ETV Bharat / state

ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥର ରେକର୍ଡ, 310 ଦିନରେ 200 ନିୟୁତ ଟନ କାରବାର - ପୂର୍ବତଟ ରେଳପଥ ପଣ୍ୟ କାରବାର

ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ 200 ନିୟୁତ ଟନ ମାଇଲ ଖୁଣ୍ଟ ଅତିକ୍ରମ । 2023- 24 ଆର୍ଥିକ ବର୍ଷରେ ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମେ ଏହି ଦକ୍ଷତା ହାସଲ କରିଛି । ଅଧିକ ପଢନ୍ତୁ

east coast railway cargo
ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥର ରେକର୍ଡ
author img

By

Published : Feb 7, 2023, 9:27 AM IST

ଭୁବନେଶ୍ବର: ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ 200 ନିୟୁତ ଟନ ମାଇଲ ଖୁଣ୍ଟ ଅତିକ୍ରମ । ଚଳିତ ଆର୍ଥିକ ବର୍ଷରେ ମାତ୍ର 310 ଦିନରେ 200 ନିୟୁତ ଟନରୁ ଅଧିକ ପଣ୍ୟ ବୋଝେଇ କରିପାରିଛି । 200 ନିୟୁତ ଟନ ପଣ୍ୟ ବୋଝେଇ ଆକଳନ ହାସଲ କରିବାକୁ 2021-22ରେ 320 ଦିନ ସମୟ ଲାଗିଥିବା ବେଳେ 2020-21ରେ 360 ଦିନ ଏବଂ 2019-20 ଆର୍ଥିକ ବର୍ଷରେ 366 ଦିନ ସମୟ ଲାଗିଥିଲା ।

ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ମାତ୍ର 310 ଦିନରେ ତଥା ଆର୍ଥିକ ବର୍ଷ ସମାପ୍ତ ହେବାର 55 ଦିନ ପୂର୍ବରୁ ଏହାର ପରିସୀମା ମଧ୍ୟରୁ 200.43 ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ଆକଳନ ହାସଲ କରିବାକୁ 2021-22 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 320 ଦିନ ସମୟ ନେଇଥିବାବେଳେ 2020-21ରେ 360 ଦିନ ଏବଂ 2019-20 ଆର୍ଥିକ ବର୍ଷରେ 366 ଦିନ ସମୟ ଲାଗିଥିଲା । ଏହି ସମୟ ମଧ୍ୟରେ ପଣ୍ୟ ବୋଝେଇରୁ ଆୟ ବାବଦରେ ପୂର୍ବତଟ ରେଳପଥ 20635 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷର 19204 କୋଟି ଟଙ୍କା ତୁଳନାରେ 7.5% ଅଧିକ । ପଣ୍ୟ ବୋଝେଇ ଏବଂ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଏବଂ ପ୍ରତିକୂଳ ପ୍ରଭାବ ସତ୍ତ୍ବେ ପୂର୍ବତଟ ରେଳପଥ ଏହି ମାଇଲଖୁଣ୍ଟ ହାସଲ କରିଛି ।

ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ପ୍ରମୁଖ ହସ୍ତକ୍ଷେପ ଉପରେ ଧ୍ୟାନ ଦେଇ 200 ନିୟୁତ ଟନ ପାନ୍ୟ ବୋଝେଇକୁ ଅତିକ୍ରମ କରି ହାସଲ କରାଯାଇଛି ଯାହା ଏହାକୁ ଫାଷ୍ଟ-ଟ୍ରାକରେ ପହଞ୍ଚାଇବାରେ ସାହାଯ୍ୟ କରିଛି । ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 126.18 ନିୟୁତ ଟନ କୋଇଲା, 20.22 ନିୟୁତ ଟନ୍‌ ଲୁହାପଥର, 18.16 ନିୟୁତ ଟନ ଅନ୍ୟାନ୍ୟ ସାମଗ୍ରୀ, 15.74 ନିୟୁତ ଟନ ଫିନିସଡ଼ ଇସ୍ପାତ, 6.27 ନିୟୁତ ଟନ ଇସ୍ପାତ କାରଖାନାକୁ କଞ୍ଚାମାଲ, 5.11 ନିୟୁତ ଟନ ସାର, କଣ୍ଟେନେରରେ 3.17 ନିୟୁତ ଟନ, 2.37 ନିୟୁତ ଟନ ଖଣିଜ ତେଲ, 2.13 ନିୟୁତ ଟନ ଖାଦ୍ୟ ଶସ୍ୟ ଏବଂ 1.09 ନିୟୁତ ଟନ ସିମେଣ୍ଟ ପରିବହନ କରାଯାଇଅଛି । ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ 129.93 ନିୟୁତ ଟନ ପାନ୍ୟ ପରିବହନ କରିଛି । ସେହିଭଳି ୱାଲଟିୟର ରେଳ ମଣ୍ଡଳ 57.03 ନିୟୁତ ଟନ ଏବଂ ସମ୍ବଲପୁର ରେଳ ମଣ୍ଡଳ ଏହି ସମୟ ମଧ୍ୟରେ 13.47 ନିୟୁତ ଟନ୍‌ ମାଲ ପରିବହନ କରିଛି ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ଏହାର ତିନିଟି ରେଳ ମଣ୍ଡଳ ଓ ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି । ଏହା ସହିତ ସେ ରେଳପଥର ସହଭାଗୀ କୋଲିୟାରୀ, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ ଯୋଗୁଁ ଏହି ସଫଳତା ମିଳି ପାରିଛି ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.