ETV Bharat / state

କ୍ରିୟାଶୀଳ ହେବ BDA, ୬୭ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ - ନବୀନ ପଟ୍ଟନାୟକ

Enforcement system of BDA will be effective: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ହେବ ଅଧିକ କ୍ରିୟାଶୀଳ । ୬୭ ନୂଆ ପଦବୀକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ,

କ୍ରିୟାଶୀଳ ହେବ BDA, ୬୭ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

author img

By ETV Bharat Odisha Team

Published : Jan 4, 2024, 2:36 PM IST

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି । ଭୁବନେଶ୍ୱରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଏନଫୋର୍ସମେଣ୍ଟ କାର୍ଯ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏନଫୋର୍ସମେଣ୍ଟ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି ।

ଏହାମଧ୍ଯ ପଢ଼ନ୍ତୁ: ଜାଗା ମିଶନ ଅନିୟମିତତା: ବର୍ଷିଲେ ବିରୋଧୀ, ସ୍ପଷ୍ଟୀକରଣ ରଖିଲା BDA

ଏହାମଧ୍ଯ ପଢ଼ନ୍ତୁ:ରାଜୀବ ଆବାସ ଯୋଜନାରେ ମହାଦୁର୍ନୀତି ! ବିଡିଏ ଅଫିସ ସମ୍ମୁଖରେ ଧାରଣା

ଭୁୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଏନଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ । ଏନଫୋର୍ସମେଣ୍ଟ ପାଇଁ ୬୭ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅନୁମୋଦନ ପାଇଥିବା ଏହି ପଦବୀ ଗୁଡ଼ିକ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ । ଭୁବନେଶ୍ବରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏହି ପଦବୀଗୁଡିକ ହେଲା ଗୋଟିଏ ଆସିଷ୍ଟାଣ୍ଟ ପୋଲିସ କମିଶନର, 6ଟି ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର ପୋଲିସ ଏବଂ ୬୦ଟି ପୋଲିସ କନେଷ୍ଟବଳ ପଦବୀ ।

ଏହାମଧ୍ଯ ପଢ଼ନ୍ତୁ: ଆଉ ଅପରିଷ୍କାର ଦିଶିବନି BMC ଓମଫେଡ, ଚକାଚକ୍‌ ଡିଜାଇନରେ ହେବ ନୂଆ ଷ୍ଟଲ

ଭୁବନେଶ୍ୱର ପୂର୍ବ ଭାରତର ଏକ ଦ୍ରୁତ ଏବଂ ଅଭିବୃଦ୍ଧିଶୀଳ ସହର। ସହରାଞ୍ଚଳ ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀଗୁଡ଼ିକ କାର୍ଯ୍ୟ କରିବ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଟିମ୍ ଓ ୫ଟି ରିଜର୍ଭ ଟିମ୍ ର ଆବଶ୍ୟକତା ଥିଲା । ପ୍ରତି ଟିମରେ ୨ ଜଣ ପୋଲିସ କନେଷ୍ଟବଳ ରହିବେ । ଏହି ଟିମ୍ ଗୁଡିକର ସମନ୍ୱୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାାଣ୍ଟ କମିଶନର ଏବଂ 6 ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର କାର୍ଯ୍ୟ କରିବେ । ଏହି ପଦବୀ ଗୁଡ଼ିକ ପୂରଣ ଦ୍ୱାରା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ସହଜ ଓ ତ୍ୱରାନ୍ୱିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.