ETV Bharat / state

କମ୍ପ୍ୟୁଟର ବଦଳରେ ଜୁନିଅର ଇଞ୍ଜିନିୟର ପଦ ପାଇଁ ଲିଖିତ ପରୀକ୍ଷା, ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ - ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ରଛାତ୍ରୀ

ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଜୁନିଅର ଇଞ୍ଜିନିୟର ପଦ ପାଇଁ ହେଉଥିବା ପରୀକ୍ଷା ନିୟମ ରାତି ଅଧିଆ ପରିବର୍ତ୍ତନକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ରଛାତ୍ରୀ । କମ୍ପ୍ୟୁଟର ବେସ ଟେଷ୍ଟ କରିବାକୁ ଦାବି । ଅଧିକ ପଢନ୍ତୁ

କମ୍ପ୍ୟୁଟର ବଦଳରେ ଲିଖିତ ଆକାରରେ ଜୁନିଅର ଇଞ୍ଜିନିୟର ପରୀକ୍ଷା

author img

By

Published : Nov 7, 2022, 11:00 PM IST

ଭୁବନେଶ୍ବର: ଦ୍ବନ୍ଦରେ ଜୁନିଅର ଇଞ୍ଜିନିୟର ପଦ ପରୀକ୍ଷା । ପରୀକ୍ଷା ନିୟମରେ ରାତି ଅଧିଆ ପରିବର୍ତ୍ତନକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ରଛାତ୍ରୀ । ଷ୍ଟାଫ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କଲେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ।

କମ୍ପ୍ୟୁଟର ବଦଳରେ ଲିଖିତ ଆକାରରେ ଜୁନିଅର ଇଞ୍ଜିନିୟର ପରୀକ୍ଷା

ପୂର୍ବରୁ ଯେଉଁ ସିଲାବସ ବା ପଠ୍ୟ ଖସଡ଼ାକୁ ଆଧାର କରି ଛାତ୍ରଛାତ୍ରୀ ପ୍ରସ୍ତୁତ ହେବା ସହ ପରୀକ୍ଷା ଦେଉଥିଲେ ତାହା ରାତି ଅଧିଆ ବଦଳି ଯାଇଛି । ପୂର୍ବ ଅପେକ୍ଷା ୧୦ ପ୍ରତିଶତ ପାଠ୍ୟ ଖସଡାକୁ ବୃଦ୍ଧି କରାଯାଇଛି । ଏହାସହ ପରୀକ୍ଷା କରିବାର ଶୈଳୀ ବି ବଦଳାଇ ଦିଆଯାଇଛି । ପୂର୍ବରୁ ଅବଜେକ୍ଟିଭ ପରୀକ୍ଷା କମ୍ପ୍ୟୁଟର ମାଧ୍ୟମରେ ହେଉଥିବା ବେଳେ ବର୍ତ୍ତମାନ ତାହା ଖାତା କଲମରେ ହେବ । ଯାହା ସବଜେକ୍ଟିଭ ବା ବିଷୟବସ୍ତୁ ପ୍ରଶ୍ନ ପତ୍ର ମାଧ୍ୟମରେ କରାଯିବ । ତେଣୁ ପେପର ପେନ ଯୁଗ ଗଲାଣି ସେଥିପାଇଁ ପୂର୍ବ ଭଳି ଆମର କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା କରାଯାଉ ବେଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଏଭଳି ହେଲେ ପରୀକ୍ଷାରେ ସ୍ୱଚ୍ଛତା ରହିବ। ତେଣୁ ବିଭାଗ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ଏହି ରାତିଅଧିଆ ପରୀକ୍ଷା ନିୟମର ପରିବର୍ତ୍ତନ କରନ୍ତୁ । କାରଣ ଆମେମାନେ ଅନେକ ପରିଶ୍ରମ କରି ଜୁନିଅର ଇଞ୍ଜିନିୟର ପଦର ଏହି ପରୀକ୍ଷାକୁ ଚାହିଁ ବସିଥାଉ । ଯଦି ବିଭାଗ ଏ ଦିଗରେ ଧ୍ୟାନ ନଦେବ ତେବେ ଆଗକୁ ରାଜ୍ୟର କୋଣ ଅନୁକୋଣର ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଆସି ଆନ୍ଦୋଳନ କରିବେ । ଯାହା ଦ୍ୱାରା ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲିହେବ ଆଉ ଏଥିପାଇଁ ଆୟୋଗ ହିଁ ଦାୟୀ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ଆକ୍ରମଣ ଘଟଣା, ନିଲମ୍ବିତ ହେଲେ ହାବିଲଦାର

ଏନେଇ ଜଣେ ଛାତ୍ର କହିଛନ୍ତି, '' ଯଦି ଆମର ପ୍ରିଲିମ ବେସ ପରୀକ୍ଷା କମ୍ପ୍ୟୁଟରରେ ହେଉଛି, ଯାହା ବହୁତ କମ ସମୟରେ ହୋଇଯାଉଛି । ତେବେ କାହିଁକି ମେନ ପରୀକ୍ଷାକୁ ପେପର ପେନରେ କରିବାକୁ କୁହାଯାଇଛି । ପେପର ପେନ ଯୁଗ ଗଲାଣି । ଯଦି ଆମ ପାଖରେ କମ୍ପ୍ୟୁଟର ଅଛି ତେବେ ପୁରୁଣା ମେଥଡକୁ କାହିଁକି ଫେରିବା । ଯଦି ଆମେ ପରୀକ୍ଷା ଦବୁ ଆମେ ରିଚେକ କରିପାରିବୁନି ତେବେ କିଛି ବି ଲାଭ ନାହିଁ । ଆମର ଦାବି ହେଉଛି କମ୍ପ୍ୟୁଟର ବେସ ଟେଷ୍ଟ ହେଉ । ଏହାଦ୍ବାରା ଟ୍ରନ୍ପପରେନ୍ସି ରହିବ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.