ETV Bharat / state

ଜମି ଦେବା ନାଁରେ ୭ କୋଟି ଚଳୁ କଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର - fraud

ବ୍ଯାଙ୍କ ଓ ଡାକ୍ତର କର୍ମଚାରୀଙ୍କୁ ୭ କୋଟିର ଚୂନା ଲାଗାଇଲେ 3 ଅପରାଧୀ । ରାଜଧାନୀରେ ଜମି ଦେବା ନାଁରେ ବଡ ଠକେଇ । ତିନି ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 26, 2019, 4:21 PM IST

ଭୁବନେଶ୍ବର: ରାଜଧାନୀରେ ଜମି ଦେବା ନାଁରେ ବଡ ଠକେଇ । ବ୍ଯାଙ୍କ ଓ ଡାକ୍ତର କର୍ମଚାରୀଙ୍କୁ ୭ କୋଟିର ଚୂନା ଲାଗାଇଲେ 3 ଅପରାଧୀ । ଏହି ତିନି ଅପରାଧୀଙ୍କୁ ଆଇପିସିର ଧାରା ୪୨୦, ୪୬୭, ୪୬୮, ୪୭୧, ୪୦୬, ୧୨୦ବି ଓପିଆଡି ଆକ୍ଟ ୨୦୧୧ରେ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ।

ଏହି ତିନି ଅପରାଧୀ ହେଲେ ଆନ୍ଧ୍ର ବ୍ୟାଙ୍କର ପୂର୍ବତନ ମ୍ୟାନେଜର ପ୍ରଫୁଲ କୁମାର ଷଡଙ୍ଗୀ, ହିନ୍ଦୁସ୍ତାନ ଡେଭେଲପର୍ସର ନିର୍ଦ୍ଦେଶକ ମନୋଜ ମହାପାତ୍ର ଓ ପରିଚାଳନା ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ମହାନ୍ତି । ତେବେ ଇଓଡବ୍ଲ୍ୟୁ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ୨୦୦୯ ରୁ ୨୦୧୧ ମସିହାରେ ଆନ୍ଧ୍ର ବ୍ଯାଙ୍କ ଏମ୍ପଲୋଇଜ ହାଉସିଂ ସମବାୟ ସମିତି ନାଁରେ ଚନ୍ଦ୍ରଶେଖରପୁର ଆନ୍ଧ୍ର ବ୍ଯାଙ୍କରେ ଆକାଉଣ୍ଟ ଖୋଲିଥିଲେ ପ୍ରଫୁଲ ଷଡଙ୍ଗୀ । ପରେ ଆନ୍ଧ୍ର ବ୍ଯାଙ୍କ କର୍ମଚାରୀଙ୍କୁ ପ୍ଲଟ ଓ ଫ୍ଲାଟ ଦେବା ନାଁ ରେ ବ୍ଯାଙ୍କ କର୍ମଚାରୀଙ୍କଠାରୁ ଟଙ୍କା ନେଇଥିଲେ । ଏପରିକି ଅନେକ ଡାକ୍ତର ଓ ସରକାରୀ ଚାକିରିଆ ବି ଏଠାରେ ଟଙ୍କା ବିନିଯୋଗ କରିଥିଲେ ।

ପ୍ରାୟ ୭କୋଟି ଟଙ୍କାର ଆଦାୟ ପରେ ଲୋକଙ୍କୁ ଜମି ପ୍ଲଟ ଓ ଫ୍ଲାଟ ଦେବା ନେଇ ଆରମ୍ଭ କରିଥିଲେ ଠକେଇର ବ୍ଲୁପ୍ରିଣ୍ଟ । ଫ୍ଲାଟ କି ପ୍ଲଟ ଦେବା ତ ଦୂରର କଥା ଟଙ୍କା ନେବା ପରେ ଆଉ ଧରା ଛୁଆଁ ବି ଦେଇ ନଥିଲେ । ଫଳରେ ଦୌଡି ଦୌଡି ଶେଷରେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ପରେ ତିନି ଅପରାଧିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

Intro:ଫସିଗଲେ ଡାକ୍ତର ଓ ବ୍ଯାଙ୍କ କର୍ମଚାରି,
୭କୋଟିର ଚୁନା ଲଗାଇଲେ ୩ ଅପରାଧିBody:
ବିଶ୍ବାସ ଆଳରେ ବଡ ଠକେଇ। ବ୍ଯାଙ୍କ ଓ ଡାକ୍ତର କର୍ମଚାରିଙ୍କଠୁ ଠକିନେଲେ ୭କୋଟି।ବ୍ଯାଙ୍କ କର୍ମଚାରି କୋଅପରିଟିଭ ସୋସାଇଟ ଜରିଆରେ ଠକିଲେ ୩ ଅପରାଧି। ଏମିତି ଢଙ୍ଗରେ ଠକେଇ କରିଥିବା ୩ ଜଣ ଅପରାଧିଙ୍କୁ ଗିରଫ କରିଛି ଇଓଡବ୍ଲୁ କ୍ରାଇମବ୍ରାଂଚ।ସେମାନେ ହେଲେ ପ୍ରଫୁଲ କୁମାର ଷରଙ୍ଗି ଅମ୍ବିକା ପ୍ରସାଦ ମହାନ୍ତି ଓ ମନୋଜ ମହାପାତ୍ର। ତେବେ ଇଓଡବ୍ଲୁ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ୨୦୦୯ ରୁ ୨୦୧୧ ମସିହାରେ ଆନ୍ଧ୍ରା ବ୍ଯାଙ୍କ ଏମ୍ପଲଇଜ ହାଉସିଂ କୋଅପଟିଭ ସୋସାଇଟ ନାରେ ଚନ୍ଦ୍ରଶେଖର ପୁର ଆନ୍ଧ୍ରାବ୍ଯାଙ୍କରେ ଆକାଉଣ୍ଟ ଖୋଲିଥିଲେ ପ୍ରଫୁଲ ଷରଙ୍ଗି। ପରେ ଆନ୍ଧ୍ରା ବ୍ଯାଙ୍କ ଏମ୍ପଲଇଜଙ୍କୁ ପ୍ଲଟ ଓ ଫ୍ଲାଟ ଦେବା ନାରେ ବ୍ଯାଙ୍କ କର୍ମଚାରିଙ୍ଠୁ ନେଇଥିଲେ ଟଂକା ଡିପୋଜିଟ। ଏପରିକି ଅନେକ ଡାକ୍ତର ଓ ସରକାରିଚାକିରିଆ ବି ବିନିଯୋ କରିଥିଲେ ଟଂକା। ପ୍ରାୟ ୭କୋଟି ଟଙ୍କାର ଆଦାୟ ପରେ ଲୋକଂକୁ ଜମି ପ୍ଲଟ ଓ ଫ୍ଲାଟ ଦେବା ନେଇ ହିନ୍ଦୁସ୍ତାନ ଡେଭଲପର୍ସର ଦୁଇ ଡାଇରେକ୍ଟର ମନୋଜ ମହାପାତ୍ର ଓ ଅମ୍ବିକା ପ୍ରସାଦ ମହାନ୍ତିଙ୍କ ସହ ମିଶି ଆରମ୍ଭ କରିଥିଲେ ଠକେଇର ବ୍ଲୁପ୍ରିଣ୍ଟ। ଫ୍ଲାଟ କି ପ୍ଲଟ ଦେବା ଦ ଦୁରର କଥା ଆଉ ଦେଇନଥିଲେ ଧରାଛୁଆଁ ଫଳରେ ଦୌଡି ଦୌଡି ଶେଷରେ କ୍ରାଇମବ୍ରାଚର ଦ୍ବାରସ୍ଥ ପରେ ତିନି ଅପରାଧିଙ୍କୁ ଗିରଫ କଲା କ୍ରାଇମବ୍ରାଚ ଇଓଡବ୍ଲୁ। ଆପିସିର ଧାରା ୪୨୦,୪୬୭,୪୬୮,୪୭୧,୪୦୬,୧୨୦ବି ଓପିଆଡି ଆକ୍ଟ ୨୦୧୧ରେ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଚ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.