ETV Bharat / state

ସପ୍ତାହେ ପାଇଁ ବୋଲଗଡ଼ର ୪ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା - corona cases found in Bolgadh block

ବୋଲଗଡ ଅଞ୍ଚଳରେ କୋରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଉଛି । ଶୁକ୍ରବାର ବୋଲଗଡ଼ ବ୍ଳକ ୩ ପଞ୍ଚାୟତର ୪ଟି ଗ୍ରାମକୁ ସପ୍ତାହେ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଘୋଷଣା କରିଛନ୍ତି

ସପ୍ତାହେ ପାଇଁ ବୋଲଗଡ଼ର ୪ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Sep 11, 2020, 9:53 AM IST

ଖୋର୍ଦ୍ଧା: ବୋଲଗଡ ଅଞ୍ଚଳରେ କୋରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଉଛି । ଶୁକ୍ରବାର ବୋଲଗଡ଼ ବ୍ଳକ ୩ ପଞ୍ଚାୟତର ୪ଟି ଗ୍ରାମକୁ ସପ୍ତାହେ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଘୋଷଣା କରିଛନ୍ତି । ବାଙ୍କୋଇ ପଞ୍ଚାୟତରେ ୨୩ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଧଳାପଥର ପଞ୍ଚାୟତର ଧଳାପଥର ଓ ଠଣାପଲ୍ଳୀ ଗ୍ରାମରେ ୯ ଓ ଆରିକିମା ପଞ୍ଚାୟତ ର ଆରିକିମା ଗ୍ରାମରୁ ୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣ ସମ୍ଭାବନାକୁ ଏଡ଼ାଇବା ପାଇଁ ଏହି ୩ ପଞ୍ଚାୟତର ୪ ଟି ଗ୍ରାମକୁ ଉପଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ଏହି ସମୟରେ ଉକ୍ତ ଗ୍ରାମଗୁଡିକରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ସପ୍ତାହ ମଧ୍ୟରେ ଅବରୋଧ ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବ୍ଳକର ପିଓଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ବୋଲଗଡ଼ ଦମକଳ କେନ୍ଦ୍ର ଅଧିକାରୀ ନିରଞ୍ଜନ ବେହେରାଙ୍କୁ ଅବରୋଧ ଅଞ୍ଚଳକୁ ସାନିଟାଇଜ କରାଇବା ପାଇଁ ନିର୍ଦ୍ଦେଶ ରହିଥିବାର ସୂଚନା ମିଳିଛି ।

ସପ୍ତାହେ ପାଇଁ ବୋଲଗଡ଼ର ୪ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ସେହିପରି ବୋଲଗଡ଼ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅରୁଣ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନରେ ସ୍ବାସ୍ଥ୍ୟ ସମ୍ପର୍କିତ ବିଷୟ ସହିତ କୋରୋନା ଟେଷ୍ଟିଂ କରାଇବା ସହିତ ସିଡିପିଓ ବନବାସିନୀ ବିଶ୍ବାଳ ଆର ଆରଆରଟି ଟିମ ସହଯୋଗରେ ଘରଘର ବୁଲି ସର୍ଭେ କାର୍ଯ୍ୟ କରାଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି । ଅବରୋଧ ଅଞ୍ଚଳର ଆବଶ୍ୟକୀୟ ସମସ୍ତ କାର୍ଯ୍ୟ ଗୁଡିକୁ ବୋଲଗଡ଼ ତହସିଲ ଦାୟିତ୍ବରେ ଥିବା ବିଡ଼ିଓ ଧୋବେଇ ନାଏକ ତଦାରଖ କରିବେ ବୋଲି ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.