ଭୁବନେଶ୍ବର: ଟାଟା କମ୍ପାନୀରେ ନିଯୁକ୍ତି ନେଇ ଅର୍ଥ ହେରଫେର ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀଙ୍କୁ ଦୀର୍ଘ ସାଢେ ୮ ଘଣ୍ଟା ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)(ED officials interrogated Sujata Panigrahi) । ଗତକାଲି ଜେରା ପରେ ଇଡି ଅଫିସରୁ ବାହାରି ସୁଜାତା ପ୍ରତିକ୍ରିୟା ନିଜ ରଖିଛନ୍ତି । ତାଙ୍କୁ ପରଚାଉଚରା କରାଯିବା ଘଟଣାରେ କହିଛନ୍ତି, ‘‘ଏହା ଏକ ପ୍ରକ୍ରିୟା । ଆମେ ସହଯୋଗ କରିଛୁ । ଇଡି ଅଧିକାରୀ ଯାହା ପଚାରିଲେ ସେସବୁ ତଥ୍ୟ ଦେଇଛି । ପ୍ରଦୀପଙ୍କୁ ଯାହା ପଚାରାଯାଇଛି ସେଇଟା ସିଏ କହିପାରିବେ । ତାଙ୍କୁ ତାହା ପଚରାଯାଇନି’’ ବୋଲି ସୁଜାତା କହିଛନ୍ତି । ତେବେ ବିଧାୟକଙ୍କ ପତ୍ନୀ ବୁଧବାର ସକାଳ ୧୦ଟାରେ ହାଜର ହୋଇଥିଲେ । ପରେ ସନ୍ଧ୍ୟା ୭ଟା ୩୦ରେ ଇଡି କାର୍ଯ୍ୟାଳୟରୁ ବାହାରି ଥିଲେ ।
ଉଲ୍ଲେଖଯୋଗ୍ୟ, ଗତକାଲି(ବୁଧବାର) ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ(MLA Pradeep Panigrahi)ଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଇଡିରେ ହାଜର ହୋଇଥିଲେ । ତାଙ୍କୁ ଆକାଉଣ୍ଟରେ ହୋଇଥିବା ଟ୍ରାଞ୍ଜାକ୍ସନକୁ ନେଇ ପଚରାଉଚରା କରାଯାଇଛି(Sujata Panigrahi interrogation) । ଟାଟାରେ ଚାକିରି ଦେବା ନାଁରେ ଠକେଇ(Tata Groups Job Scam) ମାମଲାରେ ଆକାଶ ପାଠକ ଗିରଫ ହୋଇଥିଲେ । ତାଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟଙ୍କୁ ୯ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ସୂଚନା ମିଳିଥିଲା । ପରେ ପ୍ରଦୀପଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ ନେଇ ଇଡିକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା ।
ଏହାମଧ୍ୟ ପଢନ୍ତୁ:EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ, ସୁଜାତା ପାଣିଗ୍ରାହୀଙ୍କୁ ଚାଲିଛି ଜେରା
ସେହି ଆଧାରରେ ପତ୍ନୀ ଓ ପ୍ରଦୀପଙ୍କ ଝିଅ ଆକାଉଣ୍ଟର ମଧ୍ୟ ତନାଘନା କରିଥିଲା ଇଡି । ଏହି ମାମଲାରେ ପର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡି ଏକାଧିକ ଥର ପଚରାଉଚରା କରିସାରିଛି । ପ୍ରଦୀପଙ୍କ ଝିଅଙ୍କୁ ମଧ୍ୟ ଇଡି ଜେରା କରିଥିଲା । ବର୍ତ୍ତମାନ ପତ୍ନୀ ସୁଜାତାଙ୍କ ଆକାଉଣ୍ଟର ତନାଘନା ଚାଲିଛି ।
ଇଟିଭି ଭାରତ, ଭୁବନେଶ୍ବର