ETV Bharat / state

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗ: ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Oct 26, 2023, 9:59 PM IST

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖା ଦେଇଥିବାବେଳେ 2 ଦିନ ଧରି ଉପାସ ରହିଛନ୍ତି ପ୍ରଭୁ ଲିଙ୍ଗରାଜ । ଏଣୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ସହ ପୁରୁଣା ବିବାଦ ଓ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନ ।

debottar commssion directed temple trust
ବିକଳ୍ପ ବ୍ୟବସ୍ଥା ପାଇଁ ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: 2 ଦିନ ଧରି ମହାପ୍ରଭୁ ଲିଙ୍ଗରାଜ ଉପାସ ରହିବା ପ୍ରସଙ୍ଗ । 2 ଦିନ ଧରି ନୀତିକାନ୍ତି ବନ୍ଦ ରହିଥିବାରୁ ଆଜି ଦେବୋତ୍ତର କମିଶନ ଏଥିରେ ହସ୍ତକ୍ଷେପ କରିଛନ୍ତି । ଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ 3 ନିଯୋଗର ସେବାୟତଙ୍କୁ ଡାକି ବୈଠକ କରିଛନ୍ତି । ଉଭୟ ପକ୍ଷଙ୍କୁ ଅଲଗା ଅଲଗା ଡାକି ଆଲୋଚନା କରିବା ପରେ ବି ସୁଫଳ ମିଳିନାହିଁ । ଜିଦରେ ନିଯୋଗ ଅଟଳ ରହିଥିବାବେଳେ "ନିଯୋଗ ଅରାଜି ହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କର" ବୋଲି ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନ । ବୈଠକ ପରେ ମନ୍ଦିର ଟ୍ରଷ୍ଟ ନିର୍ବାହୀ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଲିଙ୍ଗରାଜଙ୍କ ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗରେ ୩ ନିଯୋଗ ସହ ଆଲୋଚନା କରି ପ୍ରଭୁଙ୍କ ନୀତିକାନ୍ତି ବା ସେବାପୂଜା ଆରମ୍ଭ କରିବାକୁ କହିଛନ୍ତି ଦେବୋତ୍ତର କମିଶନ ।

ଯଦି ସମାଧାନ ପାଇଁ କେଉଁ ନିଯୋଗ ମନା କରନ୍ତି ବା ଅସହଯୋଗ କରନ୍ତି ତେବେ କିଭଳି ସେମାନଙ୍କର ବିକଳ୍ପରେ ସେବାପୂଜା ହେବ ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନ । ଯଦି କୌଣସି ପକ୍ଷ ନୀତିକାନ୍ତି ପାଇଁ ଅରାଜି ହୁଅନ୍ତି ତାଙ୍କ ବିରୋଧରେ କ୍ଲଜ ୧୭ ଅନୁଯାୟୀ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଟ୍ରଷ୍ଟ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିକଳ୍ପ ବାଟ ଆପଣାଇବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ।

ଏହା ବି ପଢନ୍ତୁ...Suspension Of Lord Lingaraj Rituals: ଜମି ବିବାଦକୁ ନେଇ ଉପାସରେ ପ୍ରଭୁ ଲିଙ୍ଗରାଜ, ସମାଧାନ ପାଇଁ ବସିବ ବୈଠକ

ଏହା ବି ପଢନ୍ତୁ...ଜମି ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଅନ୍ୟପଟେ ସମସ୍ତ ପୁରୁଣା ବିବାଦ ଓ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ରିପୋର୍ଟ ଦେବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ୩ ନିଯୋଗର ସେବାୟତ ଏନେଇ କ'ଣ ନିଷ୍ପତ୍ତି
ନେଉଛନ୍ତି ତାହା ଆସନ୍ତାକାଲି ଜଣାପଡିବ । ବଡୁ ନିଯୋଗର କହିବା କଥା, "ଆମେ ନୀତିକାନ୍ତିରେ ସହଯୋଗ କରୁଛୁ ହେଲେ ବ୍ରାହ୍ମଣ ଓ ପୂଜା ନିଯୋଗ ଏବେ ବି ଜିଦରେ ଅଟଳ ।ଏହାକୁ ନେଇ ଫିଟୁନି ବାଟ । ଉପାସରେ ରହୁଛନ୍ତି ଲିଙ୍ଗରାଜ । ଏହାର ସମାଧାନ ଦିଗରେ ଟାଳଟୁଳ ନୀତି ଆପଣାଇଛନ୍ତି ଦେବୋତ୍ତର କମିଶନ ।" ସେପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଅବହେଳା ପରେ ଦେବୋତ୍ତର ନିଯୋଗ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶ ପରେ ପୁନର୍ବାର ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି ସ୍ବାଭିବିକ ହେବା ନେଇ ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.