ETV Bharat / state

ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ, ଚିନ୍ତାରେ ଚାଷୀକୂଳ

ପର୍ଯ୍ୟାପ୍ତ ବର୍ଷା ନଥିବାରୁ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଚାଷଜମି ଫାଟି ଆଁ । ଅଭାବି ବର୍ଷାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଅଧିକ ପଢନ୍ତୁ

author img

By

Published : Jul 14, 2023, 9:19 PM IST

ମୌସୁମୀର ଲୁଚକାଳି ଖେଳ, ଚାଷ ଜମିରେ ଉପୁଜିଛି ମରୁଡ଼ି ଆଶଙ୍କା

ଖୋର୍ଦ୍ଧା: ଦାଉ ସାଧୁଛି ପ୍ରକୃତି । ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଚାଷ ଜମିରେ ଉପୁଜିଛି ମରୁଡ଼ି ଆଶଙ୍କା । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଜିଲ୍ଲାର ଚାଷୀ । ଚଳିତ ଥର ବର୍ଷା ଅଭାବ ଯୋଗୁଁ ଧାନ ବିଲରେ ଏଯାଏଁ ଆଶାନୁରୂପ ରୁଆ ବେଉଷଣା ହୋଇପାରିନାହିଁ । ଆଷାଢ ଯାଇ ଶ୍ରାବଣ ମଝି ହେବାକୁ ବସିଥିଲେ ବି ମୌସୁମୀ ବର୍ଷାର ଦେଖା ନାହିଁ । ବର୍ଷା ଦିନେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକାଂଶ ଅଣଜଳସେଚିତ ଚାଷ ଜମି ଫାଟି ଆଁ କରିଥିବାବେଳେ ଚାରା ଶଳିତା ଭଳି ସୁଖି ଗଲାଣି ।

ଶ୍ରାବଣରେ ଅଗ୍ନିବର୍ଷା ଫଳରେ ମଟିଫଟି ଆଁ କଲାଣି । ପାଣି ଟିକେ ପାଇବା ପାଇଁ ମାଟି ଆଁ କରି ଆକାଶକୁ ଚାହିଁ ରହିଛି । ଧାରା ଶ୍ରାବଣରେ ଏପରି ଚିତ୍ର ଚାଷୀକୁ ଚିନ୍ତାରେ ପକାଇଛି । ମୌସୁମୀ ନିରୁଧିଷ୍ଟ ହେବା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ଏ ବର୍ଷ କେମିତି ନିଜ ପରିବାର ମୁଁହରେ ଆହାର ଦବ ତାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ । ଆରମ୍ଭରୁ ଏଭଳି ସ୍ଥିତି ଚଳିତ ବର୍ଷ ଗଜା ମରୁଡି ଭଳି ପରିସ୍ଥିତି ଜଳଜଳ କରି ଦେଖାଗଲାଣି ।

ଅଧିକ ପଢ଼ନ୍ତୁ: ଧାରା ଶ୍ରାବଣରେ ଧରା ଦେଉନି ବର୍ଷା, ଗୀତରେ ଅକୁହା କଥା ବଖାଣିଲେ ଚଷା ପୁଅ

ଜିଲ୍ଲା କୃଷି ଅଧିକାରୀଙ୍କ ଶରତ କୁମାର କହିଛନ୍ତି,"ଖୋର୍ଦ୍ଧା ଜିଲ୍ଲାରେ ଚଳିତବର୍ଷ ମୋଟ 1ଲକ୍ଷ 3ହଜାର 130 ହେକ୍ଟର ଜମିରେ ଖରିଫ ଧାନ ଫସଲ ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ 33ହଜାର 688 ହେକ୍ଟର ଜମିରେ ଚାଷ ଆରମ୍ଭ ହୋଇଥିବା ବେଳେ 3ହଜାର 573 ହେକ୍ଟର ଜମିରେ ତଳି ପଡ଼ିଛି । କିନ୍ତୁ ଜିଲ୍ଲାରେ ଏପର୍ଯ୍ୟନ୍ତ ଆବଶ୍ୟକ ବର୍ଷାଠାରୁ ଢେର କମ ବର୍ଷା ପାଇଁ ଆଗେଇ ପାରିନି ଚାଷକାମ । ଜିଲ୍ଲାରେ ଜଳସେଚନର ବିଶେଷ କିଛି ବ୍ୟବସ୍ଥା ନଥିବାରୁ ଚାଷୀମାନେ ମୁଖ୍ୟତ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି । ଆଉ ବର୍ଷାକୁ ଦେଖି ସେମାନେ ଚାଷ କାମକୁ ଆଗେଇ ନିଅନ୍ତି । କିନ୍ତୁ ବର୍ଷ ଆରମ୍ଭରୁ ଗଜା ମରୁଡ଼ି ସ୍ଥିତି ଚାଷୀ ପାଇଁ ଆସନ୍ନ ବିପଦକୁ ଡାକି ଆଣିଛି । ଜିଲ୍ଲାରେ ଜୁନ୍‌ ମାସରେ 196.02 ମିଲିମିଟର ବର୍ଷା ଆବଶ୍ୟକ ଥିବା ବେଳେ ହୋଇଛି 126.56 ମିଲିମିଟର । ସେହିପରି ଚଳିତ ମାସ 14 ତାରିଖ ସୁଦ୍ଧା 304.09 ମିଲିମିଟର ଆବଶ୍ୟକ ଥିବା ବେଳେ 80.09 ମିଲି ମିଟର ବର୍ଷା ହୋଇଛି ।" ସେପଟେ ଅକ୍ଷୟ ତୃତୀୟାଠାରୁ ଚାଷ କାମ ଆରମ୍ଭ ହୋଇଥିବା ବେଳେ ବିଲରେ ଏକାଧିକ ଥର ବିହନ ବୁଣି ନିରାଶ ହେଲେଣି ଚାଷୀକୂଳ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.