ETV Bharat / state

ମାନସ ଦାସଙ୍କ ନାଁରେ ବଢିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ, ଚୁପ୍ ବସିଛି ପ୍ରଶାସନ

ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଜିଲ୍ଲାରେ ବଢିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ । ପୀଡିତ ଯୁବକ ଜଣକ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ନିରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ...

ମାନସ ଦାସଙ୍କ ନାଁରେ ବଢିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ, ଚୁପ୍ ବସିଛି ପ୍ରଶାସନ
ମାନସ ଦାସଙ୍କ ନାଁରେ ବଢିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ, ଚୁପ୍ ବସିଛି ପ୍ରଶାସନ
author img

By

Published : Sep 1, 2021, 10:26 PM IST

ଖୋର୍ଦ୍ଧା: ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ବଢିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ । ଖୋର୍ଦ୍ଧା ଜିଲ୍ଲା ଅଭିମାନପୁରର ସତ୍ୟବ୍ରତ ହତ୍ୟା ଘଟଣା, କଡବ ଅଞ୍ଚଳର ବାପ ପୁଅଙ୍କୁ ମାଡ଼ମରା ଘଟଣା ଓ ଡାଳତୋଳା ଗ୍ରାମର 6 ପରିବାରଙ୍କୁ ଗାଁରୁ ବିତାଡିତ କରିବା ଭଳି ଘଟଣା ଥମି ନଥିବାବେଳେ ଏବେ ମାନବବାଦ ସଙ୍ଗଠନ ବିରୁଦ୍ଧରେ ଆସିଛି ଆଉ ଏକ ନୂଆ ଅଭିଯୋଗ ।

ମାନସ ଦାସଙ୍କ ନାଁରେ ବଢିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ, ଚୁପ୍ ବସିଛି ପ୍ରଶାସନ

ସୂଚନାନୁସାରେ ଖୋର୍ଦ୍ଧା ହଳଦିଆ ଗ୍ରାମ ପଞ୍ଚାୟତର କୂଆପୁଟ ଦଣ୍ଡେଇ ସାହିର ଦୁଇ ପରିବାର ମାନବବାଦ ସଙ୍ଗଠନର କର୍ମକର୍ତ୍ତାଙ୍କ ଦ୍ବାରା ନିର୍ଯାତିତ ହୋଇ 2014 ମସିହାରୁ ଗାଁ ଛାଡି ବାହାରେ ରହୁଥିବା ନେଇ ଅଭିଯୋଗ କରିଛନ୍ତି । ସେହିଭଳି ଏହି ଦୁଇ ପରିବାରକୁ ସଙ୍ଗଠନର ଲୋକେ ମାଡ଼ ମାରି ସେମାନଙ୍କ ଘର ଭାଙ୍ଗିଦେବା ସହ ଘରର ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ନେଇ ପୀଡିତ ଜଣକ କହିଛନ୍ତି ।

ଦୁଇ ପୀଡିତ ଯୁବକ ଏହି ଘଟଣାରେ ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ନେଇ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.