ETV Bharat / state

ଚିନ୍ତା ବଢାଇଛି ନିଶାଦ୍ରବ୍ୟ କାରବାର, ଜିଲ୍ଲା ଭିତ୍ତିକ ଆକ୍ସନ ପ୍ଲାନ ପ୍ରସ୍ତୁତି ଉପରେ ଗୁରୁତ୍ବ

author img

By

Published : Jun 2, 2023, 7:35 AM IST

ରାଜ୍ୟରେ ନିଶାଦ୍ରବ୍ୟ ଏବଂ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଛି । ଏହିଭଳି ପଦାର୍ଥର ଉତ୍ପାଦନ, କ୍ରୟ, ବିକ୍ରୟ ଓ କାରବାର ସଂପର୍କିତ ରହିଛି ଜାତୀୟ ଆଇନ । ଏହି ଆଇନକୁ କଡାକଡି ଅନୁପାଳନ ସଂପର୍କରେ ପଦକ୍ଷେପ ନିଆଯିବାକୁ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

ଚିନ୍ତା ବଢାଇଛି ନିଶାଦ୍ରବ୍ୟ କାରବାର; ଜିଲ୍ଲା ଭିତ୍ତିକ ଆକ୍ସନ ପ୍ଲାନ ପ୍ରସ୍ତୁତି ଉପରେ ଗୁରୁତ୍ବ

ଭୁବନେଶ୍ବର: ବେଆଇନ ନିଶାଦ୍ରବ୍ୟ କାରବାର ଓ ଚୋରା ଚାଲାଣକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ରାଜ୍ୟରେ ବେଆଇନ ନିଶାଦ୍ରବ୍ୟ କାରବାର ଓ ଚୋରା ଚାଲାଣ ରୋକାଯିବା ସଂପର୍କରେ ଗତକାଲି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସମନ୍ବୟ ବୈଠକ ।

ରାଜ୍ୟରେ ନିଶାଦ୍ରବ୍ୟ ଏବଂ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଛି । ଏହିଭଳି ପଦାର୍ଥର ଉତ୍ପାଦନ, କ୍ରୟ, ବିକ୍ରୟ ଓ କାରବାର ସଂପର୍କିତ ରହିଛି ଜାତୀୟ ଆଇନ । ଏହି ଆଇନକୁ କଡାକଡି ଅନୁପାଳନ ସଂପର୍କରେ ପଦକ୍ଷେପ ନିଆଯିବାକୁ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ବେଆଇନ ନିଶା ଦ୍ରବ୍ୟ କାରବାର ଓ ନିଶାସେବନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ନାର୍କୋଟିକ୍ସ ବ୍ୟୁରୋର ଉପ ମହାନିର୍ଦ୍ଦେଶିକା ବିଭିନ୍ନ ରାଜ୍ୟରେ ନିଶା ଦ୍ରବ୍ୟ କାରବାରର ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି । ‘ଜୀବନକୁ ହଁ ଓ ନିଶାକୁ ନାଁ’ ଏବଂ ‘ନିଶା ମୁକ୍ତ ଭାରତ’ର ସେ ଆହ୍ବାନ ଦେଇଛନ୍ତି । ଓଡ଼ିଶା ଦାୟିତ୍ବରେ ଥିବା ରାଜ୍ୟ ସ୍ବତନ୍ତ୍ର ଟାକ୍ସଫୋର୍ସ ଅଧିକାରୀ ଜୟନାରାୟଣ ପଙ୍କଜ ଓଡ଼ିଶାରେ ନିଶାଦ୍ରବ୍ୟ କାରବାର ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ରାଜ୍ୟରେ ୧୦ରୁ ଅଧିକ ଜିଲ୍ଲାରେ ଗଞ୍ଜେଇ ଚାଷ କରାଯାଉଥିଲା । ସେଥିରୁ ଅଧିକାଂଶ ପାହାଡିଆ, ଜଙ୍ଗଲପୂର୍ଣ୍ଣ ଓ ନକ୍ସଲ ପ୍ରଭାବିତ ଅଞ୍ଚଳ । ଏବେ ରାଜ୍ୟରେ ନକ୍ସଲ ଉପଦ୍ରୁତ ଅଞ୍ଚଳ କମୁଥିବାରୁ ଅଣ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗଞ୍ଜେଇ ଚାଷ ପ୍ରାୟତଃ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରାଉନସୁଗାର ପଶ୍ଚିମ ବଙ୍ଗରୁ କୋଲକତା ଓ ବାଲେଶ୍ବର ଦେଇ ଉପକୂଳ ଜିଲ୍ଲାକୁ ଆସିଥାଏ । ନିଶାଯୁକ୍ତ କଫ ସିରପ ଛତିଶଗଡ ଓ ପଶ୍ଚିମବଙ୍ଗରୁ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସମ୍ବଲପୁର ଓ ବରଗଡ ଆଦି ଜିଲ୍ଲାକୁ ଆସିଥାଏ । ବେଆଇନ ଗଞ୍ଜେଇ ଓ ଅଫିମ ଚାଷ ପାଇଁ ପ୍ରତି ବର୍ଷ ଚା​ଷ‌ ସମୟରେ ବିଭିନ୍ନ ସଂସ୍ଥା ସାହାଯ୍ୟରେ ଅନୁସନ୍ଧାନ କରାଯାଇ ସେସବୁକୁ ନଷ୍ଟ କରାଯାଉଛି । ଗତ ୩ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ରାଜ୍ୟରେ ୨୦୧୮-୧୯ ମସିହାରେ ୧୧,୬୨୭ ଏକର ଗଂଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ୨୦୨୨-୨୩ ରେ ୨୪ ହଜାର ୩୯୫ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

ସେହିପରି ରାଜ୍ୟ ଓ ଆନ୍ତଃ ରାଜ୍ୟରେ କିଛି ବର୍ଷ ଧରି ନିଶା ଔଷଧ କାରବାର କରୁଥିବା କ୍ଷେତ୍ରରେ ରେକର୍ଡ ସଂଖ୍ୟକ ମାମଲା ପଂଜୀକୃତ ହେବା ସହ ନିଶା ଦ୍ରବ୍ୟ ଜବତ କରାଯାଇଛି । ୨୦୧୮ ମସିହାରେ ୬୦୧ ମାମଲା ପଂଜୀକୃତ ଏବଂ ୫୨୩ କ୍ବିଣ୍ଟାଲ ନିଶାଦ୍ରବ୍ୟ ଜବତ କରାଯାଇ ୭୭୪ ଜଣଙ୍କୁ ଗିରଫ କରାଯାଇଛି । ୨୦୨୩ ଏପ୍ରିଲ ମାସ ଶେଷ ସୁଦ୍ଧା ୧୧୨୫ ଟି ମାମଲା ପଂଜୀକୃତ କରାଯାଇ ୮୭୯ କ୍ୱିଣ୍ଟାଲ ନିଶାଦ୍ରବ୍ୟ ଜବତ ଓ ୧୪୦୫ ଜଣଙ୍କୁ ଗିରଫ କରାଯାଇଛି । ବ୍ରାଉନ ସୁଗାର ମାମଲାରେ ୨୦୧୮ ରେ ୫୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦୨୩ ରେ ୩୦୧ ଜଣଙ୍କୁ ଗିରଫ କରାଯାଇଛି ।

ନିଶାଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ଆଇନ ଅନୁପାଳନକାରୀ ସଂସ୍ଥାମାନଙ୍କ ସହିତ ନିୟମିତ ଯୋଗାଯୋଗ କରାଯାଇ ଚଢ଼ଉ ଉପରେ ଗୁରୁତ୍ୱ ଦିଆଯାଉଛି । କମ୍ପ୍ୟୁଟରୀକୃତ ଡାଟାବେସ ଜରିଆରେ ତଥ୍ୟ ପରସ୍ପରକୁ ପ୍ରେରଣ ସହିତ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ନିୟମିତ ସମନ୍ୱୟ ବୈଠକ କରାଯାଉଛି । ରାଜ୍ୟରେ ଜିଲ୍ଲାସ୍ତରରେ ସମନ୍ୱୟ ବୈଠକ, ନିଶା ନିବାରଣ ଓ ଥଇଥାନ କେନ୍ଦ୍ର, ଚଢ଼ଉରେ ସାମିଲ ହେଉଥିବା ସଂସ୍ଥାମାନଙ୍କର ଦକ୍ଷତା ବୃଦ୍ଧି, ବେଆଇନ ଗଞ୍ଜେଇ ନିଶା ଔଷଧ କାରବାର ରୋକିବା ଦିଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଜନ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ସଂଗଠନମାନଙ୍କୁ ସାମିଲ କରାଯାଇ ସଚେତନ କାର୍ଯ୍ୟକ୍ରମ କରାଯାଉଥିବା ସେ କହିଛନ୍ତି ।

ବୈଠକରେ ଗଞ୍ଜେଇ ଚାଷ କରୁଥିବା ଅଞ୍ଚଳରେ ଚାଷୀମାନଙ୍କୁ ଜୀବିକା ନିର୍ବାହ ପାଇଁ ବଦଳ ଫସଲ କରିବା ସଂପର୍କରେ ଗୁରୁତ୍ୱ ଦିଆଯାଇଛି । ନିର୍ଦ୍ଦିଷ୍ଟ ଜିଲ୍ଲା ଭିତ୍ତିରେ ଆକ୍ସନ ପ୍ଲାନ ପ୍ରସ୍ତୁତି ସଂପର୍କରେ ଗୃହ ବିଭାଗ, ଅବକାରୀ ବିଭାଗ, କୃଷି, ଜଙ୍ଗଲ ବିଭାଗ ଏ ସଂପର୍କରେ ସ୍ୱତନ୍ତ୍ର ପ୍ରସ୍ତୁତି କରିବା ଆଲୋଚନା କରାଯାଇଛି । ମୁଖ୍ୟ ଶାସନ ସଚିବ ସ୍ୱାଭିମାନ ଅଂଚଳରେ ଲୋକଙ୍କୁ ଜୀବିକା ନିର୍ବାହ ପାଇଁ ଔଷଧୀୟ ଲେମ୍ବୁ ଘାଷ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଥିବା କହିଛନ୍ତି । ପଂଚାୟତିରାଜ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ମିଶନ ଶକ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗ ଏହି ଯୋଜନାରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ବୈଠକରେ ବିଭିନ୍ନ ଅଧିକାରୀମାନେ ନିଜ ନିଜର ମତ ରଖିଛନ୍ତି । ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନେ ଏକାଧିକ ଥର ନିଶା ସେବନ କରି ଧରା ପଡିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ବହିଷ୍କାର ପାଇଁ ପଦକ୍ଷେପ ନିଆଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ନିଶା ଦ୍ରବ୍ୟ ବ୍ୟବହାର ନ କରିବା ସଂପର୍କରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଆଇନକୁ ଅନୁପାଳନ ପାଇଁ ରହୁଥିବା ବିଭିନ୍ନ ଆହ୍ବାନ ଓ ମୁକାବିଲା ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଛି ।

ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଉପ ମହା ନିର୍ଦ୍ଦେଶିକା ମୋନିକା କେ. ବାତ୍ରା ବୈଠକରେ ଉପସ୍ଥିତ ଥିଲେ । ରେଲୱେ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡି.ଜି ଦୟାଲ ଗଙ୍ଗୱାର, ରାଜ୍ୟ ପୁଲିସ ପ୍ରଶାସନ, ଗୃହ ବିଭାଗ, ଅବକାରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ବିଭାଗ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ସୀମା ସୁରକ୍ଷା ବଳ, ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋର ଜେନେରାଲ ଡାଇରେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.