ଖୋର୍ଦ୍ଧା: କୋରୋନା ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ସାମାଜିକ ଦୂରତା ହିଁ ଏହାର ଏକମାତ୍ର ପ୍ରତିକାର । ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ବାରମ୍ବାର ସଚେତନ କରାଇ ଆସୁଥିଲେ ସୁଦ୍ଧା ଏହାକୁ ଫୁଁ କରି ଉଡ଼ାଇ ଦେଉଛନ୍ତି ଲୋକେ । ଯାହାର ଝଲକ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଧଳାପଥର ପଞ୍ଚାୟତରେ ।
ସରକାରୀ ନିର୍ଦ୍ଦେଶକୁ ନମାନି ପ୍ରତ୍ୟେହ ସହ ସହ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ଏହି ପରିବା ହାଟରେ । କିନ୍ତୁ ସବୁ ଜାଣି ବ୍ଲକ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଚୁପ ରହୁଥିବା ଦେଖିବାକୁ ମିଳିଛି । ସେପଟେ କୋରୋନା ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶାସନକୁ ହାଟ ବନ୍ଦ ପାଇଁ ନିବେଦନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ