ETV Bharat / state

ଟିକସ ଫାଙ୍କିବାକୁ ଚୋରା କାରବାର; ଭୁବନେଶ୍ୱରରୁ ୩୦ ଲକ୍ଷର ସୁନା ଜବତ

author img

By

Published : Jul 26, 2023, 1:53 PM IST

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କଲା ଡିଆରଆଇ । ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବା ନେଇ ସୂଚନା । ଅଧିକ ପଢନ୍ତୁ

ଭୁବନେଶ୍ୱରରୁ ବିପୁଳ ପରିମାଣର ସୁନା ଜବତ
ଭୁବନେଶ୍ୱରରୁ ବିପୁଳ ପରିମାଣର ସୁନା ଜବତ

ଭୁବନେଶ୍ବର: ରାଜଧାନୀରେ ଟ୍ରେନରେ ହେଉଛି ସୁନା ଚୋରା ଚାଲାଣ । ଟିକସ ଫାଙ୍କିବାକୁ ଗଳାବାଟ ଆପଣାଉଛନ୍ତି ବ୍ୟବସାୟୀ । ଅନ୍ୟ ରାଜ୍ୟରୁ ଟ୍ରେନରେ ସୁନା ଆଣୁଛନ୍ତି । ମଙ୍ଗଳବାର ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ଛକରୁ ବିପୁଳ ପରିମାଣର ସୁନା ଅଳଙ୍କାର ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(DRI) ହାତରେ ଧରାପଡିବା ପରେ ଏହି ଘଟଣା ପଦାକୁ ଆସିଛି । ଜଣେ ବ୍ୟକ୍ତି ଗୋଟିଏ ବ୍ୟାଗରେ ଏହିସବୁ ସୁନା ଅଳଙ୍କାର ନେଇ ଟ୍ରେନ ଯୋଗେ ଆସିଥିଲା । ଆଉ ଜଣେ ବ୍ୟକ୍ତି ତାଙ୍କ ଠାରୁ ଅଳଙ୍କାର ନେଇ ଷ୍ଟେସନରୁ ବାହାରି ଯାଉଥିବା ବେଳେ ଧରିଥିଲା ଡିଆରଆଇ । ବ୍ୟାଗ୍ ଯାଞ୍ଚ କରାଯିବାରୁ ଏକ ପ୍ଲାଷ୍ଟକ ଡବା ଭିତରେ ସୁନା କାନଫୁଲ, ମୁଦି ଓ ହାତ ଚୁଡି ଓ କିଛି ଲକେଟ୍ ଭଳି ଅଳଙ୍କାର ମିଳିଥିଲା । ଏଥିରେ କୌଣସି ହଲମାର୍କ ଥିବାର ମଧ୍ୟ ଦେଖାଯାଇନଥିଲା । ଜବତ ଅଳଙ୍କାରର ପରିମାଣ କେତେ ସେନେଇ କୌଣସି ସୂଚନା ନଥିବା ବେଳେ ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।

ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେ ଏହି ସୁନା ଅଳଙ୍କାର ବିକ୍ରୟ ପାଇଁ ନିର୍ଦ୍ଧିଷ୍ଟ ଦୋକାନକୁ ନେଉଥିବା ଜଣାପଡିଛି । ତେବେ ଏନେଇ ଡିଆରଆଇ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ପୂର୍ବରୁ ମଧ୍ୟ ଭୁବନେଶ୍ବର ଷ୍ଟେସନରୁ ସୁନା ଧରାପଡିଥିଲା । ତେଣୁ ଏଥର ନୂଆ ଟ୍ରିକରେ ଏହାର ଚାଲାଣ କରାଯାଉଥିଲା । ଜଣେ ବ୍ୟକ୍ତି ଟ୍ରେନ ଯୋଗ ଅଳଙ୍କାର ଗୁଡିକ ଆଣି ଆଉ ଜଣେ ବ୍ୟକ୍ତିଙ୍କୁ ଷ୍ଟେସନରେ ଡେଲିଭର କରିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ଏତେ ପରିମାଣର ସୁନା କେଉଁଠୁ ଆଣିଲେ ଓ କିପରି ଆଣିଲେ ସେ ସମ୍ପର୍କରେ ପଚରାଉଚରା ଜାରି ରହିଛି । ସେ ଏହି ଅଳଙ୍କାରର ମନିରିସିପ୍ଟ ବା ଇ ୱେ ବିଲ୍ କିମ୍ବା କୌଣସି କାଗଜପତ୍ର ଦେଖାଇ ପାରିନାହାନ୍ତି ।

ଏହାମଧ୍ୟ ପଢନ୍ତୁ: ASI Attacked By Drunkards: ବିଧାୟକଙ୍କ ଗାଁରେ ପୋଲିସକୁ ମାଡ଼ ମାରିଲେ ମଦୁଆ

ଯେଉଁ ଦୋକାନକୁ ଏହି ସୁନା ନେଉଥିଲେ ସେହି ଦୋକାନର କିଛି ଲୋକଙ୍କୁ ଡାକି ପଚରାଉଚରା କରାଯାଇଛି । ଡିଆରଆଇ ଘଟଣା ସମ୍ପର୍କରେ କୌଣସି ସୂଚନା ଦେଇନଥିବା ବେଳେ କୋଲକାତାରୁ ଫଲକନୁମା ଟ୍ରେନ ଯୋଗେ ଭୁବନେଶ୍ବରକୁ ଏହି ସୁନା ଆସିଥିବା ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୨ଟା ୨୦ ମିନିଟ୍ ସମୟରେ ଡିଆରଆଇ ଅଧିକାରୀ ମାଷ୍ଟରକ୍ୟାଣ୍ଟିନ ଛକରୁ ଏହି ଅଳଙ୍କାର ଜବତ କରିଥିଲେ ।

ପ୍ରକାଶ ଥାଉକି, ଗତବର୍ଷ ମାର୍ଚ୍ଚ ୨ ତାରିଖରେ ଭୁବନେଶ୍ବର ଷ୍ଟେସନରୁ ତିନୋଟି ବ୍ୟାଗରେ ସୁନା ଜବତ ହୋଇଥିଲା । ଜଣେ ବ୍ୟକ୍ତିଙ୍କ ଉପରେ ଜିଆରପିର ଦୁଇ କନେଷ୍ଟବଳଙ୍କ ସନ୍ଦେହ ହେବାରୁ ତାଙ୍କ ବ୍ୟାଗ୍ ତଲାସି କରାଯାଇଥିଲା । ଆୟକର ବିଭାଗ ଆସି ଏହି ସୁନା ଜବତ କରିଥିଲା । ଟିକସ ଫାଙ୍କିବାକୁ ସୁନା ବ୍ୟବସାୟୀ ଏପରି ଗଳାବାଟ ଆପଣାଉଛନ୍ତି ଏବଂ ଗୁଇନ୍ଦା ତଥ୍ୟ ଆଧାରର ରେଡ୍ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.