ଖୋର୍ଦ୍ଧା: ନିସା କାରବାରର ହବ୍ ପାଲଟିଛି ଖୋର୍ଦ୍ଧା ସବଜେଲ । ବ୍ରାଉନ୍ସୁଗାର କାରବାରକୁ ନେଇ ଖୋର୍ଦ୍ଧା ଅଞ୍ଚଳ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ପୁଣି ଏହାର ପ୍ରମାଣ ଖୋର୍ଦ୍ଧା ଜେଲ ଭିତରୁ ମିଳିଛି । ଜେଲର କଡା ସୁରକ୍ଷା ଭିତରେ ଥାଇ ମଧ୍ୟ ଅପରାଧୀ ମାନେ କିପରି ଜେଲ ଭିତରେ ଅବାଧ ନିଶା କାରବାର କରିବା ସହ ନିଶା ସେବନ କରୁଛନ୍ତି ତାହାର ଭିଡ଼ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଘଟଣା ବିଷୟରେ ଜଣାପଡ଼ିବା ପରେ ଏକଥା ସାମ୍ନାକୁ ଆସିଛି ଯାହା ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘଟଣାକୁ ଜିଲା ପ୍ରଶାସନ ଗୁରୁତର ସହ ନେଇ ଉପଜିଲାପାଳ ଏବଂ ପୋଲିସ ଅଧିକାରୀ ମିଳିତ ଭାବେ ଖୋର୍ଦ୍ଧା ସବଜେଲରେ ତଦନ୍ତ ଜାରି ରଖିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ