ETV Bharat / state

ବେଗୁନିଆ ପୋଲିସକୁ ସଫଳତା: ଏନକାଉଣ୍ଟରରେ 2 ଦୁର୍ଦ୍ଦାନ୍ତ ଅପରାଧୀ ଆହତ - ଖୋର୍ଦ୍ଧା

ଆକ୍ସନ ମୁଡ଼ରେ ବେଗୁନିଆ ପୋଲିସ। ଦୀର୍ଘ ଦିନ ଧରି ଅପରାଧ ଚଳାଇଥିବା ପିଣ୍ଟୁ ଓ ରମେଶ ସାହୁଙ୍କୁ ବେଗୁନିଆ ପୋଲିସ ଏନକାଉଣ୍ଟର କରିଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା
author img

By

Published : May 18, 2019, 8:18 PM IST

ଖୋର୍ଦ୍ଧା: ଆକ୍ସନ ମୁଡ଼ରେ ବେଗୁନିଆ ପୋଲିସ । ଦୀର୍ଘ ଦିନ ଧରି ଅପରାଧ ଚଳାଇଥିବା ପିଣ୍ଟୁ ଓ ରମେଶ ସାହୁଙ୍କୁ ବେଗୁନିଆ ପୋଲିସ ଏନକାଉଣ୍ଟର କରିଛି । ଏହି ଘଟଣାରେ ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଖୋର୍ଦ୍ଧା ପୋଲିସ ଜିଲ୍ଲା ଅନ୍ତର୍ଗତ କାଇପଦର ଡାଳତୋଳା ଜଙ୍ଗଲରେ ପିଣ୍ଟୁ ଓ ରମେଶ ଥିବା ନେଇ ପୋଲିସ ଖବର ପାଇଥିଲା । ପୋଲିସ ଖବର ପାଇ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରିବା ପରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ମାତ୍ର ସେଠାରୁ ଅପରାଧିମାନେ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲା। ଜବାବରେ ଅପରାଧିମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ବେଗୁନିଆ ଥାନା ଅଧିକାରୀଙ୍କ ସମେତ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

ବେଗୁନିଆ ପୋଲିସକୁ ସଫଳତା: ଏନକାଉଣ୍ଟରରେ 2 ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.