ETV Bharat / state

ହାପ୍‌ ପ୍ୟାଣ୍ଟରେ ପସି ଫୁଲ୍‌ ପ୍ୟାଣ୍ଟ୍‌ ଚୋରି, ମାର୍କେଟ ବିଲ୍ଡିଂ ମଲ୍‌ରୁ ଧରାପଡ଼ିଲା ଡ୍ରେସ୍‌ ଚୋର

author img

By ETV Bharat Odisha Team

Published : Oct 24, 2023, 9:18 AM IST

ପୂଜା ଭିଡ଼ରେ ମଲ୍‌ ଭିତରେ ଚୋରି । ମାର୍କେଟ ବିଲ୍ଡିଂରେ ଧରାପଡ଼ିଲା ଚୋର । ହାପ୍‌ ପ୍ୟାଣ୍ଟ୍‌ରେ ପଶିଲା ମଲରେ । ଫୁଲ ପ୍ୟାଣ୍ଟ ଓ ସାର୍ଟ୍‌ ଚୋରି କରି ଧରା ପଡ଼ିଲା ଚୋର । ଅଧିକ ପଢ଼ନ୍ତୁ

thief caught at market building
thief caught at market building
thief caught at market building

ଭୁବନେଶ୍ବର: ରାଜଧାନୀର ଦଶହରା ଗହଳିରେ ଚହଳ ପକାଇଛନ୍ତି ଚୋର । ପୂଜା ଭିଡ଼ରେ ଭିନ୍ନଭିନ୍ନ ମୋଡରେ କରୁଛନ୍ତି ଚୋରି । ମୌକା ଦେଖି ଚଉକା ମାରି ଖସିଯାଉଛନ୍ତି ଦୁର୍ବୃତ୍ତ । ମାର୍କେଟ ବିଲ୍ଡିଂର ଗହଳି ଭିତରେ ସପିଂ ମଲରୁ ଚୋରି କରି ଖସି ଯିବାକୁ ଚେଷ୍ଟା କରୁଥିଲା ଚୋର । ହାପ୍‌ ପ୍ୟାଣ୍ଟରେ ମଲ୍‌କୁ ପ୍ରବେଶ କରି ଫୁଲ୍‌ ପ୍ୟାଣ୍ଟ୍‌ ଓ ଟି-ସାର୍ଟ ଚୋରି କରି ଖସି ଯାଉଥିବା ବେଳେ ଚୋରକୁ ପୋଲିସର ଜିମା ଦେଇଛନ୍ତି ମଲ୍‌ କର୍ତ୍ତୃପକ୍ଷ ।

ମାର୍କେଟ ବିଲ୍ଡିଂରେ ଥିବା ଫ୍ୟାସନ୍‌ ସିଟି ମଲ୍‌ରେ ଚୋରି ବେଳେ ଧରାପଡ଼ିଛି ଚୋର । ପୂଜା ଭିଡ଼ରେ ମଲକୁ ପ୍ରବେଶ କରି ନୂଆ ହାପ୍‌ ପ୍ୟାଣ୍ଟ ସହ ଦୁଇଟି ଫୁଲ୍‌ ପ୍ୟାଣ୍ଟ ଓ ଦୁଇଟି ଗଞ୍ଜି ବା ଟି-ସାର୍ଟ ପିନ୍ଧି ମଲରୁ ଖସିଯିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଶେଷରେ ସୁରକ୍ଷା କର୍ମଚାରୀଙ୍କ ହାତରେ ଧରାପଡିଥିଲା ଚୋର । ସିସିଟିଭି ଦେଖୁଥିବା କର୍ମଚାରୀ ଯୁବକଙ୍କୁ ସନ୍ଦେହ କରି ଯୁବକଙ୍କୁ ଅଟକାଇବା ପରେ ସାମ୍ନାକୁ ଆସିଥିଲା ଚୋରର ଅଭିନବ ଉପାୟରେ ଚୋରିର ଦୃଶ୍ୟ । ସବୁଠାରୁ ବଡ କଥା ହେଉଛି ସେ ଚୋରି କରିଥିବା ପ୍ୟାଣ୍ଟ ଓ ଟି-ସାର୍ଟକୁ ଗୋଟିଏ ଉପରେ ଗୋଟିଏ ପିନ୍ଧି ପକାଇଥିଲା । ଯାହା ଦ୍ବାରା ସେ ଚୋରି କରିଛି ବୋଲି କେହି ଜାଣି ପାରିବେ ନାହିଁ ବୋଲି ଭାବିଥିଲା ।

ଏହା ମଧ୍ୟ ପଢନ୍ତୁ-ପୂଜା ମଣ୍ଡପରେ ମାତିଲେ ଲୁଟେରା, ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ

ଯୁବକଙ୍କୁ କାବୁ କରିବା ପରେ ଚୋରି କରିଥିବା ଗୋଟିଏ‌ ପରେ ଗୋଟିଏ ସାର୍ଟ ପ୍ୟାଣ୍ଟକୁ ତାଠାରୁ କାଢି ନିଆଯାଇଥିଲା । ଏହି ସମୟରେ ଛାଡି ଦେବାକୁ ଯୁବକ ଜଣଙ୍କ ନିବେଦନ କରିଥିଲେ । ପରେ ଯୁବକଙ୍କୁ ପୋଲିସ ନିକଟରେ ଜିମା ଦେଇଥିଲେ ମଲ୍‌ କର୍ତ୍ତୃପକ୍ଷ । ଚୋରି କରୁଥିବା ଯୁବକ ଜଣଙ୍କ ହେଉଛନ୍ତି 6 ନମ୍ବର ଅଞ୍ଚଳର ସୁଶାନ୍ତ ବାରିକ ଓରଫ ଗେଡା ବୋଲି ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

ଚୋରି ପାଇଁ ଏବେ ସବୁ ସୀମା ଟପିଛନ୍ତି ଚୋର । କେବଳ ମଲ୍‌ରେ ନୁହେଁ ମଣ୍ଡପରେ, ଘରେ ଓ ବାହାରେ ଏବେ ଚୋର ମାନେ ଚୋରି କରିବାରେ ବ୍ୟସ୍ତ । ବିଶେଷ କରି ପୂଜା ସମୟରେ ଚୋରଙ୍କୁ ପ୍ରାଦୃର୍ଭାବ ବଢ଼ିଥିବା ବେଳେ ପୋଲିସର ଚିନ୍ତା ବଢ଼ିଛି । ବିଭିନ୍ନ ପୂଜା ମଣ୍ଡପରେ ମୋବାଇଲ ପର୍ସ ଓ ସୁନା ଚେନ୍‌ ଚୋରି ହେଉଥିବାର ଖବର ଆସିଛି । ଏନେଇ ପୋଲିସ ସୂଚନା ଦେଇଛି ଯେ, ବିଗତ 4ଦିନ ଧରି ପୂଜା ଭିଡ଼ର ମୌକାରେ ଚୋରି ଲୁଟପାଟ କରୁଥିବା ସଦେହରେ ୨୬ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରେ ୫ଜଣ ମହିଳା ରହିଛନ୍ତି । ଅଭିଯୁକ୍ତଠାରୁ ୮ଟି ମୋବାଇଲ ଓ ୭ହଜାର ଟଙ୍କା ଜବତ କରାଯାଇଛି ।

ବମିଖାଲ ମଣ୍ଡପରୁ ମଧ୍ୟ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଚୋରି ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜୋନାଲ ଏସିପି ଏସ୍‌ ଏନ୍ ମୁଦୁଲି । ଏନେଇ ୮ଜଣିଆ ବିହାରି ଗ୍ୟାଙ୍ଗକୁ ଗିରଫ କରାଯାଇଛି । ଯେଉଁମାନେ କି ବିଭିନ୍ନ ମଣ୍ଡପ ଭିତରେ ବୁଲାବୁଲି କରି ଚୋରି ଛିନତାଇ କରୁଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.