ETV Bharat / state

Budget Session: ଶୂନ୍ୟକାଳରେ ଉଠିଲା ଚାଉଳ ପ୍ରସଙ୍ଗ, ବିଜେଡିର ହୋହାଲ୍ଲା - ବିଧାନସଭା ବଜେଟ ଅଧିବେଶନ ପ୍ରଶ୍ନକାଳ

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ସ୍ବଭାବିକ ରହିଛି । ପ୍ରଶ୍ନକାଳରେ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ ବାବଦରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

assembly budget session question hour
assembly budget session
author img

By

Published : Mar 21, 2023, 12:04 PM IST

Updated : Mar 21, 2023, 2:43 PM IST

ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଦି ପ୍ରଶ୍ନକାଳ ସ୍ବାଭାବିକ ହୋଇଛି । ରାଜ୍ୟର ଗ୍ରାମ ପଞ୍ଚାୟତଗୁଡ଼ିକ ବିକାଶମୂଳକ କାର୍ଯ୍ୟ ବିଷୟରେ ପ୍ରଶ୍ନକାଳରେ ଆଲୋଚନା ହୋଇଥିଲା । ସରକାରୀ ଅନୁଦାନ ଓ ସାହାଯ୍ୟ ପାଇବା ବ୍ୟତୀତ ନିଜେ ଅତିରିକ୍ତ ସମ୍ଭାଳ ସଂଗ୍ରହ କରି ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଧ୍ରୁବ ଚରଣ ସାହୁ । ତାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ପ୍ରଶ୍ନକାଳ ସୁରୁଖୁରୁରେ ସରିବା ପରେ ଶୂନ୍ୟକାଳ ଆରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ର କାଟୁଥିବା ଚାଉଳ ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲା ବିଜେଡି । ନିଜ ନିଜ ସ୍ଥାନରେ ଠିଆ ହୋଇ, ପ୍ଲା କାର୍ଡ ଥିରି ହଙ୍ଗାମା କରିଥିଲେ ବିଜେଡି ବିଧାୟକ । ଏହାପରେ ଅଧଘଣ୍ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । 5T ଓ ଜଣେ ବିଧାୟକ ଦ୍ବାରପାଳ ସାଜିବା ପରେ ନିଜକୁ କ୍ରୀତଦାସ କହିବା କେତେ ଦୂର ଠିକ୍‌ ବୋଲି ପ୍ରଶ୍ନ କରିଥିଲା ବିଜେପି । ଏହାପରେ ବିଜେଡି ଚାଉଳ କାଟିବା ପ୍ରସଙ୍ଗ ଉଠାଇ ଗୃହରେ ହୋ ହାଲ୍ଲା ଆରମ୍ଭ କରିଥିଲା ।

ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ଅତିରିକ୍ତ ସମ୍ୱଳ ସଂଗ୍ରହ ହୋଇଛି । ୨୨୬୯ଟି ପଞ୍ଚାୟତ ଏଥିରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମୋକୁନ୍ଦପାଟଣା ଗାଁର GRS ଓ ତାଙ୍କ ସ୍ବାମୀ କୋଟି କୋଟି ଅର୍ଥ ହେରଫେର ଅଭିଯୋଗ କଥା ଉଠାଇଲେ ଘସିପୁରା ବିଧାୟକ ବଦ୍ରି ପାତ୍ର। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଲେ ଯେ ତାହାର ରେକର୍ଡ ବିଧାୟକଙ୍କଠାରୁ ଆଣି ସ୍ବତନ୍ତ୍ର ଅଡିଟ ନିର୍ଦ୍ଦେଶ ଦେବେ । ପ୍ରଶ୍ନକାଳରେ ବିଜେପି ବିଧାୟକ ଭାସ୍କର ମଢେଇଙ୍କୁ କଟାକ୍ଷ କରିଥିଲେ ବାଚସ୍ପତି ବିକ୍ରମ ଆରୁଖ । ବାଚସ୍ପତି କହିଥିଲେ ଯେ, ଆପଣ ବୋଧେ ହୋମୱାର୍କ କରି ଆସୁ ନାହାନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଚାଲିଛି, ବିଜୁ ସଡ଼କ ଯୋଜନା ନୁହେଁ ବୋଲି କହିଥିଲେ ବାଚସ୍ପତି ।

ବିଧାୟକ ଭାସ୍କର ମଡେଇ ପ୍ରଶ୍ନ କରିଥିଲେ ଯେ 3 ବର୍ଷ ଭିତରେ ପ୍ରତି ବ୍ଲକରେ କେତେ ବିଜୁ ସେତୁ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ ବେତନଟୀ ବ୍ଲକରେ 21-22 ପାଇଁ 2 କୋଟି 45 ଲକ୍ଷ୍ୟକେ 2ଟି ସେତୁ ହୋଇଛି । 23 -24 ପାଇଁ ପ୍ରସ୍ତାବ ରହିଛି ।

ଏହା ବି ପଢନ୍ତୁ... Budget Session: ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନପତ୍ର ଲିକ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ 4ଟା ଯାଏଁ ମୁଲତବୀ

ପ୍ରକାଶଥାଉ କି, ଗତକାଲି(ସୋମବାର) ଗୃହକାର୍ଯ୍ୟ ଆରମ୍ଭରୁ ଅଚଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ଦିଂବଗତ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା ମାତ୍ର ବିରୋଧୀ ହଟ୍ଟଗୋଳ କରିଥିଲେ । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ ହୋହାଲ୍ଲା କରିଥିଲେ ଫଳରେ ପ୍ରଶ୍ନକାଳ ଧୋଇଯାଇଥିଲା । ଆଜି ପ୍ରଶ୍ନକାଳ ସ୍ବାଭାବିକ ଚାଲିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 21, 2023, 2:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.