ETV Bharat / state

ପାୱାର କଟ୍‌ର ସମାଧାନ ବାହାର କରନ୍ତୁ ସରକାର: ବିଦ୍ୟୁତ ଉପଭୋକ୍ତା ମହାସଂଘ

୯ଟି ବିରୋଧୀ ରାଜନୈତିକ ଦଳ ସମେତ ବିଦ୍ୟୁତ ଉପଭୋକ୍ତା ମହାସଂଘ ତରଫରୁ ରାଜ୍ୟ ସରକାରଙ୍କୁ ପାୱାର କଟ୍‌ ପାଇଁ ନିନ୍ଦା କରାଯାଇଛି । ତୁରନ୍ତ ରାଜ୍ୟ ସରକାର ପାୱାର କଟ୍‌ର ସମାଧାନ ବାହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

ପାୱାର କଟ୍‌ ପାଇଁ ସରକାରଙ୍କୁ ନିନ୍ଦା କଲେ ୯ ବିରୋଧୀ ଦଳ ଓ ଉପଭୋକ୍ତା ସଂଘ

author img

By

Published : Jun 10, 2023, 7:58 PM IST

ପାୱାର କଟ୍‌ ପାଇଁ ସରକାରଙ୍କୁ ନିନ୍ଦା କଲେ ୯ ବିରୋଧୀ ଦଳ ଓ ଉପଭୋକ୍ତା ସଂଘ

ଭୁବନେଶ୍ବର: ଗାଁ ଠାରୁ ସହର ସବୁଠି ଗୋଟିଏ ସମସ୍ୟା, ପାୱାର କଟ୍‌ । ତାତି ବଢ଼ି ବଢ଼ି ଚାଲିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହାରି ଭିତରେ ପାୱାର କଟ୍‌କୁ ନେଇ ବିଭିନ୍ନ ସ୍ଥାନରେ ଜନ ଆକ୍ରୋଶ । ଆଜି ୯ଟି ବିରୋଧୀ ରାଜନୈତିକ ଦଳ ସମେତ ବିଦ୍ୟୁତ ଉପଭୋକ୍ତା ମହାସଂଘ ତରଫରୁ ରାଜ୍ୟ ସରକାରଙ୍କୁ ପାୱାର କଟ୍‌ ପାଇଁ କଡା ଭାଷାରେ ନିନ୍ଦା କରାଯାଇଛି । ନିକଟରେ ରାଜଧାନୀ ଭୁବନେଶ୍ବରରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ପ୍ରାୟ ୬ରୁ ୧୦ ଘଣ୍ଟା ବିଦ୍ୟୁତ କାଟ୍‌ ହୋଇଥିଲା । ଯାହାକୁ ବିରୋଧ କରିଛି ସଂଘ ।

କେବେ କାର୍ଯ୍ୟକ୍ଷମ ହେବ ଅଣ୍ଡରଗ୍ରାଉଣ୍ଡ୍‌ କେବଲିଂ ?: ବିରୋଧୀ ରାଜନୈତିକ ଦଳ ଗୁଡିକର ପ୍ରଶ୍ନ ହେଲା, ମାଟି ତଳେ କେବୁଲ ବିଛାଇବାରେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏସବୁ କାମରେ କେବେ ଲାଗିବ, ତାହାର ଜବାବ ଦିଅନ୍ତୁ ସରକାର । ଏଗ୍ରିମେଣ୍ଟ ଅନୁସାରେ ଓପିଜିସି କୋଇଲା ଉଠାଉଛି । ଯାହାର ଲାଭାଂଶ 'ଏଣ୍ଡ୍‌ ୟୁଜର୍ସ' ପାଖରେ ପହଞ୍ଚିବା କଥା । ତାହା କିନ୍ତୁ ପହଞ୍ଚୁନାହିଁ । ଯଦି ପହଞ୍ଚନ୍ତା, ତେବେ ୟୁନିଟ ପିଛା ୮୭ ପଇସାରୁ ୧୧୨ ପଇସା ଦର କମ ହୋଇପାରନ୍ତା । ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ ବିତରକ ସଂସ୍ଥାମାନଙ୍କର ବୈଠକ ଡାକିଛନ୍ତି ରାଜ୍ୟ ସରକାର । ଏହି ବୈଠକରେ ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘକୁ ସାମିଲ କରାଯାଉ ବୋଲି ସେମାନେ ଦାବି ରଖିଛନ୍ତି । ବିଦ୍ୟୁତ ଚୋରି ପାଇଁ ଦାୟୀ କିଏ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କେବଳ ଭୁବନେଶ୍ବରରେ ୨ ହଜାର କୋଟି ଟଙ୍କା କେବୁଲିଂରେ ଖର୍ଚ୍ଚ ହୋଇଥିବା ବେଳେ ସାରା ଓଡିଶାରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା କେବେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ । ଗଲା ୨୦ ବର୍ଷରେ ୪୨ ହଜାର କୋଟି ଟଙ୍କା ଭିତ୍ତିଭୂମି ସଜାଡ଼ିବାରେ ଖର୍ଚ୍ଚ ହୋଇଥିବା ବେଳେ ଏହାର ଲାଭ ଉପଭୋକ୍ତାମାନଙ୍କୁ କାହିଁକି ମିଳୁନାହିଁ ବୋଲି ପଚାରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

'ବିଜୁଳି ବିଭ୍ରାଟ ପାଇଁ ଟାଟା ପାୱାର୍‌ ଦାୟୀ': ରାଜ୍ୟରେ କମ୍ପାନୀ ରାଜ୍‌ ଚାଲିଛି । ଭିତ୍ତିଭୂମି ସଜାଡିବା ନାଁରେ କୋଟି କୋଟି ଟଙ୍କା ହରିଲୁଟ ହୋଇଛି । ନା ଠିକ ଭାବେ ଭିତ୍ତିଭୂମି ସଜଡ଼ା ଯାଇପାରୁଛି, ନା ଲୋକଙ୍କ ପାଖରେ ଉନ୍ନତମାନର ବିଜୁଳି ସେବା ପହଞ୍ଚିପାରୁଛି । ବିଜୁଳିରେ ବିଭ୍ରାଟ, ବିଜୁଳି ଦରରେ ବିଭ୍ରାଟ ଏହି ଦୁଇଟି ବିଭ୍ରାଟ ପାଇଁ ଟାଟା କମ୍ପାନୀକୁ ଦାୟୀ କରିଛି ଉପଭୋକ୍ତା ସଂଘ । ୧୯୯୫ ମସିହାରେ ୧୭୫୦ କୋଟି ଟଙ୍କାର ବିଶ୍ବବ୍ୟାଙ୍କ ସହାୟତାରେ ବିଜୁଳି ସଂସ୍କାର ଅଣାଯାଇଥିଲା । ଇତି ମଧ୍ୟରେ ୨୮ ବର୍ଷ ବିତିଗଲାଣି । ସେତେବେଳେ ଏଟିସି କ୍ଷତି ୫୬ ପ୍ରତିଶତ ହେଉଥିବା ବେଳେ ଏବେ ହେଉଛି ୨୯ ପ୍ରତିଶତ । କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ଏହା ୨୨ ପ୍ରତିଶତ ଅଧିକ । ଏଟିସି କ୍ଷତି କିପରି କମ୍‌ କରିହେବ, ସେନେଇ ରାଜ୍ୟ ସରକାର ଏବଂ ଟାଟା ପାୱାର ବିହିତ ପଦକ୍ଷେପ ଗ୍ରହଣ କରିବା ଉପରେ ବିରୋଧୀ ରାଜନୈତିକ ଦଳ ଗୁରୁତ୍ବାରୋପ କରିଛନ୍ତି । ଏହି କ୍ଷତିକୁ ୯୬ ଲକ୍ଷ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି । ସିଏଜିଙ୍କ ଦ୍ବାରା ପୁରା ଘଟଣାର ଯାଞ୍ଚ କରାଯାଉ । ୨୦ ହଜାର କୋଟି ଟଙ୍କା ଭିତ୍ତିଭୂମିରେ ଖର୍ଚ୍ଚ ହୋଇଥିବାର ଶ୍ବେତପତ୍ର ପ୍ରକାଶ କରନ୍ତୁ ସରକାର ବୋଲି ସେମାନେ ଦାବି କରିଛନ୍ତି ।

ବିଦ୍ୟୁତ ବଳକା ରାଜ୍ୟରେ ବିଦ୍ୟୁତ କାଟ୍‌ କାହିଁକି ? ଯଦି ସରକାରଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ନରଖନ୍ତି, ଦାବି ଯଦି ପୂରଣ ନୁହେଁ, ପାୱାର କଟ୍‌ର ଲଙ୍ଗଟର୍ମ ସମାଧାନ ନବାହାରେ, ତେବେ ଆଗାମୀ ଦିନରେ ଓଇଆରସି ଅଫିସ ଘେରାଓ କରିବା ସହିତ ରାଜ୍ୟ ସଚିବାଳୟକୁ ଘେରାଓ କରାଯିବ ବୋଲି ବିରୋଧୀ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାରି ଭିତରେ ଦେଖିବାର କଥା ହେଉଛି ସୋମବାର ମୁଖ୍ୟ ଶାସନ ସଚିବ ଡାକିଥିବା ବୈଠକରେ ସମାଧାନର କି ରାସ୍ତା ବାହାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.