ETV Bharat / state

ଜାତୀୟସ୍ତରରେ ଓଡିଶା ପାଇଁ ଗୌରବ ଆଣିଲେ ଏକଲବ୍ୟ ଛାତ୍ରଛାତ୍ରୀ, ହାତେଇଲେ 21 ପୁରସ୍କାର

author img

By ETV Bharat Odisha Team

Published : Oct 8, 2023, 9:50 PM IST

ଜାତୀୟସ୍ତରରେ ଓଡିଶା ପାଇଁ ଗୌରବ ଆଣିଲେ ଏକଲବ୍ୟ ଛାତ୍ରଛାତ୍ରୀ । ଦେଶର 22ଟି ରାଜ୍ୟର ଛାତ୍ରଛାତ୍ରୀ କରିଥିଲେ ଅଂଶଗ୍ରହଣ । ସେଥିମଧ୍ୟରୁ ଓଡିଶାର 21 ଜଣ ଛାତ୍ରଛାତ୍ରୀଙ୍କୁ ମିଳିଛି ସଫଳତା । ଅଧିକ ପଢନ୍ତୁ

Eklavya school students
Eklavya school students

ଭୁବନେଶ୍ବର: ଜାତୀୟ ସ୍ତରରେ ଗୌରବ ଆଣିଲେ ଓଡିଆ ଛାତ୍ରଛାତ୍ରୀ । ଏକଲବ୍ୟ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଚତୁର୍ଥ ଜାତୀୟସ୍ତରୀୟ ସାଂସ୍କୃତିକ ସାହିତ୍ୟ ତଥା କଳା ଉତ୍ସବରେ ଯୋଗ ଦେଇ ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି । ଉତ୍ତରାଖଣ୍ଡ ସ୍ଥିତ ଡେରାଡୁନ ଠାରେ ଅକ୍ଟୋବର 3 ତାରିଖରୁ 6 ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସମଗ୍ର ଦେଶର 22ଟି ରାଜ୍ୟରୁ 2 ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ଓଡିଶାର 56 ଜଣ ଛାତ୍ରଛାତ୍ରୀ ପ୍ରାୟ 31 ଗୋଟି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ 21 ଜଣ କୃତିତ୍ବ ଅର୍ଜନ କରିଛନ୍ତି ।

ଓଡିଶା ମଡେଲ ଆଦିବାସୀ ଶିକ୍ଷା ସମାଜ (OMTES) କାର୍ଯ୍ୟାଳୟ ପରିସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନର ବିଭାଗୀୟ କମିଶନର ରୂପା ରୋଶନ ସାହୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଅବସରରେ କମିଶନର ରୂପା ରୋଶନ କହିଛନ୍ତି, ‘‘ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।’’ ଅନ୍ୟପଟେ ଅନୁସୂଚିତ ଜନଜାତି ବିଭାଗୀୟ ନିର୍ଦ୍ଦେଶକ ତଥା ଓଡିଶା ମଡେଲ ଆଦିବାସୀ ଶିକ୍ଷା ସମାଜ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ..ବର୍ଷାରେ ଭୁଶୁଡିଲା ଶ୍ରେଣୀଗୃହ, ବାରଣ୍ଡାରେ ଗଢ଼ା ଚାଲିଛି ଭବିଷ୍ୟତ

ଚିତ୍ରାଙ୍କନ ପ୍ରତିଯୋଗିତାରେ ଜାମାଲି ରଇତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୋଲୋ ସଙ୍ଗୀତ ପରିବେଷଣରେ ଭୀମା ନାଚିକା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସୋଲୋ ନୃତ୍ୟ ପରିବେଷଣରେ ସୋନା ମାଡକାମୀ ଓ ଡମ୍ବୁରୁ ମୁଦୁଲୀ ତୃତୀୟ ସ୍ଥାନ, ଚନ୍ଦନା ରଇତା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟପକ୍ଷେ ମଞ୍ଚନାଟକ ପରିବେଷଣରେ ଭୂବନ ଖୋରା ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ କୁଇଜ ପ୍ରତିଯୋଗିତାରେ ରାମଚନ୍ଦ୍ର ହାଁସଦା ଓ ସାବିତ୍ରୀ ଓରାମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ କଲ୍ୟାଣୀ ମାଝି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାମୂହିକ ସଙ୍ଗୀତ ପରିବେଷଣରେ ବବିତା ନାଏକ, ଆରତୀ ମାଝି, ଦିଲେଶ୍ବର କିଶାନ, ଶ୍ରୁତି ସା, ସାଗରିକା ଓରାମ, ସିମରନ୍ କୁଜୁର, ସୌଦାମିନୀ ମିଞ୍ଜ, ଅନିଶା ଲୁଗୁନ୍, ଶ୍ରାବଣୀ ନାଏକ, ମନୋଜ ରୋହିଦାସ, ମନିଷା କୁଜୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.