ETV Bharat / state

ଆଜିଠୁ ଦୁବାଇକୁ ଉଡିବ ବିମାନ, ପ୍ରଥମ ଦିନରେ ଯାତ୍ରା କରିବେ ୧୭୦ ଜଣ ଯାତ୍ରୀ

author img

By

Published : May 14, 2023, 4:18 PM IST

Updated : May 15, 2023, 6:36 AM IST

ସୋମବାର ରାଜଧାନୀ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବାକୁ ଯାଉଛି । ତେବେ ପ୍ରଥମ ଦିନରେ 170 ଜଣ ଯାତ୍ରୀ ଯାତ୍ରା କରିବେ। ଅଧିକ ପଢନ୍ତୁ

flights from Bhubaneswar to Dubai
flights from Bhubaneswar to Dubai

ଭୁବନେଶ୍ବର: ଆଜି(ସୋମବାର)ଠୁ ରାଜଧାନୀ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ ହେବ । ଦୁବାଇକୁ ଉଦଘାଟନୀ ବିମାନରେ ରାଜ୍ୟ ସରକାରଙ୍କ 70 ଜଣିଆ ଟିମ୍‌ ସହ ମୋଟ 170 ଜଣ ଯାତ୍ରୀ ଯାତ୍ରା କରିବାର ନିଷ୍ପତ୍ତି ହୋଇଛି । ସପ୍ତାହରେ 3ଥର ଏହି ବିମାନ ଚଳାଚଳ କରିବ । ବିମାନ ଚଳାଚଳ ଲାଗି ସମସ୍ତ ପ୍ରକାର ଅନୁମୋଦନ ମିଳିସାରିଛି ବୋଲି ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ନିର୍ଦ୍ଦେଶକ । ଏହାପରେ ଜୁନ 3ରୁ ସିଙ୍ଗାପୁର ଓ ବ୍ୟାଙ୍କକ୍ ଫ୍ଲାଇଟ ଆରମ୍ଭ ହେବ।

ଏନେଇ ନିର୍ଦ୍ଦେଶକ କହିଛନ୍ତି, "ଭୁବନେଶ୍ଵରରୁ ଦୁବାଇକୁ ସପ୍ତାହକୁ 3 ଦିନ ଯାତ୍ରା କରିବ । ଯେପରି ସୋମବାର, ବୁଧବାର ଓ ଶୁକ୍ରବାର ଏହି ଦିନଗୁଡ଼ିକରେ ବିମାନ ଚଳାଚଳ କରିବ । ତେବେ ଏନେଇ ଆଜି ସନ୍ଧ୍ୟା ସମୟରେ ଦୁବାଇକୁ ଉଦଘାଟନୀ ବିମାନରେ ରାଜ୍ୟ ସରକାରଙ୍କ 70 ଜଣିଆ ଟିମ ସହ ମୋଟ 170 ଜଣ ଯାତ୍ରୀ ଯାତ୍ରା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଦୁବାଇ ସମେତ ସିଙ୍ଗାପୁର ଓ ବ୍ୟାଙ୍କକ୍‌ ରୁଟରେ ଇଣ୍ଡିଗୋ ଏୟାରଲାଇନ୍ସ 180 ସିଟ ବିଶିଷ୍ଟ 320 ଏୟାରବସ ଚଳାଇବାକୁ ନିଷ୍ପତ୍ତି ନେଇଛି ।

ଏହା ବି ପଢନ୍ତୁ- ୧୫ରୁ ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ବିମାନ, ରାଉଣ୍ଡ ଯାତ୍ରା ପାଇଁ ଟିକେଟ୍ ମୂଲ୍ୟ 20 ହଜାର

ସିଙ୍ଗାପୁର ଓ ବ୍ୟାଙ୍କକ୍‌ ଯିବା ପାଇଁ 15,000 ଏବଂ ଦୁବାଇ ପାଇଁ 20,000 ଟଙ୍କା ଟିକେଟ ଖର୍ଚ୍ଚ ଲାଗିବ । ଏହା ଓଡିଶା ପାଇଁ ବେଶ ଲାଭଦାୟକ ଦେବ । ଶିଳ୍ପ, ବ୍ୟବସାୟ ଓ ଅନ୍ୟାନ୍ୟ ସୁବିଧା ଲୋକଙ୍କ ପାଖେ ବେଶ ସହଜରେ ପହଞ୍ଚିବ । ଏୟାରଲାଇନ୍ସ ଓ ଟ୍ରାଭେଲ୍‌ ଏଜେନ୍ସି ଦ୍ବାରା ଯେମିତି ଟିକେଟ୍‌ ହୁଏ ସେମିତି ହେବ । ଇଣ୍ଡିଗୋ ପକ୍ଷରୁ ଏ ସବୁ ସେବା ଦିଆଯିବ । ସୂଚନା ଅନୁଯାୟୀ, ରାଜ୍ୟ ସରକାର ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ଏବେ ବିଦେଶ ଯାତ୍ରାକୁ ଗ୍ରୀନ୍‌ ସିଗ୍‌ନାଲ ମିଳିଛି ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନିଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ବନ୍ଦ କରି ଦିଆଯାଇଥିଲା । ଏବେବି ବିଦେଶକୁ ଯାଉଥିବା 95%ରୁ ଅଧିକ ଯାତ୍ରୀ ଦିଲ୍ଲୀ, କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ ହୋଇ ବିଦେଶକୁ ଯାଉଛନ୍ତି । ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆ ଓ ଏୟାର ଏସିଆ ବିମାନ ଉଡ଼ାଣ କରିଥିଲେ ହେଁ କିଛି ମାସ ଚଳାଇ ବନ୍ଦ କରିଥିଲା । ତେବେ ବର୍ତ୍ତମାନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦୁବାଇକୁ ବିମାନ ସେବା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 15, 2023, 6:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.