୍ଟରେ ଦେଢ଼ ଲକ୍ଷ ପଠାଇବାକୁ କହିବା ସହ ଯାଞ୍ଚ ବେଳେ ଆପଣଙ୍କର କିଛି ଭୂମିକା ନଥିଲେ 15 ମିନିଟରେ ଟଙ୍କା ଫେରସ୍ତ ହୋଇଯିବ ବୋଲି କହିଥିଲେ । ରତ୍ନା ଟଙ୍କା ପଠାଇବା ପରେ ତାଙ୍କୁ କ୍ଲିନଚିଟ ଦିଆଗଲା ବୋଲି କହି ଆଉ ଧରାଛୁଆଁ ଦେଇନଥିଲେ । ଏନେଇ ଅଭିଯୋଗ ପରେ ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ- ନୃଶଂସତାର ସୀମା ପାର, ଯୁବକଙ୍କ ଗଳା କାଟି ରକ୍ତ ପିଇଲା ଅଭିଯୁକ୍ତ

ଏମାନେ ଏହିପରି ଠକାମି କରି ଗୋଟିଏ ଆକାଉଣ୍ଟରେ 5 କୋଟି ପର୍ଯ୍ୟନ୍ତ ଠକେଇ କରିଛନ୍ତି । ଅଭିଯୋଗକାରୀ ମହିଳାଙ୍କୁ ଏମିତି ଢଙ୍ଗରେ ଡରାଇ ଆଉ ବିଭିନ୍ନ କେସର‌ ଧମକ ଦେଇ ଦେଢ ଲକ୍ଷ ନେଇ ଛୁ ମାରିଛନ୍ତି । ଇଓଡବ୍ଲୁ ତଦନ୍ତ ବେଳେ ଟଙ୍କା ନେଇଥିବା ଏକ ସଂସ୍ଥାକୁ ଠାବ ପରେ ସେହି ସଂସ୍ଥାର‌ 17ଟି ଆକାଉଣ୍ଟକୁ ଫ୍ରିଜ୍ କରିଛି ଏସଟିଏଫ ଟିମ । ସେହି ଆକାଉଣ୍ଟରେ 5 କୋଟି ପର୍ଯ୍ୟନ୍ତ କାରବାର ହୋଇଥିବା ଇଓଡବ୍ଲୁ ହାତରେ ସୁରାକ ଲାଗିଛି । ଇଓଡବ୍ଲୁ ଏସପି ଏପରି ଠକଙ୍କ ନୂଆ ଟ୍ରେଣ୍ଡ ସମ୍ପର୍କରେ ସଚେତନ କରାଇ ଏ ସବୁରୁ ଦୂରେଇ ରହିବାକୁ ଆଡଭାଇଜରି ଜାରି କରିଛନ୍ତି । ବିଶେଷ କରି ଦୁବାଇରେ ରହି ଏପରି ଅପରେଟ କରୁଛନ୍ତି ଠକ । ଯେହେତୁ ସିବିଆଇ ଓ ଏନସିବି ଭଳି ନାଁ ବ୍ୟବହାର କରୁଛନ୍ତି ଫଳରେ ଲୋକେ ସହଜରେ ଡରିଯାଉଛନ୍ତି । ଠକମାନେ ଏହାର ସୁଯୋଗ ନେଇ ଠକାମି କରୁଛନ୍ତି ।

ଠକାମି ଶିକାର‌ ହେଲେ କଣ କରିବେ: ଯଦି ଆପଣ ଏପରି ଠକାମିର ଶିକାର ହୁଅନ୍ତି ତେବେ 18003457103 ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । 1930 ଡାଏଲ୍ କରନ୍ତୁ କିମ୍ବା cybercrime.gov.in ରେ ଅଭିଯୋଗ ଦାଖଲ କରନ୍ତୁ କିମ୍ବା ସ୍ଥାନୀୟ ପୋଲିସ କିମ୍ବା ଡାଏଲ୍ 112କୁ ରିପୋର୍ଟ କରନ୍ତୁ । ସହଜରେ‌ ଏଭଳି ଠକଙ୍କୁ ‌ବିଶ୍ବାସ କରନ୍ତୁନି । ଏନସିବି / ସିବିଆଇ / ଇଡି ଏପରି କଲ୍ କିମ୍ବା ସ୍କାଇପ୍ ଚାଟ୍ କରନ୍ତି ନାହିଁ । ଭିଡିଓ ଚାଟ ବା କଲ ସମୟରେ ବ୍ୟକ୍ତିଙ୍କ ଫଟୋ ଦେଖାଇବାକୁ ଦାବି କରନ୍ତୁ । ସେମାନେ ଅନେକ ନକଲି ସିବିଆଇ, ଆରବିଆଇ, ଏନସିବି କାର୍ଡ ଦେଖାଇଲେ ବା କୌଣସି କାଗଜ ପତ୍ର ଦେଖାଇଲେ ସହଜରେ‌ ବିଶ୍ବାସ କରନ୍ତୁନି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 25, 2023, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.