ETV Bharat / state

ଅର୍ଥ ସଂଗ୍ରହ କରିବ କଂଗ୍ରେସ, ଆଜିଠୁ ୧୦ ଦିନିଆ ଅଭିଯାନ - କ୍ରାଉଡ ଫଣ୍ଡିଂ କ୍ୟାମ୍ପେନ

Donate for desh campaign of Congress: ଘରକୁ ଘର ବୁଲି ଅର୍ଥ ସଂଗ୍ରହ କରିବ କଂଗ୍ରେସ । ଆଜିଠୁ ଦଳର ୧୦ ଦିନିଆ ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ

Donate for desh campaign of Congress
Donate for desh campaign of Congress
author img

By ETV Bharat Odisha Team

Published : Dec 18, 2023, 3:43 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜି (ସୋମବାର)ଠୁ ଲଞ୍ଚ କରୁଛି କ୍ରାଉଡ ଫଣ୍ଡିଂ କ୍ୟାମ୍ପେନ(ଡୋନେଟ ଫର ଦେଶ୍) କାର୍ଯ୍ୟକ୍ରମ । ଜନସାଧାରଣଙ୍କ ସମର୍ଥନ ପାଇବା ପାଇଁ ପାଣ୍ଠି ଆଦାୟ କରିବ କଂଗ୍ରେସ । ଭୋଟରଙ୍କ ସହ ଯୋଡି ହେବା ପାଇଁ ଆଜିଠୁ କଂଗ୍ରେସ ଯିବ ଘରକୁ ଘର, ସଂଗ୍ରହ କରିବ ପାଣ୍ଠି । ୧୩୮, ୧୩୮୦ ଏବଂ ୧୩୮୦୦ ଟଙ୍କା ପ୍ରତି ବୁଥରେ ଜନସାଧାରଣଙ୍କ ଠାରୁ ସହାୟତା ଲୋଡିବ । ପାର୍ଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ଦିଲ୍ଲୀରେ ଏହି କ୍ୟାମ୍ପେନ ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ଆରମ୍ଭ ହେବାକୁ ଯାଉଛି ।

ଓଡ଼ିଶାରେ ପାଣ୍ଠି ସହ ସମର୍ଥନ ପାଇଁ ଅପିଲ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରତ୍ୟେକ ବୁଥରେ ୧୦ଟି ପରିବାରକୁ ଚିହ୍ନଟ କରିବ ଦଳ । ସେହି ପରିବାରଠୁ ଟଙ୍କା ଆଣିବେ କଂଗ୍ରେସ ନେତା । ଡିସେମ୍ବର ୧୮ରୁ ୨୮ ତାରିଖ ପର୍ଯ୍ୟନ୍ତ ଚଳିବ ଏହି କାର୍ଯ୍ୟକ୍ରମ । ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲାମାନେ ସର୍ବନିମ୍ନ ୧୩୮ ଟଙ୍କା ଦାନ କରିବେ । ସେହିପରି ୧୩୮୦ ଓ ୧୩,୮୦୦ ଟଙ୍କା ପର୍ଯ୍ୟାୟ ଅର୍ଥ ସଂଗ୍ରହ କରାଯିବାକୁ ମଧ୍ୟ ଯୋଜନା କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ସ୍ବରାଜ ତିଲକ ଫଣ୍ଡରୁ ପ୍ରେରଣା ପାଇ ଏଭଳି କରାଯାଉଛି ବୋଲି କଂଗ୍ରେସ କହିଛି ।

ଏହା ବି ପଢନ୍ତୁ- ବସ୍ତି ଭୋଟ ଉପରେ କଂଗ୍ରେସର ନଜର, 'ବସ୍ତି ବିକାଶ ଅଭିଯାନ'ର ଶୁଭାରମ୍ଭ କଲା ଦଳ

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଆଜିର ସମୟରେ ନିର୍ବାଚନ ବ୍ୟୟବହୁଳ ହୋଇଯାଇଛି । ନିର୍ବାଚନରେ ପୁଳା ପୁଳା ଟଙ୍କା ବ୍ୟୟ ହେଉଛି । ଏଭଳି ସମୟରେ କଂଗ୍ରେସ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବ । ଲୋକଙ୍କ ମନ ଜିଣିବ । ଏ ସଂଗୃହିତ ଟଙ୍କା ଦ୍ଵାରା ନିର୍ବାଚନ ଲଢ଼ିପାରେ କଂଗ୍ରେସ । ଲକ୍ଷ ନେଇ ଡିସେମ୍ବର ୧୮ରୁ ଜାନୁଆରୀ ୧୮ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି ପ୍ରତି ବୁଥରୁ ପାଣ୍ଠି ଆଦାୟ କରିବ କଂଗ୍ରେସ ।"

ସେପଟେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପୁଳା ପୁଳା ମଦ ଟଙ୍କା ଆୟକର ବିଭାଗ ଦ୍ବାରା ଜବତ ହେବା ପରେ, କଂଗ୍ରେସ ଟଙ୍କା ଦୁର୍ନୀତିରେ ବୁଡି ରହିଛି ବୋଲି ପ୍ରଧାନମନ୍ତ୍ରୀ କଟାକ୍ଷ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଦେଖ ଦେଶବାସୀ ଯେଉଁମାନେ ସରକାରଙ୍କୁ କହୁଥିଲେ ସେମାନଙ୍କ ଅବସ୍ଥା କଣ ? ତେବେ ଏଠି ପ୍ରଶ୍ନ ଉଠୁଛି ଜବତ ଟଙ୍କା ନେଇ କଂଗ୍ରେସ ଉପରେ ଆଙ୍ଗୁଳି ଉଠିବା ପରେ କଂଗ୍ରେସ ଏଭଳି ପଦକ୍ଷେପ ଗ୍ରହଣ କରୁଛି କି ? ତେବେ ଏହାକୁ ରାଜ୍ୟ କଂଗ୍ରେସ ନେତା ଖଣ୍ଡନ କରିଛନ୍ତି । ତେବେ ଦେଶ ୧୩୮ ବର୍ଷ ପୂରଣ କରୁଥିବାରୁ ଦେଶବାସୀଙ୍କ ସମର୍ଥନ ଲୋଡ଼ି ଦଳ ୧୩୮ ଟଙ୍କା ମାଗୁଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.