ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଡ୍ରାଇଭର ମହାସଂଘର ବିକ୍ଷୋଭ - ଖୋର୍ଦ୍ଧା ଡ୍ରାଇଭର ମହାସଂଘର ବିକ୍ଷୋଭ

ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ବିଭିନ୍ନ ସମସ୍ଯା ନେଇ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ...

ଦଶ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଡ୍ରାଇଭର ମହାସଂଘର ବିକ୍ଷୋଭ

author img

By

Published : Sep 1, 2021, 3:43 PM IST

ଖୋର୍ଦ୍ଧା: ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ବିଭିନ୍ନ ସମସ୍ଯା ନେଇ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ କରାଯାଇଛି । ଏଥିସହିତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଦଶ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଡ୍ରାଇଭର ମହାସଂଘର ବିକ୍ଷୋଭ

ସମାଜରେ ଡ୍ରାଇଭରଙ୍କ ଜୀବନ ଜୀବିକା ସୁରକ୍ଷା, ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ, ପ୍ରତି ଶହେ କି.ମି ବ୍ୟବଧାନରେ ଡ୍ରାଇଭରଙ୍କ ପାଇଁ ପାର୍କିଂ ଓ ବିଶ୍ରାମ କକ୍ଷ ଏବଂ ଶୌଚାଳୟର ବ୍ୟବସ୍ଥା, ୫୫ବର୍ଷ ପରେ ପେନସନ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ ଆଦି ଦଶ ଦଫା ଦାବିପତ୍ର ପ୍ରଦନ କରାଯାଇଛି । ସରକାର ଗୁରୁତ୍ୱ ଦେଇ ଏହି ଦାବି ଗୁଡିକୁ ପୂରଣ ନକଲେ ଆଗାମୀ ଦିନରେ ନିଜ ବୃତ୍ତିରୁ ନିବୃତ ହେବେ ବୋଲି ସଂଘ ଚେତାବନୀ ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.