ETV Bharat / state

ପ୍ରେମିକା ଠିକଣାରେ ପ୍ରେମିକର ପରିଚୟ ପତ୍ର, ରହସ୍ୟ ବଢ଼ାଉଛି ଜାଗମରା OYOରେ ମୃତ୍ୟୁ

author img

By

Published : Mar 28, 2023, 11:02 AM IST

ଓୟୋ ରୁମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଘନେଇବାରେ ଲାଗିଛି ମୃତ୍ୟୁ ରହସ୍ୟ । ଓୟୋ ରୁମରେ ତଦନ୍ତ କରିଛନ୍ତି AIIMS ମେଡିକାଲ ଟିମର ଏକ ଡ଼ାକ୍ତରୀ ଦଳ । ଅଧିକ ପଢନ୍ତୁ

durga prasad mishra  death case
durga prasad mishra death case

durga prasad mishra death case

ଭୁବନେଶ୍ବର: ଓୟୋ ରୁମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଘନେଇବାରେ ଲାଗିଛି ମୃତ୍ୟୁ ରହସ୍ୟ । ନିଆଳି ସ୍ଥିତ ନିଜ ବାପା ଓ ମାଆଙ୍କୁ ଛାଡି ପ୍ରେମିକା ଘରେ ରହିବା । ଓଲଡଟାଉନ ପ୍ରେମିକା ଘର ଠିକଣାରେ ପ୍ରେମିକ ପରିଚୟ ପତ୍ର ତିଆରି କରିବା‌ ଏବଂ ଆଧାରକାର୍ଡ ସହ ଡ୍ରାଇଭ୍ ଲାଇସେନ୍ସ ପରିଚୟ ପତ୍ର ତିଆରି କରିବା । ଆଉ ପ୍ରେମିକା ସହ ଜନ୍ମଦିନ ପାଳିବାକୁ ଯାଇ ଓୟୋ ରୁମରେ ସନ୍ଦେହଜନକ ଭାବେ ମୃତଦେ‌ହ ମିଳିବା ନେଇ ବଢ଼ୁଛି ସନ୍ଦେହ । ଏନେଇ ଗତ ସୋମବାର ଓୟୋ ରୁମରେ ତଦନ୍ତ କରିଛନ୍ତି AIIMS ମେଡିକାଲ ଟିମ୍ର ଏକ ଡ଼ାକ୍ତରୀ ଦଳ । ମୃତ୍ୟୁ ପୂର୍ବରୁ ତାଙ୍କ ହାତରେ ଥିବା ରକ୍ତାକ୍ତ ଆଘାତ ଚିହ୍ନ ଏବଂ କିଛି ଭଙ୍ଗା କାଚ ମଧ୍ୟ ମୃତଦେହରୁ ଜବତ ହୋଇଥିବା ନେଇ ବଢିଛି ସନ୍ଦେହ ।

ଅନ୍ୟପଟେ ଯୁବ ଇଞ୍ଜିନିୟର ଦୁର୍ଗା ପ୍ରସାଦ କିପରି ଫ୍ୟାନରେ ଝୁଲି ପ୍ରାଣ ହରାଇଲେ ଅଥଚ ଫ୍ୟାନ ଛିଣ୍ଡିଲାନି କି ଫ୍ୟାନରେ ଲାଗିଥିବା ପ୍ରେମିକା ଓଢ଼ଣିର କଟା ଅଂଶ ବି ନଥିବା ନେଇ ପ୍ରଶ୍ନ ଉଠାଇଥିଲେ ମୃତକ ଦୁର୍ଗାପ୍ରସାଦଙ୍କ ଭଉଣୀ । ତେବେ ଏନେଇ ଅନେକ ସନ୍ଦେହ ବଢୁଥିବା ବେଳେ ଏମ୍ସ ଡାକ୍ତରୀ ଟିମ୍ ଏସବୁ ନେଇ ତଦନ୍ତ କରିଛନ୍ତି । ସେହିପରି ମୃତକ ଇଞ୍ଜିନିୟର କାହିଁକି ଏତେଦିନ ଧରି ପ୍ରେମିକାଙ୍କ ଘରେ ରହୁଥିଲେ ଏବଂ ପ୍ରେମିକାର ପରିବାର ସହ କିପରି ସମ୍ପର୍କ ରହିଥିଲା ଏଭଳି ଅନେକ ପ୍ରଶ୍ନ ଉଠୁଥିବା ନେଇ ଅଧିକ ତଦନ୍ତ କରୁଛି ଟିମ । ଏପରିକି ପୋଷ୍ଟମୋର୍ଟମ ରିପୋର୍ଟ ନ ଆସିବା ପୂର୍ବରୁ ପୋଲିସ ଏହାକୁ ସୁଇସାଇଡ ବୋଲି ସ୍ପଷ୍ଟ ଏହା ଚିନ୍ତାର ବିଷୟ ପାଲଟିଛି ।

ଏନେଇ ଖଣ୍ଡଗିରି ଆଇଆଇସି କହିଛନ୍ତି, ‘‘ସିସିଟିଭି ଫୁଟେଜରେ ପାରିପାର୍ଶିକ ସ୍ଥିତି ଏବଂ ଉପସ୍ଥିତ ଥିବା ତାଙ୍କ‌ ବାନ୍ଧବୀଙ୍କ ବୟାନରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଏହା ସମ୍ପୂର୍ଣ୍ଣ ଭାବେ ଆତ୍ମହତ୍ୟା ।’’ ତଥାପି ତଦନ୍ତ ସବୁ ଦିଗକୁ ଜାରି ରହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ସହ ଆବଶ୍ୟକ ପଡିଲେ ପରିବାର‌ଲୋକଙ୍କୁ ପଚରାଉଚରା ସହ ସାଙ୍ଗସାଥି ମାନଙ୍କୁ ମଧ୍ୟ ପଚରାଉଚରା କରାଯିବା ପରେ ଉପଯୁକ୍ତ ଘଟଣାଟି ଜଣା ପଡିବା ସମ୍ଭବ ହେବ ବୋଲି କହିଛନ୍ତି ଇନସ୍ପେକ୍ଟର ଦୟା ନାୟକ ।

ପ୍ରକାଶ ଥାଉକି, ଭୁବନେଶ୍ବର ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଦୁର୍ଗା ପ୍ରସାଦ ମିଶ୍ର ବନ୍ଧୁମାନଙ୍କ ସହ ଜନ୍ମଦିନ ପାଳନ କରିବାକୁ ଯାଇଥିବା ବେଳେ ହୋଟେଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ହୋଟେଲରେ ଉପସ୍ଥିତ ବନ୍ଧୁମାନେ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ କହୁଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ କହିଥିଲେ ।

ପ୍ରେମିକାଙ୍କ ଜନ୍ମଦିନ ପାଳନ ପାଇଁ ଖଣ୍ଡଗିରିରେ ଥିବା ଏକ ଓୟୋ ହୋଟେଲର ଦୁଇଟି ରୁମ ବୁକ ହୋଇଥିଲା । ଏଥିରେ ଦୁର୍ଗାଙ୍କ ପ୍ରେମିକା ଓ ଦୁଇ ଜଣ ବନ୍ଧୁ ମଧ୍ୟ ଯୋଗ ଦେଇଥିଲେ । ଏହାପରେ ୪ଜଣ ଜନ୍ମଦିନ ସେଲିବ୍ରେସନ କରିଥିଲେ । କେକ କଟା ସରିବା ପରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏନେଇ ଦୁର୍ଗା ପ୍ରସାଦ ରାଗିଯାଇ କିଛି ସମୟ ବାହାରକୁ ଚାଲି ଆସିଥିଲେ । ପରେ ସେ ହୋଟେଲର କାଚ ଭାଙ୍ଗି ଭିତରକୁ ପସିଥିଲେ । ଯାହାକୁ ନେଇ ପ୍ରେମିକାଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.