ETV Bharat / state

ମା’ ଆଖିରେ ଲୁହ ବାପା ଛାତିରେ କୋହ, ରାଜଧାନୀରେ ଖୋଜୁଛନ୍ତି ନିଖୋଜ ପୁଅ

ପୁଅକୁ ଖୋଜି ଖୋଜି ଗଞ୍ଜାମରୁ ଭୁବନେଶ୍ବର ପହଞ୍ଚିଛନ୍ତି ଅସହାୟ ବାପାମାଆ । ଗତ ୬ ଦିନ ହେବ ଘରୁ କେଉଁଆଡ଼େ ଚାଲି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 26, 2023, 8:40 PM IST

parent searching for missing son
ଭିନ୍ନକ୍ଷମ ପୁଅକୁ ଖୋଜୁଛନ୍ତି ବାପା ମାଆ
b

ଭୁବନେଶ୍ବର: ଆଖିରେ ଆଖିଏ ଲୁହ, ଛାତିରେ କୋହ । ହାତରେ ନିଖୋଜ ପୁଅର ଫଟୋ ଧରି ଠିଆ ହୋଇଛନ୍ତି ଅସହାୟ ବାପାମାଆ । ନିଖୋଜ ପୁଅକୁ ଖୋଜିବାକୁ ଭୁବନେଶ୍ୱରର ପ୍ରତି ଗଳି କନ୍ଦିରେ ଫଟୋ ଦେଖାଇ ଏଣେତେଣେ ବୁଲୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ପୁଅର କୌଣସି ଖୋଜ ଖବର ମିଳିନି । ପୁଅ ନା ପାଠ ପଢ଼ିଛି ନା ଦି ଅକ୍ଷର ଲେଖି ଜାଣିଛି । ନା ସେ କଥା କହିପାରନ୍ତି ନା ଶୁଣି ପାରନ୍ତି । ଗତ ୬ ଦିନ ହେବ ଘରୁ ବାହାରି ଆସି କେଉଁଆଡ଼େ ଚାଲିଯାଇଛି ପୁଅ । ନିଖୋଜ ପୁଅକୁ ଖୋଜିଖୋଜି ଗଞ୍ଜାମରୁ ଆସି କଟକ ଏବେ ଭୁବନେଶ୍ୱରରେ ବୁଲୁଛନ୍ତି ଅସହାୟ ବାପାମାଆ ।

ପରିବାର ଲୋକଙ୍କ ସୂଚନା ମୁତାବକ, ନିଖୋଜ ଥିବା ବାଳକ ଜଣକ ୧୭ ବର୍ଷୀୟ ବଳିଆ ଦୋରା । ଗଞ୍ଜାମ ଜିଲ୍ଲାର ସୁମୁଦୁଳ ବେଗୁନା ପଡ଼ା ନିବାସୀ କଏତି ଦୋରା ଓ ରଘୁ ଦୋରାଙ୍କ ପୁଅ । ବାପା ଦିନ ମଜୁରିଆ ଅଟନ୍ତି ଏବଂ ବଡ଼ ପୁଅ ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁଛନ୍ତୁ । ଗତ ୬ଦିନ ହେବ ବଳିଆ କେଉଁଆଡ଼େ ଚାଲି ଯାଇଛନ୍ତି । ଏନେଇ ତାଙ୍କ ମାଆ କହିଛନ୍ତି, "ନିଖୋଜ ଦିନ ମୋତେ ବଟିକା ଦେଇ ଘରୁ ପଳେଇ ଆସିଥିଲେ । ଟ୍ରେନରେ ବସି କଟକରେ ପହଞ୍ଚିବା ଗାଁ ଲୋକ ଦେଖିଥିଲେ‌ । ତା' ପରଠୁ ପୁଅର କୌଣସି ଖୋଜ ଖବର ମିଳୁନି । ସେ ପିଲାଟି ଦିନରୁ ମୁକ ଓ ବଧିର ଥିବାରୁ ପାଠ ପଢ଼ିନାହାନ୍ତି । ତେଣୁ କିଭଳି ଓ କେଉଁ ଅବସ୍ଥାରେ ଥିବେ । କଥା କହିପାରୁ ନଥିବାରୁ ଘର ଠିକଣା ମଧ୍ୟ କହିପାରିବେ ନାହିଁ । ତେଣୁ ଲୋକଙ୍କୁ ଫଟୋ ଦେଖାଇ ପୁଅକୁ ଖୋଜୁବାକୁ ଚେଷ୍ଟା କରୁଛୁ ।"

ଭିନ୍ନକ୍ଷମ ପୁଅକୁ ଖୋଜୁଛନ୍ତି ବାପା ମାଆ
ଭିନ୍ନକ୍ଷମ ପୁଅକୁ ଖୋଜୁଛନ୍ତି ବାପା ମାଆ

ପୁଅର ନିଖୋଜ ଖବର ନେଇ ସେ ଗଞ୍ଜାମ ପୋଲିସ ନିକଟକୁ ଯାଇଥିଲେ । ଏହାପରେ ପୁଅ କଟକ ଆସିଥିବା ଖବର ଶୁଣି ସେଠାରେ ମଧ୍ୟ ପୋଲିସକୁ ଜଣାଇଥିଲେ । ହେଲେ କେହି ତାଙ୍କ କଥାକୁ ଗୁରୁତ୍ବ ଦେଇନଥିବା ସେ ଅଭିଯୋଗ କରିଛନ୍ତି । ନିୟମ କହୁଛି ଯଦି କୌଣସି ଛୋଟ ପିଲାଟିଏ ଅର୍ଥାତ୍ ନାବାଳକ ବା ନାବାଳିକା ନିଖୋଜ ହୁଏ ବା କୌଣସି ଖୋଜ ଖବର ମିଳୁନାହିଁ ତେବେ ପୋଲିସ ନିକଟରେ ଅଭିଯୋଗ କଲେ ତୁରନ୍ତ ଅପହରଣ ମାମଲା ରୁଜୁ କରି ପୋଲିସ ତଦନ୍ତ କରିବା ଆବଶ୍ୟକ । ହେଲେ ପୋଲିସର ଏପରି ବୈମାତୃକ ମନୋଭାବ ଏହି ନୀରିହ ପରିବାରକୁ ନିଜ ପୁଅକୁ ଖୋଜିବାରେ ବାଧକ ସାଜିଛି । ତେଣୁ ପୋଲିସ ଏହି ଘଟଣା ଉପରେ ଦୃଷ୍ଟି ଦେଇ ନିଖୋଜ ବଳିଆକୁ ଖୋଜିବାକୁ ବାପାମାଆ ଅନୁରୋଧ କରିଛନ୍ତି । ଯଦି କେହି ତାଙ୍କ ପୁଅକୁ ଖୋଜି ପାଇବେ ତେବେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିପାରିବେ । ପରିବାର ଲୋକଙ୍କ ଯୋଗାଯୋଗ ନମ୍ବର 9692101873 ନଚେତ 9938442150 ।

b
b

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.