ETV Bharat / state

ଖୋର୍ଦ୍ଧା ସବଜେଲରେ ଚାଲିଛି ଅବାଧ ନିଶା କାରବାର

ନିଶା କାରବାରର ହବ୍ ପାଲଟିଛି ଖୋର୍ଦ୍ଧା ସବଜେଲ । ବ୍ରାଉନ୍‌ସୁଗାର କାରବାରକୁ ନେଇ ଖୋର୍ଦ୍ଧା ଅଞ୍ଚଳ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ପୁଣି ଏହାର ପ୍ରମାଣ ଖୋର୍ଦ୍ଧା ଜେଲ ଭିତରୁ ମିଳିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ସବଜେଲରେ ଚାଲିଛି ଅବାଧ ନିଶା କାରବାର
ଖୋର୍ଦ୍ଧା ସବଜେଲରେ ଚାଲିଛି ଅବାଧ ନିଶା କାରବାର
author img

By

Published : Jun 6, 2020, 12:16 PM IST

Updated : Jun 6, 2020, 2:01 PM IST

ଖୋର୍ଦ୍ଧା: ନିଶା କାରବାରର ହବ୍ ପାଲଟିଛି ଖୋର୍ଦ୍ଧା ସବଜେଲ । ବ୍ରାଉନ୍‌ସୁଗାର କାରବାରକୁ ନେଇ ଖୋର୍ଦ୍ଧା ଅଞ୍ଚଳ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ପୁଣି ଏହାର ପ୍ରମାଣ ଖୋର୍ଦ୍ଧା ଜେଲ ଭିତରୁ ମିଳିଛି । ଜେଲର କଡା ସୁରକ୍ଷା ଭିତରେ ଥାଇ ମଧ୍ୟ ଅପରାଧୀମାନେ କିପରି ଜେଲ ଭିତରେ ଅବାଧ ନିଶା କାରବାର କରିବା ସହ ନିଶାସେବନ କରୁଛନ୍ତି ତାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଖୋର୍ଦ୍ଧା ସବଜେଲରେ ଚାଲିଛି ଅବାଧ ନିଶା କାରବାର

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଖୋର୍ଦ୍ଧା ପୋଲିସ ଓ ଅବକାରୀ ବିଭାଗ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅପରାଧୀଙ୍କୁ ଖୋର୍ଦ୍ଧା ଜେଲରେ ରଖିଛି ସତ କିନ୍ତୁ ନିଶା କାରବାରରେ ରୋକ ଲଗାଇବାରେ ଅସମର୍ଥ ହୋଇଛି । ଜେଲର କଡା ସୁରକ୍ଷା ଭିତରେ ଥାଇ ମଧ୍ୟ ଅପରାଧୀମାନେ ନିଶାସେବନ କରୁଛନ୍ତି ତାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଯଦି ଜେଲ ଭିତରେ ଏମିତି ତାହାଲେ ବାହାରେ କେମିତି ଚାଲୁଛି ନିଶା କରବାର ତାହା ବେଶ ଅନୁମେୟ । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 6, 2020, 2:01 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.