ଭୁବନେଶ୍ବର: ଓଡ଼ିଶାର ୧୪ଟି ସ୍କୁଲକୁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି । ୨୦୨୩-୨୪ ଆର୍ଥିକ ଶିକ୍ଷା ବର୍ଷ ପାଇଁ ଶିକ୍ଷା ମନ୍ତ୍ରାଳୟର ଅର୍ଥ ମଞ୍ଜୁରୀ କରାଯାଇଛି । ସ୍କୁଲର ଭିତ୍ତିଭୂମିର ବିକାଶ ଓ ଆନୁଷଙ୍ଗିକ ସୁବିଧା ପାଇଁ ଅର୍ଥ ମଞ୍ଜୁର କରାଯାଇଛି ।
ରାଜ୍ୟରେ ବିଭିନ୍ନ ସ୍କୁଲର ଭିତ୍ତିଭୂମିର ବିକାଶ ଓ ଆନୁଷଙ୍ଗିକ ସୁବିଧା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅର୍ଥ ମଞ୍ଜୁର ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପଢୁଥିବା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ ମଧ୍ୟ ସାମିଲ ହୋଇଛି । ୨୦୨୩-୨୪ ଆର୍ଥିକ ଶିକ୍ଷାବର୍ଷ ପାଇଁ ରାଜ୍ୟର ୧୪ଟି ସ୍କୁଲକୁ ମୋଟ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର ଦେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୂତ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ଓଡ଼ିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଅନୁଗୁଳ ହାଣ୍ଡିଧୂଆ ସରକାରୀ ସ୍କୁଲ୍କୁ ୧ କୋଟି ୧୦ ଲକ୍ଷ ଓ ଢେଙ୍କାନାଳର ବଜ୍ରନାଥ ବଡ଼ଜେନା ହାଇସ୍କୁଲ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ଜୁନ ୨୪ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପଢୁଥିବା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ସ୍କୁଲକୁ ଗସ୍ତ କରିଥିଲେ। ଏନେଇ ସ୍କୁଲର ସମସ୍ତ କାର୍ଯ୍ୟ ଭାରତ ସରକାର ଦାୟିତ୍ବ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନୁସାରେ ଏହି ଦୁଇଟି ସ୍କୁଲ ସମେତ ବରଗଡ଼ର ରଣାପ୍ରତାପ ହାଇସ୍କୁଲ ପାଇଁ ୫୪.୧୦ ଲକ୍ଷ, ଢେଙ୍କାନାଳ ଭୁବନ ବ୍ଲକର ପଞ୍ଚାୟତରାଜ ସରକାରୀ ହାଇସ୍କୁଲ ପାଇଁ ୧ କୋଟି, ଗଜପତି ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି ମ୍ୟୁନିସିପାଲଟି ହାଇସ୍କୁଲ ପାଇଁ ୭୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛିଥିବା ବେଳେ ସେହିପରି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠ ବ୍ଲକର ଜି. ନୂଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୫ ଲକ୍ଷ, ଜଗତସିଂହପୁର ଜିଲ୍ଲା ନୂଆ ଗାଁ ବ୍ଲକର ଅଲଣାହାଟ ହାଇସ୍କୁଲ ପାଇଁ ୭୬ ଲକ୍ଷ, କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ସ୍ଥିତ ସରକାରୀ ବାଳିକା ହାଇସ୍କୁଲ ପାଇଁ ୮୩.୮୦ ଲକ୍ଷ, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ସରକାରୀ ବାଳିକା ହାଇସ୍କୁଲ ପାଇଁ ୫୫.୯୫ ଲକ୍ଷ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଫେଜ୨ ସରକାରୀ ହାଇସ୍କୁଲକୁ ୮୩.୮୫ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବେଳେ ମାଲକାନଗିରି ଜିଲ୍ଲାର କାକିରିଗୁମା ହାଇସ୍କୁଲକୁ ୫୭ ଲକ୍ଷ ମିଳିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧ କୋଟି ୧୦ ଲକ୍ଷ, ବାଙ୍ଗିରିପୋଷୀର ଭୂଆସୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧ କୋଟି ୫ ଲକ୍ଷ ଏବଂ ରାୟଗଡ଼ା ଜିଲ୍ଲା ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲ ପାଇଁ ୫୬.୮୫ ଲକ୍ଷ ଅର୍ଥ ପ୍ରଦାନ କରାଯାଇଛି । ଏହି ସମସ୍ତ ଅର୍ଥରେ ସ୍କୁଲର ଭିତ୍ତିଭୂମି, ସ୍ମାର୍ଟ କ୍ଲାସ ରୁମ, ଶୌଚାଳୟ, ପାନୀୟ ଜଳ, ଖେଳ ପଡିଆ, ରୋଷେଇ ଘରର ଉନ୍ନତି ପାଇଁ ଖର୍ଚ୍ଚ କରାଯିବ।
ଇଟିଭି ଭାରତ, ଭୁବନେଶ୍ବର