ଖୋର୍ଦ୍ଧା: ମଣିଷ ମୃତଦେହକୁ ଝୁଣି ଖାଇଲେ କୁକୁର । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଛକରେ । ଦିବାଲୋକରେ ଅଳିଆ ଗଦାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବାଣପୁର ଅଳିଆ ଗଦାରେ ଏକ ଅଚିହ୍ନା ମହିଳାଙ୍କ ମୃତଦେହ ପଡି ରହିଥିବା ବେଳେ ପୋଲିସ ଉଦ୍ଧାର କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳି ଯାଇଛି ।
ସୂଚନା ମୁତାବକ, ବାଣପୁର ତହସିଲ ରୋଡ କଡ଼ ଗାଲୁଆ ଛକ ବାର ନିକଟରେ ଥିବା ଏକ ଅଳିଆ ଆବର୍ଜନାରେ ଏକ ଅଜଣା ମହିଳାଙ୍କ ମୃତଦେହ ପଡି ରହିଥିଲା । ମହିଳା ଜଣଙ୍କର କିପରି ମୃତ୍ୟୁ ହେଲା ତାହା ଜଣା ପଡି ନଥିବା ବେଳେ ଉକ୍ତ ମହିଳାଙ୍କ ମୃତଦେହର ବେକରୁ ଖଣ୍ଡ ଖଣ୍ଡ ମାଂସ କୁକୁର ଝୁଣି ଖାଇ ଖାଉଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ଉକ୍ତ ମହିଳା ଜଣଙ୍କର କିପରି ମୃତ୍ୟୁ ହୋଇଛି ତାହାକୁ ନେଇ ସନ୍ଦେହ ଉପୁଜିଛି । ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ- ପ୍ରେମୀ ଯୁଗଳ ମୃତଦେହ ଉଦ୍ଧାର, ହତ୍ୟାକାରୀ ବାପା ସମେତ ୨ ଗିରଫ
ଏହା ମଧ୍ୟ ପଢନ୍ତୁ- ସପ୍ତାହେ ଧରି ନିଖୋଜ ଥିଲେ, ଗାଁ ପାଖରୁ ମିଳିଲା ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ
ପ୍ରକାଶ ଥାଉକି, ଗତକାଲି ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କରେ ପର୍ଯ୍ୟଟକଙ୍କ ବୋଟିଂ ପାଇଁ ଜଳାଶୟରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଥିଲା । ଦୁଇ ମୃତକ ବ୍ରହ୍ମପୁର ସହର ଗୌଡ ସାହିର ରାଙ୍ଗା ଆଚାରି ଓ ଜନାର୍ଦ୍ଦନ ଆଚାରି ବୋଲି ଜଣାପଡିଛି । ଗତ ମଙ୍ଗଳବାର ସକାଳୁ ଦୁଇ ଜଣଙ୍କ ମୃତଦେହ ପାଣିରେ ଭାସୁଥିବା ପାର୍କରେ ନିୟୋଜିତ କର୍ମଚାରୀ ଦେଖିଥିଲେ । ଏନେଇ ଟାଉନ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଦୁଇଟି ମୃତଦେହ ଉଦ୍ଧାର କରିଥିଲା । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଏହାର ତଦନ୍ତ ଚଳାଇଛି । ପାର୍କର ଜଳାଶୟ ମଧ୍ୟରୁ ଦୁଇଟି ମୃତଦେହ ମିଳିବାକୁ ନେଇ ବିଭିନ୍ନ ସନ୍ଦେହ ଉପୁଜିଛି । ପାର୍କରେ ନିୟୋଜିତ କର୍ମଚାରୀ ଏବଂ ପରିବାର ଲୋକଙ୍କୁ ପଚରାଉଚରା କରୁଛି ।
ଇଟିଭି ଭାରତ, ଖୋର୍ଦ୍ଧା