ETV Bharat / state

ବଢିବ ପୂର୍ବତଟ ରେଳପଥର କର୍ମଚାରୀଙ୍କ ଦରମା, 3500ରୁ ଊର୍ଦ୍ଧ୍ବ କର୍ମଚାରୀ ହେବେ ଉପକୃତ - ପୂର୍ବତଟ ରେଳପଥ

ପୂର୍ବତଟ ରେଳପଥର କର୍ମଚାରୀଙ୍କ ବଢିବ ଦରମା । ଏନେଇ ପୂର୍ବତଟ ରେଲେପଥର ପ୍ରାୟ ୩୫୨୧ ଲୋକେ ଉପକୃତ ହେବେ । ଅଧିକ ପଢନ୍ତୁ

ପୂର୍ବତଟ ରେଳପଥର କର୍ମଚାରୀଙ୍କ ବଢିବ ଦରମା, 3500ରୁ ଉର୍ଦ୍ଧ କର୍ମଚାରି ହେବେ ଉପକୃତ

author img

By

Published : Nov 19, 2022, 10:32 AM IST

ଭୁବନେଶ୍ବର: ପୂର୍ବତଟ ରେଳପଥର କର୍ମଚାରୀଙ୍କ ବଢିବ ଦରମା । ଗ୍ରୁପ ସି ବିଭାଗର କାର୍ଯ୍ୟ କରୁଥିବା ୫୦ ପ୍ରତିଶତ କର୍ମଚାରୀ ଯେଉଁମାନେ ସପ୍ତମ ସ୍ତରର ବେତନ ପାଉଥିଲେ ସେମାନେ ଏବେ ଅଷ୍ଟମ ସ୍ତରରେ ବେତନ ପାଇବେ । ଯେଉଁଥିରେ ସର୍ବ ଭାରତରେ ପ୍ରାୟ ୪୦ ହଜାର କର୍ମଚାରୀ ଉପକୃତ ହେବେ । ପୂର୍ବତଟ ରେଳପଥର ପ୍ରାୟ ୩୫୨୧ ଲୋକେ ଉପକୃତ ହେବେ । ଆସନ୍ତା ଡିସେମ୍ବର ୧ ରୁ ଏହା ସାରା ଦେଶରେ ଲାଗୁ ହେବା ନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ରୂପ ନାରାୟଣ ସୁନକ ।

ପୂର୍ବତଟ ରେଳପଥର କର୍ମଚାରୀଙ୍କ ବଢିବ ଦରମା, 3500ରୁ ଉର୍ଦ୍ଧ କର୍ମଚାରି ହେବେ ଉପକୃତ

୪ ବର୍ଷ ପରେ ସେମାନଙ୍କୁ ଅଷ୍ଟମ ବେତନରୁ ନବମ ସ୍ତରର ବେତନ ପାଇବେ । ସିଭିଲ, ଇଲେକ୍ଟ୍ରିକାଲ, ମେକାନିକାଲ, ସିଗ୍ନାଲ ଓ ଟେଲିକମ, ଷ୍ଟୋର, ଟ୍ରାଫିକ ପରି ବିଭାଗର ସମସ୍ତ ଗ୍ରୁପ ସି ସର୍ଭିସରେ ଏହା ଲାଗୁ ହେବ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଆର.ଏନ.ସୁନକର କରିଛନ୍ତି ଯେ, ଭାରତୀୟ ରେଳବାଇର ନିଷ୍ପତ୍ତି ହେତୁ ପୂର୍ବତଟ ରେଳବାଇ ଅଧୀନରେ କାର୍ଯ୍ୟ କରୁଥିବା 3521 ସୁପରଭାଇଜର ଏହାର ଲାଭ ପାଇବେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇରେ କାର୍ଯ୍ୟରତ ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି । ଭାରତୀୟ ରେଳବାଇରେ କାର୍ଯ୍ୟରତ ବହୁ ସଂଖ୍ୟକ ସୁପରଭାଇଜରଙ୍କ ଏହା ବହୁ ଦିନ ଧରି ଦାବି ରହିଥିଲା । ଭାରତୀୟ ରେଳରେ କାର୍ଯ୍ୟରତ ସୁପରଭାଇଜରଙ୍କ ମନୋବଳକୁ ବଢାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ଏହି ନିଷ୍ପତି ଭାରତୀୟ ରେଳବାଇରେ କାର୍ଯ୍ୟରତ ପାଖାପାଖି ୮୦୦୦୦ ସୁପରଭାଇଜରଙ୍କୁ ଉପକୃତ କରିବ । ଭାରତୀୟ ରେଳ ଏକ ବହୁ-ବିଭାଗୀୟ ଏବଂ ବହୁମୁଖୀ ସଂଗଠନ ଅଟେ । ଦେଶରେ ବ୍ୟାପିଥିବା ସମଗ୍ର ରେଳ ନେଟୱାର୍କର କାର୍ଯ୍ୟ କଳାପ ସୁଚାରୁ ରୂପରେ ପରିଚାଳିତ କରିବା ପାଇଁ ଏହି ସମସ୍ତ ବିଭାଗର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ବିଭାଗ ଗୁଡିକ ମଧ୍ୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ସୁପରଭାଇଜର କ୍ୟାଡର ଗୁଡିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି, ଯାହାକି ଭାରତୀୟ ରେଳବାଇର ସୁଗମ ଏବଂ ଉନ୍ନତ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସମଗ୍ର ରେଳ ବ୍ୟବସ୍ଥାର ନିରାପତ୍ତା ସୁନିଶ୍ଚିତ କରିଥାନ୍ତି । ସେହିପରି ସୁପରଭାଇଜରୀ କ୍ୟାଡରରେ ଉନ୍ନତ ପ୍ରୋତ୍ସାହନମୂଳକ ଆଶା ସୁନିଶ୍ଚିତ କରିବା ଏବଂ ସୁପରଭାଇଜର ଗ୍ରେଡରେ ଗୁଣାତ୍ମକ ମାନବ ଶକ୍ତି ଆକର୍ଷିତ କରିବା ଦୃଷ୍ଟିକୋଣରୁ ଭାରତୀୟ ରେଳର ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.