ETV Bharat / state

ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି, ଝାରପଡ଼ାରେ ଦେଖିବାକୁ ମିଳିବ ଭାଇଚାରା ସମ୍ପର୍କ

author img

By ETV Bharat Odisha Team

Published : Oct 5, 2023, 7:16 AM IST

ଝାରପଡ଼ା ଦୁର୍ଗା ପୁଜାମଣ୍ଡପରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମିଶି ପାଳିବେ ଦୁର୍ଗା ପୂଜା । ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେଲା ୮୫ ଫୁଟର ଗୋଲ୍ଡେନ୍‌ ପ୍ୟାଲେସ । ଅଧିକ ପଢନ୍ତୁ

ଝାରପଡ଼ା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ,ଦେଖିବାକୁ ମିଳିବ ଭାଇଚାରା ସମ୍ପର୍କ

ଭୁବନେଶ୍ବର: ଆସିଛି ପାର୍ବଣର ଋତୁ । ଆଉ ପାର୍ବଣର ମହକକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ରହିଥିବାବେଳେ କିଛି ଦିନର ବ୍ୟବଧାନରେ ଧରାବତରଣ କରିବେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହେଲାଣି ରାଜଧାନୀର ପୂଜା ମଣ୍ଡପ । ଚଳିତ ବର୍ଷ ଝାରପଡ଼ା ଦୁର୍ଗା ପୁଜାମଣ୍ଡପରେ ପୂଜା ପାଇବେ ୧୨ ଫୁଟର ମୃଣ୍ମୟୀ ମୂର୍ତ୍ତୀ ଓ ଗେଟ୍‌ରେ ଶୋଭା ପାଇବ ୮୫ ଫୁଟ୍‌ର ଗୋଲ୍ଡେନ୍‌ ପ୍ୟାଲେସ୍‌ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଝାରପଡ଼ା ଦୁର୍ଗା ପୂଜା ସମିତି । ଏହାସହ ରୂପାର ଅଳଙ୍କାରରେ ସୁସଜ୍ଜିତ ହେବେ ମା' ଦୁର୍ଗା ।

ତେବେ ଦୁର୍ଗା ମା'ଙ୍କ ଆବିର୍ଭାବକୁ ନେଇ ରାଜଧାନୀର ପୂଜା ମଣ୍ଡପ ପ୍ରସ୍ତୁତି ପଥେ ଥିବାବେଳେ ଏଥର ତ୍ରୟୋଦଶ ପୂଜା ପଳିବ ଝାରପଡ଼ା ପୂଜା ମଣ୍ଡପ । ଯେଉଁ ପୂଜା ମଣ୍ଡପରେ ନିଆରା ଭାବେ ହିନ୍ଦୁ ଓ ମୁସଲମାନ ଭାଇ ଭଉଣୀମାନେ ମିଶି ପାଳିବେ ଦୁର୍ଗା ପୂଜା । ଚଳିତ ବର୍ଷ ଝାରପଡ଼ାରେ ଝଳସିବ ଗୋଲ୍ଡେନ୍‌ ପ୍ୟାଲେସ । ଯାହାର ଉଚ୍ଚତା ରହିଛି ୮୫ ଫୁଟ୍ ଓ ଚଉଡ଼ା ୧୫୦ ଫୁଟ । ବାଉଁଶ, କଠାବିଟ୍‌, ପ୍ଲାଏ, ଫାଇବର,ସନପ୍ୟକ ଓ ରଙ୍ଗୀନ ଆଲୋକ ମାଳାରେ ଝଳସିବ ଏହି ସୁସଜ୍ଜିତ ତୋରଣ ।

ଏହା ମଧ୍ୟ ପଢନ୍ତୁ...ଦୁର୍ଗାପୂଜା ପୂଜା ମଣ୍ଡପରେ ଲାଗିବ ଇଲେକ୍ଟ୍ରି ମିଟର

ଏହାସହ ପଶ୍ଚିମବଙ୍ଗର ପ୍ରତିଷ୍ଠିତ କାରିଗରଙ୍କ ଦ୍ଵାରା ୧୨ ଫୁଟର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବା ସହ ୨୦ ଫୁଟର ବୁଲେନ ଓ ସୁନେଲି ମେଢ଼ ଝଟକିବ । ଅନ୍ୟପଟେ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ତୋରଣରେ ରହିବ ୧ ପ୍ରବେଶ ପଥ ଓ ୪ଟି ପ୍ରସ୍ଥାନ ପଥ । ସମ୍ପୂର୍ଣ୍ଣ ତୋରଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଥିବା ବେଳେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ହ୍ବିଲ୍‌ ଚେୟାରର ବ୍ୟବସ୍ଥା ବି କରାଯାଇଛି । ପୂଜାକୁ ସରସ ସୁନ୍ଦର କରିବାକୁ ଚଳିତ ଥର ୪୦ ଲକ୍ଷର ବଜେଟ ରଖାଯାଇଥିବା ବେଳେ ୨୦୦ରୁ ଉର୍ଦ୍ଧ ସ୍ବେଛାସେବୀମାନେ ଶୃଙ୍ଖଳିତ ଦର୍ଶନରେ ନିୟୋଜିତ ରହିବେ ।

ଅନ୍ୟପଟେ ପ୍ରତିବର୍ଷ ଭଳି ବଙ୍ଗୀୟ ପୂଜାନୀତିରେ ଦୁର୍ଗତିନାଶିନୀଙ୍କୁ ଆଗମନ କରାଯାଉଥିବା ବେଳେ ଷଷ୍ଠୀଠାରୁ ଆରମ୍ଭ କରି ଦଶମୀ ପର୍ୟ୍ୟନ୍ତ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଯେଉଁଥିରେ ଓଡ଼ିଶାର ଲୋକପ୍ରିୟ ଓ ଜଣାଶୁଣା କଳାକାରମାନେ ଯୋଗଦେବେ । ଏହାସହ ପୌରାଣିକ ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁକୁ ନେଇ ଏଲିଡିର ଆଲୋକର ତୋରଣ ଶୋଭାପାଇବ । ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶମି ତିଥି ସାନ୍ଧ୍ୟ ୭ଟା ସମୟରେ ସମିତି ତରଫରୁ ୪୦ ଫୁଟ ଉଚ୍ଚତାର ରାବଣ ପୋଡ଼ି ସାଙ୍ଗକୁ ବିଭିନ୍ନ ପ୍ରକାର ଆତସବାଜି କର୍ଯ୍ୟକ୍ରମ ଅୟୋଜନ କରାଯିବ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.