ETV Bharat / state

12 କୋଟି ସରକାରୀ ସବସିଡି ଜାଲିଆତି, ତିନି ଜଣଙ୍କୁ ବାନ୍ଧିଲା EOW - ଅର୍ଥନୈତିକ ଅପରାଧା ଶାଖା

ଚାଷ ସମ୍ପର୍କିତ ମେସିନ କିଣିଥିବା ଆଳରେ ସରକାରୀ ସବସିଡି ହଡପ । ତିନି ଜଣଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା । ଅଧିକ ପଢନ୍ତୁ

subsidy fraud case
subsidy fraud case
author img

By

Published : Dec 18, 2022, 9:38 AM IST

ଭୁବନେଶ୍ବର: ଧାନ ବୁଣା ଓ ଅମଳ ମେସିନ ବିକିବା ଆଳରେ ସରକାରୀ ସବସିଡି ହଡପ । ଚାଷୀଙ୍କ ନାଁରେ ଫେକ ଆଇଡି କାର୍ଡ, ଡକ୍ୟୁମେଣ୍ଟ ଓ ବିଲ ସହ ମେସିନ ଫଟୋ ଅପଲୋଡ଼ କରି ସରକାରୀ ସବସିଡି ହଡପ କରିଥିଲେ ଠକ । ଡାଇରେକ୍ଟର ବେନିଫିଟ ଟ୍ରାନ୍ସଫର ସ୍କିମରେ ଡିଲର୍ସଙ୍କୁ ହାତ କରି ଚାଷୀ ନାଁରେ ହେଉଥିଲା ଟଙ୍କା ହଡପ । 12 କୋଟିର ସରକାରୀ ସବସିଡି ଜାଲିଆତି ଅଭିଯୋଗ ପରେ ତିନି ଜଣଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା (EOW) । ତିନି ଅଭିଯୁକ୍ତ ହେଉଛନ୍ତି ଅନ୍ନପୂର୍ଣ୍ଣା ଏଗ୍ରୋ ପ୍ରାଇଭେଟ ଲିମିଟେଡର ଏମଡି ପ୍ରଦୀପ କୁମାର ଆଚାର୍ଯ୍ୟ, ଦାସ ଟ୍ରେଡର୍ସର ପ୍ରଭା ରଞ୍ଜନ ଦାସ ଏବଂ ସେକ ଫୟାଜ ଟ୍ରେଡର ସେକ ଫୟାଜ ।

ଏହା ମଧ୍ୟ ପଢନ୍ତୁ-ଅମ୍ରିତ ନିଖୋଜ ଘଟଣା: ସମୟ ଗଡୁଛି ମିଳୁନି ପତ୍ତା, ଘଟଣାସ୍ଥଳରେ ଏସପି

2016, 2017 ଓ 2019ରୁ 2020 ମଧ୍ୟରେ ଖୋର୍ଦ୍ଧା ବ୍ରହ୍ମପୁର ସହରର 381ଜଣ ଚାଷୀଙ୍କ ନାଁରେ ଫର୍ଜି ଦସ୍ତାବିଜ ଓ ଫଟୋ ଜରିଆରେ ଚାଷ ସମ୍ପର୍କିତ ମେସିନ କିଣିଥିବା ନେଇ ସବସିଡି ପାଇଁ ଆବେଦନ କରିଥିଲେ ଠକ । ଏହା ପରେ 12 କୋଟି ଟଙ୍କା ସରକାରୀ ଆକାଉଣ୍ଟରୁ ହଡପ କରିଥିଲେ । ଫାଇନାନ୍ସିଆଲ୍ ଅଡିଟ ଓ ଚାଷୀଙ୍କ ଅଭିଯୋଗ ପରେ ସତ ସାମ୍ନାକୁ ଆସିଥିଲା । ଏନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା ତଦନ୍ତ କରି ତିନିଜଣ ଠକଙ୍କୁ ସଙ୍ଗୀନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରଖିଛି ଇଓଡବ୍ଲୁ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.