ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ ଆବଣ୍ଟନ ସଂସ୍କାର କମିଟି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ପୁନଃନିର୍ମାଣ ଆବଣ୍ଟନ କ୍ଷେତ୍ରୀୟ ଯୋଜନା ଅଧିନସ୍ଥ କ୍ରିୟାନୁଷ୍ଠାନ ଏବଂ ତତ୍ସଂକ୍ରାନ୍ତୀୟ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଏହି କମିଟି ନୀତିଗତ ଭାବେ ଅନୁମୋଦନ କରିଛି । ବିଦ୍ୟୁତ ଆବଣ୍ଟନ ସଂସ୍କାର କମିଟି ଦ୍ୱାରା ୬୨୮୩ କୋଟି ଟଙ୍କା ଯୋଜନା ଅଟକଳ ଅନୁମୋଦନ ହୋଇଛି । ଏହାକୁ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟକୁ ପ୍ରେରଣ କରାଯିବ ।
ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କମିଟିର କ୍ରିୟାନୁଷ୍ଠାନ ଯୋଜନା ସଂପର୍କରେ ଉପସ୍ଥାପନ କରିଥିଲେ । ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ପ୍ରତିରୋଧ କ୍ଷମତା ସଂପର୍ଣ୍ଣ ବିଦ୍ୟୁତ ନେଟୱାର୍କ ସୁଦୃଢ଼ୀକରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବାତ୍ୟା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବା ଅଞ୍ଚଳରେ ବିଦ୍ୟୁତ ସଂଯୋଗୀକରଣ ସୁଦୃଢ଼ କରାଗଲେ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ କ୍ଷୟକ୍ଷତି ଅନେକାଂଶରେ ରୋକାଯାଇପାରିବ । ଏଥିରେ ପ୍ରାୟ ୭୦ ଶତକଡ଼ା ପାଣ୍ଠି ବିନିଯୋଗ ଦ୍ୱାରା ସଂପୃକ୍ତ ଅଞ୍ଚଳର ବିକାଶ କାର୍ଯ୍ୟରେ ଖର୍ଚ୍ଚ ହେବ । ଡାକ୍ତରଖାନା, ଆଶ୍ରୟସ୍ଥଳୀ, ଜଳଯୋଗାଣ ଉତ୍ସ, ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ପ୍ରଶାସନିକ କୋଠା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବାତ୍ୟା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ବୈଠକରେ ୬୨୮୩ କୋଟି ଟଙ୍କାର ଯୋଜନା ଅଟକଳକୁ ଅନୁମୋଦନ କରାଯାଇଛି । ଏଥି ମଧ୍ୟରୁ ୩୯୪୨ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବା ବେଳେ ୨୩୪୧ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଭରଣା କରାଯିବ । ଉକ୍ତ ବୈଠକରେ ଶକ୍ତିବିଭାଗ ଅତିରିକ୍ତ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ, ଟିପିସିଓଡିଏଲ ମୁଖ୍ୟ ନିର୍ବାହୀ ଅଧିକାରୀ ଏମ. ସେନବାଗମ, ଓପିଟିସିଏଲ ସିଏମଡି ସଞ୍ଜୟ କୁମାର ମିଶ୍ର, ଗ୍ରିଡକୋ ଏମଡି ତ୍ରିଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କମିଟିର କ୍ରିୟାନୁଷ୍ଠାନ ଯୋଜନା ସଂପର୍କରେ ଉପସ୍ଥାପନ କରିଥିଲେ । ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ପ୍ରତିରୋଧ କ୍ଷମତା ସଂପର୍ଣ୍ଣ ବିଦ୍ୟୁତ ନେଟୱାର୍କ ସୁଦୃଢ଼ୀକରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବାତ୍ୟା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବା ଅଞ୍ଚଳରେ ବିଦ୍ୟୁତ ସଂଯୋଗୀକରଣ ସୁଦୃଢ଼ କରାଗଲେ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ କ୍ଷୟକ୍ଷତି ଅନେକାଂଶରେ ରୋକାଯାଇପାରିବ ।
ଇଟିଭି ଭାରତ, ଭୁବନେଶ୍ବର