ETV Bharat / state

ତୀବ୍ର ହେବାରେ ଲାଗିଛି ଶିକ୍ଷକଙ୍କ ଆନ୍ଦୋଳନ, ମଧ୍ୟାହ୍ନ ଭୋଜନ ଦାୟିତ୍ୱକୁ ରୋକଠୋକ ମନା କଲା ଅଙ୍ଗନବାଡି ସଂଘ

author img

By ETV Bharat Odisha Team

Published : Sep 17, 2023, 10:21 PM IST

10 ଦିନରେ ପହଞ୍ଛିଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଏହି ସମୟରେ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବାକୁ ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ରୋକଠୋକ ମନା କରିଛି ସଂଘ । ଅଧିକ ପଢନ୍ତୁ

ତୀବ୍ର ହେବାରେ ଲାଗିଛି ଶିକ୍ଷକଙ୍କ ଆନ୍ଦୋଳନ , ମଧ୍ୟାହ୍ନ ଭୋଜନ ଦାୟିତ୍ୱକୁ ରୋକଠୋକ ମନା କଲା ଅଙ୍ଗନବାଡି ସଂଘ

ଭୁବନେଶ୍ବର : ରାଜ୍ୟରେ ତୀବ୍ର ହେବାରେ ଲାଗିଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ୧୦ ଦିନରେ ପହଞ୍ଛିଛି ଶିକ୍ଷକମାନଙ୍କ ଆନ୍ଦୋଳନ । ଆନ୍ଦୋଳନ ଚାଲିଥିବା ସମୟରେ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବାକୁ ଅଙ୍ଗନବାଡି କର୍ମୀଙ୍କୁ ବାଲେଶ୍ବର ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଆନ୍ଦୋଳନ ସମୟରେ ଏଭଳି କୌଣସି କାର୍ଯ୍ୟ କରିବ ନାହିଁ ବୋଲି ରୋକଠୋକ ଭାବରେ ମନା ଅଙ୍ଗନବାଡି କରିଛି ସଂଘ । ରାଜ୍ୟରେ 3 ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ଜାରି ରହିଥିବା ବେଳେ ଏହା ଦ୍ୱାରା ବିଦ୍ୟାଳୟରେ ପାଠପଢ଼ା ସହ ପିଲାମାନଙ୍କର ମଧ୍ୟାହ୍ନ ଭୋଜନ ବାଧାପ୍ରାପ୍ତ ହେଉଛି । ମଧ୍ୟାହ୍ନ ଭୋଜନରେ ଅସୁବିଧା ନହେବା ପାଇଁ ଏକ ପଦକ୍ଷେପ ନିଆଯାଇଛି । ତେବେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ଵ ଦିଆଯାଇଛି ।

ତେବେ ଏନେଇ ଭାରତୀୟ ମଜଦୁର ସଂଘର କେନ୍ଦ୍ରୀୟ ସମ୍ପାଦକ ତଥା ଅଙ୍ଗନବାଡି ମହାସଂଘର ସଂଘଠନ ମନ୍ତ୍ରୀ ଅଞ୍ଜଳି ପଟେଲ କହିଛନ୍ତି, "ଯେହେତୁ ପ୍ରାଥମିକ ଶିକ୍ଷକ ମାନେ ଆନ୍ଦୋଳନରେ ରହିଛନ୍ତି, ସେମାନଙ୍କ କାମକୁ ଅଙ୍ଗନବାଡି କର୍ମୀଙ୍କୁ ଦେବାକୁ ସରକାର ପ୍ରୟାସ କରୁଛନ୍ତି । ଆମେ ଏହି କାର୍ଯ୍ୟ କରିବୁ ନାହିଁ । ବର୍ତ୍ତମାନ ସୁଧା ରାଜ୍ୟ ସରକାର ଅଙ୍ଗନବାଡିଙ୍କର କୌଣସି ଦାବି ଶୁଣି ନାହାନ୍ତି । ତେବେ ଆମେ ଅନ୍ୟମାନଙ୍କ କାର୍ଯ୍ୟ କଣ ପାଇଁ କରିବୁ ବୋଲି ପ୍ରଶ୍ନ କରିଛନ୍ତି ।

ଅଙ୍ଗନବାଡି କର୍ମୀ ମହାସଂଘର ସଭାପତି ସୁମିତା ମହାପାତ୍ର କହିଛନ୍ତି ଯେ, "ରାଜ୍ୟ ସରକାର ଶିକ୍ଷକ ଏବଂ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି କରୁଛନ୍ତି । ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନରେ ରହିଛନ୍ତି ସମସ୍ତ ଆଙ୍ଗନବାଡି କର୍ମୀମାନେ କୌଣସି ସ୍କୁଲରେ ମଧ୍ୟାହ୍ନ ଭୋଜୋନ ପ୍ରସ୍ତୁତି କରିବେ ନାହିଁ । ସରକାର ଆମ୍ଭମାନଙ୍କର ଦାବି ବାର୍ତ୍ତମାନ ସୁଧା ସମାଧାନ କରି ନାହାନ୍ତି । ଆଗାମୀ 22 ତାରିଖରେ ରାଜ୍ୟ ବ୍ୟାପୀ ଅଙ୍ଗନାବାଡି କର୍ମୀ ଆନ୍ଦୋଳନକୁ ଓହ୍ଲାଇବ ।"

ଏହା ମଧ୍ୟ ପଢନ୍ତୁ...ନବମ ଦିନରେ ଶିକ୍ଷକ ଆନ୍ଦୋଳନ, ଗୀତ ବୋଲି ହୁଳୁହୁଳି ପକାଇ ସରକାରଙ୍କୁ ଦେଲେ ଚେତାବନୀ

ଏପଟେ ରାଜ୍ୟର ୧୧ଟି ଜିଲ୍ଲାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କାର୍ଯ୍ୟ ୧୦୦ ପ୍ରତିଶତ ଚାଲୁ ରହିଛି । ଅନ୍ୟ ଜିଲ୍ଲାଗୁଡିକରେ ପ୍ରାୟତଃ ଶତକଡ଼ା ୬୦ ପ୍ରତିଶତ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ ଜାରି ରହିଛି । ସେହିପରି ରାଜ୍ୟରେ ପ୍ରାୟ ଶତକଡ଼ା ୬୦ ପ୍ରତିଶତ ଶିକ୍ଷକ ନିଜ କାର୍ଯ୍ୟରେ ଯୋଗଦାନ କରି ଅଧ୍ୟୟନ ଜାରି ରଖିଛନ୍ତି । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଅନୁରୋଧ କରିଛି ଶିକ୍ଷା ବିଭାଗ ।

ସୂଚନା ଅନୁଯାୟୀ, ୩ ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଠିକା ବ୍ୟବସ୍ଥା ଉଚ୍ଛେଦ କରିବା, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଭଳି ଦାବି ନେଇ ରାଜ୍ୟରେ ଥିବା ୩୦୦ରୁ ଅଧିକ ବିଇଓ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀମାନେ । ପ୍ରାଥମିକ ଶିକ୍ଷକ ସଂଘ ଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ସାମୂହିକ ଛୁଟିରେ ରାଜ୍ୟର ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ରହିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.