ETV Bharat / state

ଭୁବନେଶ୍ୱର AIIMSର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ହେଲେ ଦିଲ୍ଲୀପ ପରିଡା - ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ

ଭୁବନେଶ୍ବର ଏମ୍ସ ହସ୍ପିଟାଲର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ହେଲେ ଡ. ଦିଲ୍ଲୀପ ପରିଡ଼ା । ଯିଏକି ଅନେକ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନାରେ କାର୍ଯ୍ୟ କରିଛନ୍ତି । ଅଧିକ ପଢନ୍ତୁ

Dr Dillip Kumar Parida
Dr Dillip Kumar Parida
author img

By

Published : Feb 2, 2023, 10:03 PM IST

ଭୁବନେଶ୍ବର: ଏମ୍ସ (AIIMS)ର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଚିକିତ୍ସକ ଡ. ଦିଲ୍ଲୀପ କୁମାର ପରିଡ଼ା । ସେ ଜଣେ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ୍‌ ଭାବେ ସୁପରିଚିତ । ଡକ୍ଟର ପରିଡ଼ା ଏମ୍ସ ଦିଲ୍ଲୀ, ନିଗ୍ରିମ୍‌ସ ସିଲଂ ଭଳି ଖ୍ୟାତନାମା ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ସେ ନୂଆ ଦାୟିତ୍ବ ଗ୍ରହଣ କରିବା ପରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ. ଆଶୁତୋଷ ବିଶ୍ବାସ ନୂଆ ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଡକ୍ଟର ପରିଡ଼ାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ଲାଗି ଶୁଭେଚ୍ଛା ଜଣାଇଛନ୍ତି। ଜଣେ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ୍‌ ଭାବେ ସୁପରିଚିତ ଡ. ପରିଡ଼ା । ସେ ଏମ୍ସ ଦିଲ୍ଲୀ, ନିଗ୍ରିମ୍‌ସ ସିଲଂ ଭଳି ଖ୍ୟାତନାମା ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଡ. ପରିଡ଼ା ୨୦୧୩ରେ ଏମ୍ସ ଭୁବନେଶ୍ବରରେ ଯୋଗ ଦେଇଥିଲେ । ପୂର୍ବରୁ ମଧ୍ୟ (୨୦୧୬-୧୭)ରେ ଡ. ପରିଡ଼ା ଏମ୍ସ ଭୁବନେଶ୍ବରର ମେଡିକାଲ୍ ଅଧୀକ୍ଷକ ଭାବେ କାର୍ଯ୍ୟ କରିସାରିଛନ୍ତି।

ଏହା ବି ପଢନ୍ତୁ- ଗୁରୁତର ଅଭିନେତା ପିଣ୍ଟୁ ନନ୍ଦ, ତୁରନ୍ତ ଯକୃତ ପ୍ରତିରୋପଣ ପାଇଁ ଡାକ୍ତରଙ୍କ ପରାମର୍ଶ

ଏଥିସହିତ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବାର ଅଭିଜ୍ଞତା ରଖିଛନ୍ତି । ସୂଚନା ଅନୁଯାୟୀ, ଏମ୍ସରେ ପୂର୍ବରୁ ଅଧିକ୍ଷକ ଭାବରେ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇଛନ୍ତି । ବର୍ତ୍ତମାନ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ରାଜ୍ୟର ନୂଆ DMET ଭାବରେ ନିଯୁକ୍ତି ପାଇଛନ୍ତି । ଗତ ଜାନୁଆରୀ ୩୧ ତାରିଖରେ ନୂଆ ପଦବୀରେ ସଚ୍ଚିଦାନନ୍ଦଙ୍କୁ ନିଯୁକ୍ତି ପାଇଛନ୍ତି। ଏମ୍ସ ଭୁବନେଶ୍ବରରେ ମେଡିକାଲ ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କ ଅଧିକ ଯୋଗଦାନ ରହିଛି । ଏହା ସହ ମେଡ଼ିକାଲର ମ୍ୟାନେଜମେଣ୍ଟ ଓ ରୋଗୀ ମାନଙ୍କର ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା, ବିଭାଗୀୟ ବିଭିନ୍ନ କାର୍ଯ୍ୟକୁ ସୁଚାରୁ ରୂପେ ବହନ କରିବା ଆଦି ବହୁ ଗୁରୁତ୍ବପୁର୍ଣ୍ଣ କାର୍ଯ୍ୟ କରିଛନ୍ତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.