ETV Bharat / state

ପରମ୍ପରାବାଦୀ ବନାମ ହେତୁବାଦୀ, ଗଣ୍ଡଗୋଳ ଘଟଣାରେ ୮ ଗିରଫ - ଲୋହିଆ ଏକାଡେମୀରେ ଗଣ୍ଡଗୋଳ ଘଟଣାରେ ୮ ଗିରଫ

ଚନ୍ଦ୍ର ଗ୍ରହଣ ସମୟରେ ଲୋହିଆ ଏକାଡେମୀ ପରିସରରେ ହେତୁବାଦୀଙ୍କ କାର୍ଯ୍ୟକ୍ରମରେ ପଥରମାଡ ଓ ଗଣ୍ଡଗୋଳ ଘଟଣା । ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କମିଶନରେଟ ପୋଲିସ । ସେମାନଙ୍କ ମଧ୍ୟରେ ଅନେକ ବଜରଙ୍ଗ ଦଳର କର୍ମୀ ରହିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ପରମ୍ପରାବାଦୀ ବନାମ ହେତୁବାଦୀ, ଗଣ୍ଡଗୋଳ ଘଟଣାରେ ୮ ଗିରଫ

author img

By

Published : Nov 9, 2022, 11:05 PM IST

ଭୁବନେଶ୍ବର: ଚନ୍ଦ୍ର ଗ୍ରହଣ ସମୟରେ ଲୋହିଆ ଏକାଡେମୀ ପରିସରରେ ହେତୁବାଦୀଙ୍କ କାର୍ଯ୍ୟକ୍ରମରେ ପଥର ମାଡ଼ ଓ ଗଣ୍ଡଗୋଳ ଘଟଣାରେ ୮ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ବିଭିନ୍ନ ସଙ୍ଗୀନ ମାମଲା ଆଧାରରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ସେମାନଙ୍କ ମଧ୍ୟରେ ଅନେକ ବଜରଙ୍ଗ ଦଳର କର୍ମୀ ରହିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଚନ୍ଦ୍ର ଗ୍ରହଣ ଏକ ଅନ୍ଧ ବିଶ୍ବାସ ବୋଲି ଅଭିଯୋଗ କରି ହେତୁବାଦୀମାନେ ଲୋହିଆ ଏକାଡେମୀରେ ଏକ ସଭା କରିବା ସହ ଖାଇବା ପିଇବାର ଆୟୋଜନ କରିଥିଲେ‌ । ହେଲେ ଏହାକୁ ବିରୋଧ କରି କିଛି ଗୋଷ୍ଠୀ ନାରାବାଜି ଦେଇଥିଲେ । ଜୟ ଶ୍ରୀରାମ ଓ ବଜରଙ୍ଗ ଦଳ କର୍ମୀ ଏକାଠି ହୋଇ ଲୋହିଆ ଏକାଡେମୀ ବାହାରେ ହୋହାଲ୍ଲା କରିବା ସହ‌ ହେତୁବାଦୀଙ୍କ ଏପରି କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ । ପରେ ଏନେଇ ପୋଲିସ ଉପସ୍ଥିତିରେ ହେତୁବାଦୀ ଓ ପରମ୍ପରାବାଦୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏପରିକି ଲୋହିଆ ଏକାଡେମୀ ଭିତରେ ପଶି ଫୁଲକୁଣ୍ଡ ଫୋପାଡିବା ସହ ମାରପିଟ୍ କରିବା ସହ ଗୋବର ମାଡ଼ ହୋଇଥିଲା‌ । ସେଠାରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା ।

ପରମ୍ପରାବାଦୀ ବନାମ ହେତୁବାଦୀ, ଗଣ୍ଡଗୋଳ ଘଟଣାରେ ୮ ଗିରଫ
ପରମ୍ପରାବାଦୀ ବନାମ ହେତୁବାଦୀ, ଗଣ୍ଡଗୋଳ ଘଟଣାରେ ୮ ଗିରଫ

ତେବେ ପୋଲିସର ବାରଣ ସତ୍ତ୍ବେ ସେଠାରେ ପରମ୍ପରାବାଦୀ ଏପରି ତୁମୁଳକାଣ୍ଡ ଘଟାଇଥିଲେ । ଯାହାକୁ ସହଜରେ ଗ୍ରହଣ କରିନାହିଁ ପୋଲିସ । ଏହି ଘଟଣାରେ ପଥର ମାଡ଼, ସଭାସ୍ଥଳକୁ ଅନଧିକାର ପ୍ରବେଶ, କମ୍ୟୁନାଲ ଭାଓଲେସନ, ଏକତ୍ରୀତ ହୋଇ ବୋମା ଫିଙ୍ଗିବା ଆଦି ସଙ୍ଗୀନ ମାମଲାରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଅନେକ ବଜରଙ୍ଗ ଦଳର କର୍ମୀ ରହିଛନ୍ତି । ଏନେଇ ପୋଲିସ ୮ ଜଣଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.