ଖୋର୍ଦ୍ଧା: ଜିଲ୍ଲାରୁ ପୁଣି ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଚାଷଜମିକୁ ଯାଇ ଥିବାବେଳେ ବିଲରେ ଏକ ହାତୀ ପଡିଥିବାର ଦେଖିବାକୁ ପାଇଥିଲେ । ମୃତ୍ୟୁ ହୋଇଥିବା ହାତୀଟି ଏକ ମାଈ ହାତୀ ବୋଲି ଜଣାପଡିଛି ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ରାମେଶ୍ବର ପଞ୍ଚାୟତ ଇଚ୍ଛାବତୀ ମୌଜାରେ ଏକ ହାତୀର ମୃତ୍ୟୁ ଘଟିଛି । ଇଛାବତୀ ମୌଜାରେ ଥିବା ଝରତଳ ବିଲରେ ଆଜି(ଶୁକ୍ରବାର) ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଚାଷଜମିକୁ ଯାଇ ଥିବାବେଳେ ହାତୀଟି ମରିପଡିଥିବା ଦେଖିବାକୁ ପାଇଥିଲେ । ମୃତ ହାତୀର ବୟସ ୧୨ ରୁ ୧୫ ବର୍ଷ ହୋଇଥିବା ସୂଚନା ମିଳିଛି । ତେବେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ